ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ

କୋଣାର୍କ, ୧୫।୧୨(ଡି.ଏନ.ଏ): କୋଣାର୍କ-ପୁରୀ ବେଳାଭୂମି ରାସ୍ତାର ସାହୁଖଣତା ଠାରେ ଗୁଜରାଟର ରାନ୍‌ ଉତ୍ସବ ଢାଞ୍ଚାରେ ଆୟୋଜିତ ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡ଼ାଇ ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ଥିବା ପର୍ଯ୍ୟଟକ ବିଶ୍ରାମାଗାର, ଲକ୍‌ଜ୍ୟୁରି କଟେଜ, ଫୁଡ୍‌ ଷ୍ଟଲ ଓ ସାଂସ୍କୃତିକ ମଣ୍ଡପ ପ୍ରଭୃତିର ଲୋକାର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।
ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟାରେ କୋଣାର୍କସ୍ଥିତ ହେଲିପ୍ୟାଡଠାରେ ଅବତରଣ କରିବା ପରେ ସେଠାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲାପାଳ ବଲୱନ୍ତ ସିଂ ଓ ଏସ୍‌ପି ଉମାଶଙ୍କର ଦାଶ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ୪ଟା ୨୦ରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ପହଞ୍ଚତ୍ବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏକ ବ୍ୟାଟେରୀଚାଳିତ କାର୍‌ରେ ଉତ୍ସବସ୍ଥଳ ବୁଲି ଦେଖିବା ସହ ସମୁଦ୍ରକୂଳରେ କିଛି ସମୟ ବିତାଇଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଉଦଘାଟନୀ ସନ୍ଧ୍ୟାରେ ଦିଲ୍ଲୀର ରକ୍‌ ବ୍ୟାଣ୍ଡ ୟୁଫୋରିଆ ଗ୍ରୁପ୍‌ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା। ୫୦ଗୋଟି ବିଳାସପୂର୍ଣ୍ଣ କଟେଜ ମଧ୍ୟରୁ ୨୦ଟି ପର୍ଯ୍ୟଟକମାନେ ରାତ୍ରିଯାପନ ପାଇଁ ବୁକିଂ କରିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଣାପଡିଛି। ଏହି ଅବସରରେ ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାର କାରିଗରି ଶିଳ୍ପର ପ୍ରଚାର ପ୍ରସାର ପାଇଁ ୧୦ଗୋଟି ଷ୍ଟଲ ମାଧ୍ୟମରେ ହସ୍ତତନ୍ତ ସାମଗ୍ରୀର ପସରା ମେଲିଥିବା ଦେଖିବାକୁ ମିଳିଛି। ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକ ମାଳାରେ ବେଳାଭୂମି କୂଳ ଝଲସୁଥିବାବେଳେ ପ୍ରଥମ ଦିନ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରେଲ୍‌ ସହ ଟେମ୍ପୁଲ୍‌ ଟୁର୍‌ ଏବଂ ଇକୋଲୋଜିକାଲ ଟୁର୍‌ ହେବ। ସେହିଭଳି ଆଡ୍‌ଭେଞ୍ଚର ସ୍ପୋର୍ଟସରେ ‘ଜେଟ୍‌-ସ୍କି’, ‘ସ୍ପିଡ୍‌ ବୋଟିଂ, ‘ପାରାସେଲିଂ’, ‘ଏଟିଭି’, ‘ଆର୍ଚେରୀ’, ‘ରାଇଫଲ୍‌ ଶୁଟିଂ’, ‘ବିଚ୍‌ ଭଲିବଲ୍‌’, ‘ଓ୍ବାଟର୍‌ ରୋଲର୍‌’ ଆଦି ରହିବ। ଏହାବ୍ୟତୀତ ସ୍ବତନ୍ତ୍ର ଫୁଡ୍‌ ଫେଷ୍ଟିଭାଲ ଓ ବିଚ୍‌ ମାର୍କେଟ୍‌ର ମଜା ସାଧାରଣ ଲୋକ ନେଇପାରିବେ। ଆଇଜି ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ୧୦ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇ ଚନ୍ଦ୍ରଭାଗାଠାରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ୪୯ ଦିନ ଧରି ଏହି ଉତ୍ସବ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri