ମେଗା ମିଲିଅନ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶୁଭାରମ୍ଭ

ଯାଜପୁର ଅଫିସ,୨ା୯: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା ପାଇଁ ମେଗା ମିଲିଅନ ଲଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ରଞ୍ଜନ କୁମାର ଦାସ ଏହାକୁ ଉଦଘାଟନ କରି ଠିକ ଓ ନିର୍ଭୁଲ ତାଲିକା ପ୍ରଣୟନ ଲକ୍ଷ୍ୟରେ ଭାରତର ନିର୍ବାଚନ କମିଶନ ଚଳିତ ମାସ ୧ ତାରିଖଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ବୋଲି ସୂଚନା ଦେଇଥିଲେ। ଜିଲାର ୧୬୧୯ ବୁଥ, ୨୩ଟି ଭୋଟର ସହାୟତା କେନ୍ଦ୍ର ସହ ସମସ୍ତ ଜନସେବା କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ଭୋଟର ତାଲିକାକୁ ଯାଞ୍ଚ କରି କୌଣସି ତ୍ରୁଟି ଥିଲେ ସଂଶୋଧନ କରି ପାରିବେ। ସେହିପରି ଭୋଟରମାନେ ଟୋଲ ଫ୍ରି ନମ୍ବର ୧୯୫୦ରେ ମଧ୍ୟ ଡାଏଲ କରି ସଂଶୋଧନ କରିପାରିବେ ବୋଲି ଜିଲାପାଳ କହିଥିଲେ। ୪୫ ଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଭୋଟର ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଚାକିରି କ୍ଷେତ୍ରରେ ପ୍ରମାଣପତ୍ର, ଫଟୋ ସଂଲଗ୍ନ ବ୍ୟାଙ୍କ ପାସବୁକ, ପାନକାର୍ଡ, ଏନପିଆର ସ୍ମାର୍ଟକାର୍ଡ, ଶ୍ରମ ମନ୍ତ୍ରଣାଳୟର ସ୍ବାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ ଇତ୍ୟାଦି ଯାହା ଠିକ ବୋଲି ଅନୁଭବ କରୁଛନ୍ତି ତାହାର ଏକ ନକଲ ବିଏଲଓ ବା ସହାୟତା କେନ୍ଦ୍ରରେ ପ୍ରଦାନ କରି ସଂଶୋଧନ କରିପାରିବେ। ସେହିଭଳି ୧ା୧ା୨୦୨୦ ତାରିଖକୁ ଯୋଗ୍ୟତା ତାରିଖ ଧରାଯାଇ ସେତେବେଳକୁ ଯେଉଁ ନୂଆ ଭୋଟରଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରି ପାରିବେ। ଅନ୍ୟପକ୍ଷରେ ମୃତ କିମ୍ବା ସ୍ଥାନାନ୍ତରଣ ଭୋଟରଙ୍କ ନାମ ବାଦ ଦିଆଯିବ। ଜଣେ ଭୋଟରଙ୍କର ଏକାଧିକ ସ୍ଥାନରେ ଭୋଟର ତାଲିକା ବେଆଇନ ଅଟେ। ତେଣୁ ସମ୍ପୃକ୍ତ ଭୋଟରମାନେ ନିଜ ଇଚ୍ଛା ମୁତାବକ ଗୋଟିଏ ସ୍ଥାନରେ ଭୋଟର ତାଲିକାରେ ନାମ ରଥି ଅନ୍ୟ ସ୍ଥାନରୁ ନାମ କାଟି ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭୋଟର ସହାୟତା କେନ୍ଦ୍ରକୁ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ଶୁଭାରମ୍ଭ କରିଥିଲେ। ପରେ ଜିଲାପାଳ ଓ ଉପଜିଲାପାଳ ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲାପାଳ ଉପସ୍ଥିତ ସମସ୍ତଙ୍କୁ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶପଥ ପାଠ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri