ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦର ୩ୟ ଦିନ: କଟାଗଲା ଶତାୟୁ ବରଗଛ

ପୁରୀ ଅଫିସ,୨୨ା୮: ଲଗାତର ତୃତୀୟ ଦିନରେ ପହଞ୍ଚତ୍ଛି ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା। ବୁଧବାର ମଧ୍ୟ ଦିନତମାମ୍‌ ପ୍ରଶାସନ ପକ୍ଷରୁ ଅନେକ ନିର୍ମାଣ ଭଙ୍ଗାଯାଇଛି। ଏଥିସହ ଏକ ଶତାୟୁ ପୁରୁଣା ବରଗଛ କାଟି ହଟାଇ ଦିଆଯାଇଛି। ଏହି ଗଛ କାଟିବା ଲାଗି ଘଟଣାସ୍ଥଳରେ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା। ତେବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିକୁ ନେଇ ଅଡୁଆରେ ପଡ଼ିିଛି ଜିଲା ପ୍ରଶାସନ। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ଚିନ୍ତା କରୁଥିବାବେଳେ ଦେଖାଦେଇଛି ବିରୋଧ। ତେଣୁ ଏ ନେଇ ଅଧିକ ବିଚାର ବିମର୍ଶ ଜାରି ରଖିଛି ପ୍ରଶାସନ। ଅନ୍ୟପକ୍ଷରେ ଯାହା କିଛି କାମ ରହିଛି ଗୁରୁବାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଦୁଇଦିନ ଭଳି ବୁଧବାର ସକାଳୁ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା। ପ୍ରଥମେ ଅଧାଭଙ୍ଗା କେତେକ ପିଲର ଏବଂ କାନ୍ଥକୁ ଭଙ୍ଗାଯାଇଥିଲା। ପୂର୍ବ ପାର୍ଶ୍ୱସ୍ଥ ସୂଚନାକେନ୍ଦ୍ରର କଂକ୍ରିଟ ଏବଂ ଏହା କଡ଼ରେ ନୂଆ କରି ନିର୍ମିତ କୋଠାର କଂକ୍ରିଟ ପିଲରକୁ ଏକାଧିକ ଜେସିବି ଭାଙ୍ଗିଥିଲେ। ସେହିପରି ବଡ଼ଛତା ମଠ ଏବଂ ମେଘନାଦ ପାଚେରି ମଝି ଅଂଶକୁ ସଫା କରାଯାଇଥିଲା। ରାମଦୟା ପରିଷଦ ପଛପଟେ ପାଚେରି କଡ଼କୁ ଲାଗି ରହିଥିବା ଏକ ବହୁ ପୁରାତନ ବରଗଛକୁ ହଟାଇବାକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଏହି ଗଛକୁ ହଟାଇବା ଆବଶ୍ୟକ ପଡ଼ିଲା ବୋଲି କହିଛନ୍ତି ଏଏସ୍‌ଆଇ କନିଷ୍ଠ ସଂରକ୍ଷଣ ସହାୟକ ଜ୍ୟୋତିରଞ୍ଜନ ପ୍ରଧାନ। ଗଛଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା। କେତେବେଳେ ଏହା ଭାଙ୍ଗି ମେଘନାଦ ପାଚେରି ଉପରେ ପଡ଼ିବା ଆଶଙ୍କା ଥିବାରୁ ଏହାକୁ କାଟିବା ଲାଗି ଘଟଣାସ୍ଥଳରୁ ହିଁ ବନ ବିଭାଗକୁ ଲିଖିତ ଭାବେ ଜଣାଇଥିଲା ଏଏସ୍‌ଆଇ। ବନ ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଗଛକୁ କାଟିଥିଲେ। ଏହି ଗଛ ନିକଟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରହିଥିବାରୁ ଅଧିକ ସତର୍କତା ଅବଲମ୍ବନ କରିଥିଲେ ଓଡ୍ରାଫ ଟିମ୍‌। ଫଳରେ ଗଛ କଟା ବିଳମ୍ବ ହୋଇଥିଲା। ସନ୍ଧ୍ୟା ହୋଇଯିବାରୁ ଲାଇଟ୍‌ ଲଗାଯାଇ ଗଛକୁ କଟାଯାଇଥିଲା। ତେବେ ସୂଚନାକେନ୍ଦ୍ର କୋଠା ଉପରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର ନ କରିବାକୁ ଦାବି କରି ଅନେକ ଗୋପବନ୍ଧୁ ପ୍ରେମୀ ଘଟଣାସ୍ଥଳରେ ପହଞ୍ଚତ୍ ଉପଜିଲାପାଳ ଭବତାରଣ ସାହୁ ଏବଂ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାର ପ୍ରତିଷ୍ଠାତା ସମ୍ପାଦକ ଗୋବିନ୍ଦ ପ୍ରସାଦ ମହାନ୍ତି କହିଛନ୍ତି, ବର୍ତ୍ତମାନ ଯେଉଁଠାରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରହିଛି ସେହିଠାରେ ହିଁ ପ୍ରଶାସନ ତାଙ୍କୁ ରଖିବାର ବ୍ୟବସ୍ଥା କରୁ। ବାରମ୍ବାର ସ୍ଥାନାନ୍ତର କରିବା ପୂଜ୍ୟପୂଜାଙ୍କ ପ୍ରତି ଅସମ୍ମାନ ହେବ। ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଉପଜିଲାପାଳ ସାହୁ କହିଛନ୍ତି। ଏହି ଉଚ୍ଛେଦ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ ଥିବାବେଳେ ଏକାଧିକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

ଦ୍ୱିତୀୟ ନିର୍ବାଚନ କ୍ଷେତ୍ର କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଗୁରୁବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାଥିପତ୍ର ଦାଖଲ କରିବେ ବୋଲି ଖବର ରହିଛି। ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri