ମୋତିଆବିନ୍ଦୁ ଲେନ୍‌ସ ର଼୍ୟାକେଟ୍‌ ସକ୍ରିୟ

କଟକ ଅଫିସ, ୭।୧: କଟକରେ ମୋତିଆବିନ୍ଦୁ ଲେନ୍‌ସ ର଼୍ୟାକେଟ୍‌ ସକ୍ରିୟ। ମୋତିଆବିନ୍ଦୁରେ ଆକ୍ରାନ୍ତ ରୋଗୀମାନଙ୍କୁ ସରକାର ମାଗଣାରେ ଏହି ଲେନ୍‌ସ ଯୋଗାଇଦେବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏସ୍‌ସିବି ମେଡିକାଲରେ ମୋତିଆବିନ୍ଦୁ ଅପରେଶନ କରିଥିବା ମାତ୍ର ୪ ପ୍ରତିଶତ ରୋଗୀଙ୍କୁ ସରକାରୀ ଲେନ୍‌ସ ମିଳିଥିବାବେଳେ ୯୬ ପ୍ରତିଶତ ରୋଗୀ ବାହାରୁ ଏହି ଲେନ୍‌ସ କିଣି ଲଗାଇଛନ୍ତି। ଏହି ଲେନ୍‌ସର ଦାମ୍‌ ୫ହଜାରରୁ ୩୦ହଜାର ପର୍ଯ୍ୟନ୍ତ ରହିଛି। ତେଣୁ ଏହି କାରବାର ପଛରେ ବଡ଼ବଡ଼ିଆଙ୍କ ହାତ ରହିଥିବା ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଉପରୋକ୍ତ ର଼୍ୟାକେଟ୍‌ ଓ ଏଭଳି କାରବାର ସ୍ପଷ୍ଟ କରୁଛି।
ସାମାଜିକ କର୍ମୀ ଅଚ୍ୟୁତ ସାହୁ ଏସ୍‌ସିବି ମେଡିକାଲକୁ ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ। ସେଥିରେ ସେ ଜାଣିବାକୁ ଚାହିଁଥିଲେ, ୨୦୧୯ ଜାନୁୟାରୀ ପହିଲାରୁ ମେ’ ୩୦ ତାରିଖ ମଧ୍ୟରେ ଏସ୍‌ସିବି ମେଡିକାଲରେ କେତେ ସଂଖ୍ୟକ ମୋତିଆବିନ୍ଦୁ ରୋଗୀଙ୍କୁ ଲେନ୍‌ସ ଯୋଗାଇ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ ରୋଗୀ ବାହାରୁ ଲେନ୍‌ସ କିଣି ଆଣିଛନ୍ତି। ସରକାର ଯୋଗାଉଥିବା ଲେନ୍‌ସର ମାନ ଖରାପ ରହୁଛି କି ଇତ୍ୟାଦି ତଥ୍ୟ ସେ ମାଗିଥିଲେ। ଏହାର ଉତ୍ତରରେ ଏସ୍‌ସିବି ମେଡିକାଲ ପକ୍ଷରୁ କୁହାଯାଇଛି, ଉପରୋକ୍ତ ସମୟ ମଧ୍ୟରେ ମେଡିକାଲରେ ମୋଟ୍‌ ୧୯୬୪ ରୋଗୀଙ୍କର ଆଖିରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ସେମାନଙ୍କ ମଧ୍ୟରୁ ୭୯ ଜଣ ଆଖିରେ ସରକାରୀ ଲେନ୍‌ସ ଲଗାଇଥିବାବେଳେ ବାକି ୧୮୮୫ ଜଣ ବାହାରୁ କିଣି ଆଣିଛନ୍ତି। ତେବେ ସରକାରୀ ଲେନ୍‌ସର ମାନ ଖରାପ ରହୁ ନ ଥିବା ସମ୍ପର୍କରେ ଡାକ୍ତରମାନେ ବାରମ୍ବାର କହୁଥିବାବେଳେ ଏତେ ସଂଖ୍ୟକ ରୋଗୀ କାହା ପ୍ରୋତ୍ସାହନରେ ବାହାରୁ ଖର୍ଚ୍ଚାନ୍ତ ହୋଇ ଲେନ୍‌ସ କିଣିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆବେଦନକାରୀ ସାହୁଙ୍କ କହିବାନୁଯାୟୀ, ଅଧିକାଂଶ ଡାକ୍ତର ରୋଗୀମାନଙ୍କୁ ଖୋଲାଖୋଲି କହୁଛନ୍ତି ଯେ, ସରକାରୀ ଲେନ୍‌ସ କାମ ଦେଉନି। ତେଣୁ ବାହାରୁ କିଣି ଆଣିଲେ ଏହା ଉତ୍କୃଷ୍ଟ ରହୁଛି। କିଛିଦିନ ତଳେ ସାହୁ ତାଙ୍କ ବାପାଙ୍କ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଏସ୍‌ସିବି ମେଡିକାଲ ଆସିଥିଲେ। ତାଙ୍କୁ ମଧ୍ୟ ବାହାରୁ ଲେନ୍‌ସ କିଣି ଆଣିବା ପାଇଁ କୁହାଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ବରିଷ୍ଠ ପ୍ରଫେସର ପି.କେ. ନନ୍ଦ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ହେଉଛି, ଯଦି ରୋଗୀ ସ୍ବଇଚ୍ଛାରେ ବାହାରୁ କିଣି ଆଣୁଥିବେ ଅଲଗା କଥା। କିନ୍ତୁ ଆମେ ସରକାରୀ ଲେନ୍‌ସକୁ ବାଧ୍ୟତାମୂଳକ କରିଛୁ। ଯଦି ସରକାରୀ ଲେନ୍‌ସକୁ ବାଧ୍ୟତାମୂଳକ କରାଯାଇଛି ତେବେ ଏତେ କମ୍‌ ସଂଖ୍ୟକ ରୋଗୀ କିଭଳି ସରକାରୀ ଲେନ୍‌ସ ପାଇଲେ ସେ ପ୍ରଶ୍ନର ଉତ୍ତରରେ ପ୍ରଫେସର ନନ୍ଦ କହିଛନ୍ତି, ସେ ତଥ୍ୟରେ କୌଣସି ଭୁଲ୍‌ ଥାଇପାରେ।
ସୂଚନାଥାଉ କି, ଲେନ୍‌ସର ଏଭଳି କଳା କାରବାରକୁ ରୋକିବା ପାଇଁ ତତ୍କାଳୀନ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉଦ୍ୟମ ଆରମ୍ଭ କରିଥିଲେ। ଲେନ୍‌ସ କଳାବଜାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶ୍ର ଜିଲା ସ୍ବାସ୍ଥ୍ୟ ପ୍ରଶାସନକୁ ଆଦେଶ ଦେଇଥିଲେ। ଏବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉପରୋକ୍ତ ତଥ୍ୟ ପୁନର୍ବାର ପୂର୍ବ କାରବାର ବଳବତ୍ତର ଥିବା ସମ୍ପର୍କରେ ସୂଚନା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri