ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି ମଲ୍ଟିନ୍ୟାଶନାଲ କମ୍ପାନୀ କି ରୋବୋ ଦ୍ୱାରା ଏହା କରାଯାଇନି। ଜଣେ ସାଧାରଣ ଚାଷୀଙ୍କ ପୁଅ ସନ୍ତୋଷ ନିଜସ୍ବ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏଭଳି ଅସାଧାରଣ ଯନ୍ତ୍ର ଏବଂ ଉତ୍ପାଦ। ଗୋଟିଏ କିମ୍ବା ଦୁଇଟି ନୁହେଁ ତାଙ୍କ ହାତଗଢ଼ା ଏକାଧିକ ଯନ୍ତ୍ରପାତି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।

ଆଇଟିଆଇ ପରେ ଗବେଷଣା
ରାଜଧାନୀ ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ ଉତ୍ତରା ନିକଟ ତେରବାଟିଆ ଗ୍ରାମର ସନ୍ତୋଷ ପରିଡ଼ା। ଆଇଟିଆଇ ପାସ୍‌ କରିଛନ୍ତି। ତାଙ୍କ ବାପା ଲକ୍ଷ୍ମୀଧର ଜଣେ ଚାଷୀ। ମା’ ସୁନ୍ଦରୀ ଜଣେ ଗୃହିଣୀ। ପିଲାବେଳୁ କିଛି ନୂଆ କରିବା ଲକ୍ଷ୍ୟନେଇ ସନ୍ତୋଷ ଆଇଟିଆଇ ଶେଷ କରିବାପରେ ଗବେଷଣା ପ୍ରତି ମନ ବଳାଇଥିଲେ। ନିଜସ୍ବ ଟେକ୍ନୋଲୋଜି, ଉପସ୍ଥିତ ବୁଦ୍ଧି ଓ ଦକ୍ଷତା ତାଙ୍କୁ ‘ଟ୍ରାକିଂ ଇଣ୍ଡିଆ’ ଭଳି ଯନ୍ତ୍ରପାତି ଉଦ୍ଭାବନ କରିବାକୁ ପ୍ରେରଣା ଯୋଗାଇଥିଲା। ପ୍ରଥମେ ବାଇକ୍‌ ଚୋରି ରୋକିବାକୁ ଜ୍ଞାନକୌଶଳ ବାହାର କରିଥିଲେ। ବାଇକ୍‌ ଉପରେ ପ୍ରୟୋଗ କରି ସଫଳ ହେବାପରେ ଏବେ ବିଭିନ୍ନ ପ୍ରକାର ଚୋରି ରୋକିବା ପାଇଁ ଯନ୍ତ୍ରପାତିର ବିକାଶ କରିଛନ୍ତି।

ସବୁପଛରେ ଜିଏସ୍‌ଏମ୍‌ ଟେକ୍ନୋଲୋଜି
ସବୁଠାରୁ ବଡ଼କଥା ହେଉଛି ସନ୍ତୋଷଙ୍କ ଦ୍ୱାରା ତିଆରି କୌଣସି ଯନ୍ତ୍ର ପାଇଁ ଇଣ୍ଟରନେଟ୍‌ କିମ୍ବା ସ୍ମାର୍ଟଫୋନ୍‌ ଦରକାର ହୁଏନାହିଁ। ଯେକୌଣସି ସାଧାରଣ ମୋବାଇଲ୍‌ରେ ଏହା ବିନା ଇଣ୍ଟରନେଟ୍‌ କାମ କରେ। ବର୍ତ୍ତମାନ ବିଶ୍ୱରେ ସମସ୍ତ ସିକ୍ୟୁରିଟି ସିଷ୍ଟମ ଏସ୍‌ଏମ୍‌ଏସ୍‌ ଦ୍ୱାରା ବାର୍ତ୍ତା ପହଞ୍ଚାଉଥିବା ବେଳେ ସନ୍ତୋଷଙ୍କ ଯନ୍ତ୍ର କିନ୍ତୁ ଚୋରିର ସୂଚନା ମିଳିଲେ ବ୍ୟବହାରକାରୀଙ୍କୁ ସିଧା କଲ୍‌ କରେ। ଗ୍ଲୋବାଲ୍‌ ସିଷ୍ଟମ ମୋବାଇଲ୍‌(ଜିଏସ୍‌ଏମ୍‌) ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ଏହି ଯନ୍ତ୍ରପାତି ଆପ୍‌-ବେସ୍‌ଡ ନୁହେଁ। ସବୁବର୍ଗର ଲୋକ ଯେପରି ବ୍ୟବହାର କରିପାରିବେ ତାହାକୁ ଦୃଷ୍ଟିରେ ରଖି ସନ୍ତୋଷ ଏହାକୁ ପ୍ରସ୍ତୁତ କରିଛନ୍ତି।

ଘରେ ଚୋରି ରୋକୁଛି ‘ଟ୍ରାକିଂ ଇଣ୍ଡିଆ’
ହୋମ୍‌ ସିକ୍ୟୁରିଟି ସିଷ୍ଟମ୍‌ ‘ଟ୍ରାକିଂ ଇଣ୍ଡିଆ’। ଜିଏସ୍‌ଏମ୍‌ ଟେକ୍ନୋଲୋଜୀରେ ପ୍ରସ୍ତୁତ ଏହି ସିଷ୍ଟମ୍‌ ଘର ବନ୍ଦ କରିବାର ୩ମିନିଟ୍‌ ପରେ ଘରକୁ ଏହା ଅଟୋମେଟିକ୍‌ ସିଗ୍‌ନାଲ ଲକ୍‌ କରିଦିଏ। ତା’ପରେ ଚୋର ଆସି କବାଟ କିମ୍ବା ଝରକା ଭାଙ୍ଗି ଘରେ ପଶିଲେ ସାଇରନ୍‌ ବାଜେ। ନାଲି ଲାଇଟ୍‌ ବ୍ଲିଙ୍କ୍‌ କରେ ଓ ଘର ଲାଇଟ୍‌ ମନକୁ ମନ ଜଳେ। ଯଦି ଟିୟର ଗ୍ୟାସ ସିଷ୍ଟମ ଥାଏ ତା’ହେଲେ ଟିୟର ଗ୍ୟାସ୍‌ ମନକୁ ମନ ବାହାରେ ଓ ତା’ପରେ ଘର ମାଲିକଙ୍କ ମୋବାଇଲ୍‌କୁ କଲ୍‌ ଯାଏ। ଭାରତ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ବ୍ୟବହାରକାରୀଙ୍କୁ ଏହି ଫୋନ୍‌ ଯାଏ। ଫଳରେ ସେ ଫୋନ୍‌ ଉଠାଇ ଜାଣିପାରେ ତା’ ଘରେ କ’ଣ ହେଉଛି ଏବଂ ଚୋରକୁ ମଧ୍ୟ ସେହି ଫୋନ୍‌ ଯୋଗେ ଧମକାଇ ପାରେ। କେବଳ ଘରର ମାଲିକ ନୁହେଁ, କିଛି ସମୟ ବ୍ୟବଧାନ ପରେ ଏହି ମେଶିନ୍‌ ପୋଲିସ ଷ୍ଟେଶନକୁ ମଧ୍ୟ କଲ୍‌ କରି ଚୋରି ସମ୍ପର୍କରେ ସୂଚନା ଦିଏ। ଯେତେବେଳେ କି ସିସିଟିଭି କ୍ୟାମେରା ତଥ୍ୟ ଦ୍ୱାରା ଚୋରକୁ ଧରିବା ସମ୍ଭବ ହୁଏନାହିଁ ସେତେବେଳେ ଏହା ଚୋରି ହେବା ପୂର୍ବରୁ ସତର୍କ କରିଦିଏ। ଘରର ଆକାର ଉପରେ କେତେ ବଡ଼ ସିକ୍ୟୁରିଟି ସିଷ୍ଟମ ଲଗାଯିବ ତାହା ସ୍ଥିର କରାଯାଏ। ଏହା ୨୦ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ସନ୍ତୋଷ କହିଛନ୍ତି।
ବିନା ଝିନ୍‌ଝଟ୍‌ରେ ଜଳସେଚନ
ଜଣେ ଚାଷୀପୁଅ ହୋଇଥିବାରୁ ଚାଷୀଙ୍କ କଷ୍ଟକୁ ଅନୁଭବ କରି ସନ୍ତୋଷ ପ୍ରଥମଥର ପାଇଁ ‘ଲିଫ୍ଟ ଇରିଗେଶନ ସିଷ୍ଟମ’ ନାମରେ ଏକ ନିଆରା ଯନ୍ତ୍ରପାତି ଉଦ୍ଭାବନ କରିଛନ୍ତି। ଏକର ଏକର ଜମିରେ ପାଣି ମଡ଼ାଇବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ଏହି ଯନ୍ତ୍ର ଦ୍ୱାରା ଆଉ ରାତି ଅନିଦ୍ରା ନ ହୋଇ ବିନା କୌଣସି ଝିନ୍‌ଝଟରେ ଜମିରେ ପାଣି ମଡ଼ାଇ ହେବ। ଘରେ ବସି ମୋବାଇଲ୍‌ରେ ସୁଇଚ୍‌ ଚିପିଲେ ଲିଫ୍ଟ ଚାଲିବ। ଜମିରେ ଆବଶ୍ୟକ ପାଣି ପୂରଣ ହୋଇଯିବା ପରେ ତାହା କୃଷକଙ୍କୁ ଫୋନ୍‌ କରି କହିବ ଏବଂ ମେଶିନକୁ ନିଜେ ନିଜେ ବନ୍ଦ କରିଦେବ। ସେହିଭଳି ବର୍ଷାହେଲେ ମଧ୍ୟ ମେଶିନ୍‌ ଆପେ ଆପେ ବନ୍ଦ ହୋଇଯିବ। ଜଳସ୍ତର କମିଗଲେ ନିଜେ ସେଥିରେ ପାଣି ଭର୍ତ୍ତି କରି ମେଶିନକୁ ରିଷ୍ଟାର୍ଟ କରିବ ଓ ବିଲ ଭିତରୁ ଚୋରି ହେଲେ ଏହା ଚାଷୀଙ୍କୁ ଯଥାସମୟରେ ସୂଚନା ଦେବ।

ଏଲ୍‌ପିଜି ଗ୍ୟାସ୍‌ ସିକ୍ୟୁରିଟି ସିଷ୍ଟମ
ସନ୍ତୋଷଙ୍କ ଉଦ୍ଭାବନ ମଧ୍ୟରେ ରହିଛି ଆଉ ଏକ ଉତ୍କୃଷ୍ଟ ଯନ୍ତ୍ର ‘ଏଲ୍‌ପିଜି ଗ୍ୟାସ୍‌ ସିକ୍ୟୁରିଟି ସିଷ୍ଟମ’। ଘରେ ଗ୍ୟାସ୍‌ ଲିକ୍‌ ସମ୍ପର୍କରେ ସୂଚନା ଦେବାକୁ ସେ ଏଭଳି ଏକ ସିଷ୍ଟମର ବିକାଶ କରିଛନ୍ତି। ଏହାକୁ ଘରେ ଲଗାଇଲେ ଗ୍ୟାସ୍‌ ଶର୍ଟସର୍କିଟ୍‌ ଜନିତ ଦୁର୍ଘଟଣାରୁ ସମ୍ପୂର୍ଣ୍ଣଭାବେ ମୁକ୍ତି ମିଳିବ। ଟାଙ୍କିରୁ ଗ୍ୟାସ୍‌ ନିର୍ଗତ ହେବା ମାତ୍ରେ ଏହା ପ୍ରଥମେ ଘରର ମେନ୍‌ ସୁଇଚ୍‌ ବନ୍ଦ କରି ଘରମଧ୍ୟକୁ ବିଦ୍ୟୁତ୍‌ ପ୍ରବାହ ରୋକିବ। ସେହିଭଳି ନିଆଁ ଲାଗିବା ମାତ୍ରେ ଏହା କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ନିର୍ଗତ କରି ନିଆଁକୁ ଲିଭାଇବ। ଏହାପରେ ମାଲିକଙ୍କ ମୋବାଇଲ୍‌କୁ ଏ ନେଇ କଲ୍‌ ଆସିବ। ଫଳରେ ଆପଣ ଘରୁ ବାହାରେ ଥିଲେ ମଧ୍ୟ ଆଉ ଚିନ୍ତା କରିବାକୁ ପଡ଼ିବନି।
ଗାଡ଼ି ଚୋରି ରୋକିବ
ଦୁଇଚକିଆ ଯାନ ହେଉ କି ଚାରିଚକିଆ ଯାନ। ଗାଡ଼ିର ଯେକୌଣସି ସ୍ଥାନରେ ଟ୍ରାକିଂ ଇଣ୍ଡିଆ ଯନ୍ତ୍ର ଲଗାଇଲେ ଏହା ଲୁଟେରାଙ୍କ କବଳରୁ ଗାଡ଼ିକୁ ସୁରକ୍ଷିତ ରଖିବ। ଯଦି କେହି ଲୁଟେରା ଗାଡ଼ି ଭାଙ୍ଗି ଗାଡ଼ି ଚୋରି କରିବାକୁ ଉଦ୍ୟମ କରିବ ତା’ହେଲେ ସଙ୍ଗେ ସଙ୍ଗେ ଗାଡ଼ିର ସାଇରନ୍‌ ବାଜିବ। ଗାଡ଼ି ନମ୍ବରରେ ମାଲିକଙ୍କ ମୋବାଇଲ୍‌ ଫୋନ୍‌ରେ କଲ୍‌ ଆସିବ। ତେବେ ସବୁଠାରୁ ବଡ଼କଥା ହେଲା ଲୁଟେରା ଗାଡ଼ି ନେଇ ଚାଲିଯାଉଥିବା ସମୟରେ ଫୋନ୍‌ରେ ଗାଡ଼ି ନମ୍ବରକୁ କଲ୍‌ କରି ଏହାର ଇଞ୍ଜିନକୁ ଲକ୍‌ କରିହେବ। ଯେତେ ଷ୍ଟାର୍ଟ କଲେ ବି ଗାଡ଼ି ଆଉ ଚାଲିବନି। ସନ୍ତୋଷ ଆଗାମୀଦିନରେ ବିନା ପେଟ୍ରୋଲ, ଡିଜେଲ ଏବଂ କିରୋସିନ୍‌ରେ କିଭଳି ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହୋଇପାରିବ ତାହା ଉପରେ ଗବେଷଣା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri