ମେସର୍ସ ରିଲାଏନ୍ସକୁ ୨.୧୫ କୋଟି ଷ୍ଟାମ୍ପ ଡ୍ୟୁଟି ଛାଡ଼ିଲେ ସରକାର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟ ସରକାର ମେସର୍ସ ରିଲାଏନ୍ସ (ଓଡିଶା ପଲି ଫାଇବର୍ସ ଲିମିଟେଡ) ଇଣ୍ଡଷ୍ଟ୍ରିଜ କମ୍ପାନୀକୁ ୨ କୋଟି ୧୫ ଲକ୍ଷ୬୪ ହଜାର ୬୪୮ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରିଛନ୍ତି। ଶିଳ୍ପ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ରୁଗ୍‌ଣ ଶିଳ୍ପ କମ୍ପାନୀ ଅଧିନିୟମ-୧୯୮୫ ଅନୁଯାୟୀ ଇପିକଲ ସଂସ୍ଥା ସହିତ ମିଶି ମେସର୍ସ ଷ୍ଟ୍ର ପ୍ରଡକ୍ସନ ଲିମିଟେଡ ଢେଙ୍କାନାଳ ଜିଲାରେ ଏକ ପଲିଷ୍ଟର ସିଲାଇ କାରଖାନା ମେସର୍ସ ଓଡ଼ିଶା ସିନ୍ଥେଟିକ ଲିମିଟେଡ କମ୍ପାନୀ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସିନ୍ଥେଟିକ କମ୍ପାନୀ ଜେ.କେ କର୍ପୋରେଶନ ସହ ବିଲୟ ହୋଇଥିଲା। ଜେ.କେ, କର୍ପୋରେସନ ଲିମିଟେଡ ଓଡିଶା ପଲି ଫାଇବର୍ସ ଲିମିଟେଡ ନାମ ଏକ ସ୍ବତନ୍ତ୍ର କମ୍ପାନୀ ଗଠନ କରିଥିଲେ। ଉକ୍ତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର କମ୍ପାନୀ ସମୂହ ମେସର୍ସ ସିଲଭା ପଲିଷ୍ଟର ଲିମିଟେଡ ନାମକ କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ମେସର୍ସ ଓଡିଶା ପଲିଫାଇବର୍ସ ଲିମିଟେଡ୍‌ ୯୭ ଏକର ସରକାରୀ ଜମି ହସ୍ତାନ୍ତର ବାବଦ ୭୨ ଲକ୍ଷ ଟଙ୍କା, ୧୩୦ ଏକର ବେସରକାରୀ ଜମି ବାବଦ ୯୮ ଲକ୍ଷ ଟଙ୍କା ଏବଂ କୋଠାବାଡି ମୂଲ୍ୟ ବାବଦ ୬ କୋଟି ୫୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ ପାଇଁ ଆବେଦନ କରିଥିଲେ।
ରାଜ୍ୟସ୍ତରୀୟ ନୋଡାଲ କମିଟି ୧୯୯୯ ଅଗଷ୍ଟ ୬ ତାରିଖ ବୈଠକରେ ଉକ୍ତ ପ୍ରସ୍ତାବ ଶିଳ୍ପ ନୀତି-୧୯୯୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ମନ୍ତ୍ରୀ ମଣ୍ଡଳ ବୈଠକରେ ଷ୍ଟାମ୍ପ ଡ୍ୟୁଟି ଛାଡ କରିବାକୁ ସୁପାରିସ କରାଯାଇଥିଲା। ଏଥିସହିତ ମେସର୍ସ ରିଲାଏନ୍ସ (ଓଡ଼ିଶା ପଲିଫାଇବର୍ସ ଲିମିଟେଡ) ଏହାକୁ ନେଇ ୨୦୦୬ରେ ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋଟରେ ମାମଲା ଦାୟୀ କରିଥିଲା। ରାଜ୍ୟସ୍ତରୀୟ ନୋଡାଲ କମିଟିଙ୍କ ସୁପାରିସକୁ ବିଚାର କରିବାକୁ ହାଇକୋଟର୍’ ଶିଳ୍ପ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛାଡ କରାଯାଇଛି।
ରାଜ୍ୟ ସରକାର ଓଏସଜେଏସ ଏବଂ ଓଡିଶା ନ୍ୟାୟିକ ସେବା(ଓଜେଏସ) ନିୟମାବଳୀ-୨୦୦୭କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଜେଏସ ରେ ଅଧିକ ସଂଖ୍ୟାରେ ପୂର୍ବତନ ସେନା କର୍ମଚାରୀ ତଥା ଷ୍ଟାଫସିଲେକ୍ସନ କମିଶନ (ଏସଏସସି)ରେ କାର୍ଯ୍ୟରତ ଅଧିକାରୀ ଏବଂ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇ ପାରିବ। ଏହା ଫଳରେ ସିଭିଲ ଜଜ ପଦବୀ ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସେନା କର୍ମଚାରୀ ଏବଂ ଏସ୍‌ଏସ୍‌ସି କର୍ମଚାରୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୫ବର୍ଷ କୋହଳ କରାଯାଇଛି। ଭିନ୍ନକ୍ଷମ, ଏସସି,ଏସଟି ଓ ଏସ୍‌ଇବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଥିବା ସର୍ବୋଚ୍ଚ ବୟସ ସୀମା ଆଉ ଅଧିକ ୧୦ ବର୍ଷ କୋହଳ କରାଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନରେ ଭୟଙ୍କର ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଇସଲାମବାଦ୍,୧୬ା୭: ପାକିସ୍ତାନର ପଖତୁନଖ୍ୱା ପ୍ରଦେଶ ପୁଣିଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ।ଆତଙ୍କବାଦୀମାନେ ବାନୁ ଜିଲାର ମିରିଆନ୍ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ବିସ୍ଫୋରକ…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ଯୁଦ୍ଧ ମଧ୍ୟରେ ଇରାନକୁ ପ୍ରଶଂସା କଲେ ଡୋନାଲ୍ଡ ଟମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସଦିଚ୍ଛା(Goodwill) ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ପ୍ରଶଂସା ଇରାନ ଜଣେ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିବା ପରେ କରିଥିଲେ।…

ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ପ୍ରତିଟି ଜୀବନର ମୂଲ୍ୟ ଅଛି, ଯଦି…

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଗଭୀର ଚିନ୍ତା ପ୍ରକଟ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri