ମୋତିଆବିନ୍ଦୁ ଲେନ୍‌ସ ର଼୍ୟାକେଟ୍‌ ସକ୍ରିୟ

କଟକ ଅଫିସ, ୭।୧: କଟକରେ ମୋତିଆବିନ୍ଦୁ ଲେନ୍‌ସ ର଼୍ୟାକେଟ୍‌ ସକ୍ରିୟ। ମୋତିଆବିନ୍ଦୁରେ ଆକ୍ରାନ୍ତ ରୋଗୀମାନଙ୍କୁ ସରକାର ମାଗଣାରେ ଏହି ଲେନ୍‌ସ ଯୋଗାଇଦେବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏସ୍‌ସିବି ମେଡିକାଲରେ ମୋତିଆବିନ୍ଦୁ ଅପରେଶନ କରିଥିବା ମାତ୍ର ୪ ପ୍ରତିଶତ ରୋଗୀଙ୍କୁ ସରକାରୀ ଲେନ୍‌ସ ମିଳିଥିବାବେଳେ ୯୬ ପ୍ରତିଶତ ରୋଗୀ ବାହାରୁ ଏହି ଲେନ୍‌ସ କିଣି ଲଗାଇଛନ୍ତି। ଏହି ଲେନ୍‌ସର ଦାମ୍‌ ୫ହଜାରରୁ ୩୦ହଜାର ପର୍ଯ୍ୟନ୍ତ ରହିଛି। ତେଣୁ ଏହି କାରବାର ପଛରେ ବଡ଼ବଡ଼ିଆଙ୍କ ହାତ ରହିଥିବା ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଉପରୋକ୍ତ ର଼୍ୟାକେଟ୍‌ ଓ ଏଭଳି କାରବାର ସ୍ପଷ୍ଟ କରୁଛି।
ସାମାଜିକ କର୍ମୀ ଅଚ୍ୟୁତ ସାହୁ ଏସ୍‌ସିବି ମେଡିକାଲକୁ ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ। ସେଥିରେ ସେ ଜାଣିବାକୁ ଚାହିଁଥିଲେ, ୨୦୧୯ ଜାନୁୟାରୀ ପହିଲାରୁ ମେ’ ୩୦ ତାରିଖ ମଧ୍ୟରେ ଏସ୍‌ସିବି ମେଡିକାଲରେ କେତେ ସଂଖ୍ୟକ ମୋତିଆବିନ୍ଦୁ ରୋଗୀଙ୍କୁ ଲେନ୍‌ସ ଯୋଗାଇ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ ରୋଗୀ ବାହାରୁ ଲେନ୍‌ସ କିଣି ଆଣିଛନ୍ତି। ସରକାର ଯୋଗାଉଥିବା ଲେନ୍‌ସର ମାନ ଖରାପ ରହୁଛି କି ଇତ୍ୟାଦି ତଥ୍ୟ ସେ ମାଗିଥିଲେ। ଏହାର ଉତ୍ତରରେ ଏସ୍‌ସିବି ମେଡିକାଲ ପକ୍ଷରୁ କୁହାଯାଇଛି, ଉପରୋକ୍ତ ସମୟ ମଧ୍ୟରେ ମେଡିକାଲରେ ମୋଟ୍‌ ୧୯୬୪ ରୋଗୀଙ୍କର ଆଖିରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ସେମାନଙ୍କ ମଧ୍ୟରୁ ୭୯ ଜଣ ଆଖିରେ ସରକାରୀ ଲେନ୍‌ସ ଲଗାଇଥିବାବେଳେ ବାକି ୧୮୮୫ ଜଣ ବାହାରୁ କିଣି ଆଣିଛନ୍ତି। ତେବେ ସରକାରୀ ଲେନ୍‌ସର ମାନ ଖରାପ ରହୁ ନ ଥିବା ସମ୍ପର୍କରେ ଡାକ୍ତରମାନେ ବାରମ୍ବାର କହୁଥିବାବେଳେ ଏତେ ସଂଖ୍ୟକ ରୋଗୀ କାହା ପ୍ରୋତ୍ସାହନରେ ବାହାରୁ ଖର୍ଚ୍ଚାନ୍ତ ହୋଇ ଲେନ୍‌ସ କିଣିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆବେଦନକାରୀ ସାହୁଙ୍କ କହିବାନୁଯାୟୀ, ଅଧିକାଂଶ ଡାକ୍ତର ରୋଗୀମାନଙ୍କୁ ଖୋଲାଖୋଲି କହୁଛନ୍ତି ଯେ, ସରକାରୀ ଲେନ୍‌ସ କାମ ଦେଉନି। ତେଣୁ ବାହାରୁ କିଣି ଆଣିଲେ ଏହା ଉତ୍କୃଷ୍ଟ ରହୁଛି। କିଛିଦିନ ତଳେ ସାହୁ ତାଙ୍କ ବାପାଙ୍କ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଏସ୍‌ସିବି ମେଡିକାଲ ଆସିଥିଲେ। ତାଙ୍କୁ ମଧ୍ୟ ବାହାରୁ ଲେନ୍‌ସ କିଣି ଆଣିବା ପାଇଁ କୁହାଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ବରିଷ୍ଠ ପ୍ରଫେସର ପି.କେ. ନନ୍ଦ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ହେଉଛି, ଯଦି ରୋଗୀ ସ୍ବଇଚ୍ଛାରେ ବାହାରୁ କିଣି ଆଣୁଥିବେ ଅଲଗା କଥା। କିନ୍ତୁ ଆମେ ସରକାରୀ ଲେନ୍‌ସକୁ ବାଧ୍ୟତାମୂଳକ କରିଛୁ। ଯଦି ସରକାରୀ ଲେନ୍‌ସକୁ ବାଧ୍ୟତାମୂଳକ କରାଯାଇଛି ତେବେ ଏତେ କମ୍‌ ସଂଖ୍ୟକ ରୋଗୀ କିଭଳି ସରକାରୀ ଲେନ୍‌ସ ପାଇଲେ ସେ ପ୍ରଶ୍ନର ଉତ୍ତରରେ ପ୍ରଫେସର ନନ୍ଦ କହିଛନ୍ତି, ସେ ତଥ୍ୟରେ କୌଣସି ଭୁଲ୍‌ ଥାଇପାରେ।
ସୂଚନାଥାଉ କି, ଲେନ୍‌ସର ଏଭଳି କଳା କାରବାରକୁ ରୋକିବା ପାଇଁ ତତ୍କାଳୀନ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉଦ୍ୟମ ଆରମ୍ଭ କରିଥିଲେ। ଲେନ୍‌ସ କଳାବଜାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶ୍ର ଜିଲା ସ୍ବାସ୍ଥ୍ୟ ପ୍ରଶାସନକୁ ଆଦେଶ ଦେଇଥିଲେ। ଏବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉପରୋକ୍ତ ତଥ୍ୟ ପୁନର୍ବାର ପୂର୍ବ କାରବାର ବଳବତ୍ତର ଥିବା ସମ୍ପର୍କରେ ସୂଚନା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri