Posted inଖେଳ

ମୋମୋତା ଫାଇନାଲରେ

ଶାଂଘାଇ,୧୪ା୧୨ (ଏଏଫ୍‌ପି): ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସର ଟାଇଟଲ ମୁକାବିଲା ଜାପାନର କେଣ୍ଟୋ ମୋମୋତା ଏବଂ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିନ୍‌ଟିଙ୍ଗ୍‌ଙ୍କ ମଧ୍ୟରେ ହେବ। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ମୋମୋତା ଶନିବାର ଗୁଆଙ୍ଗଝୋଠାରେ ଅନୁଷ୍ଠିତ ସେମିଫାଇନାଲରେ ତାଇଓ୍ବାନର ଓ୍ବାଙ୍ଗ୍‌ ତିଜୁ ଓ୍ବିଙ୍କୁ ୨୧-୧୭, ୨୧-୧୨ରେ ପରାସ୍ତ କରିଛନ୍ତି। ୨୦୧୯ରେ ଜାପାନିଜ ଖେଳାଳି ଇତିମଧ୍ୟରେ ୧୦ଟି ଟାଇଟଲ ଜିତି ସାରିଛନ୍ତି। ତନ୍ମଧ୍ୟରେ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌, ଏସିଆ ଚାମ୍ପିୟନଶିପ୍‌ ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଓପନ୍‌ ରହିଛି। ମୋମୋତା
ଏବଂ ଗିନ୍‌ଟିଙ୍ଗ୍‌ ପରସ୍ପରକୁ ୧୪ ଥର ଭେଟିଛନ୍ତି। ଜାପାନ ଖେଳାଳି ଇଣ୍ଡୋନେସିଆ ଖେଳାଳିଙ୍କୁ ତନ୍ମଧ୍ୟରେ ୧୦ଥର ହରାଇ ଦେଇଛନ୍ତି। ତେଣୁ ରବିବାର ଫାଇନାଲରେ ମୋମୋତାଙ୍କୁ ଫେଭରାଇଟ୍‌ ବିବେଚନା କରାଯାଉଛି। ବିଶ୍ୱର ୮ ନମ୍ବର ମାନ୍ୟତାପ୍ରାପ୍ତ ଗିନ୍‌ଟିଙ୍ଗ୍‌ ଚାଇନାର ଅଲିମ୍ପିକ ଚାମ୍ପିୟନ ଚେନ୍‌ ଲଙ୍ଗ୍‌ଙ୍କ ବିପକ୍ଷରେ ୨୧-୧୫, ୨୧-୧୫ରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଫାଇନାଲରେ ବିଶ୍ୱର ନମ୍ବର ୨ ଖେଳାଳି ଚାଇନାର ଚେନ୍‌ ୟୁଫି ତାଇଓ୍ବାନର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ତାଇ ତିଜୁ-ୟିଙ୍ଗ୍‌ଙ୍କ ସହ ମୁକାବିଲା କରିବେ। ଚେନ୍‌ ସେମିଫାଇନାଲରେ ଆକାନେ ୟାମାଗୁଚିଙ୍କୁ ୨୧-୧୮, ୨୧-୯ରେ ପରାସ୍ତ କରିଥିବାବେଳେ ତାଇ ଅନ୍ୟଜଣେ ଜାପାନିଜ୍‌ ନୋଜୋମି ଓକୁହାରାଙ୍କୁ ୨୧-୧୫, ୨୧-୧୮ରେ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri