ମୃତ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ

ବାଲେଶ୍ୱର ଅଫିସ, ୧।୬-ସମଗ୍ର ଦେଶରେ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇ ଭୋକିଲା ପେଟରେ ହଜାର ହଜାର କି.ମି. ପାଦରେ ଚାଲିବା ସହ ଅକାଳ ମୃତ୍ୟୁବରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ସମ୍ମାନାର୍ଥେ ଉତ୍କଳ ମହିଳା ସମିତି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ସ୍ମୃତିଚାରଣ କରାଯାଇଛି। ଏହାସହ ୮ ଦଫା ଦାବି ପୂରଣ ଲାଗି ସମିତି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ପ୍ରବାସୀ ଶ୍ରମିକ ଆଇନ ୧୯୭୯ର ସଂଶୋଧନ କରି କର୍ମନିଯୁକ୍ତି ସୁରକ୍ଷା ସହ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ପ୍ରଦାନ ବ୍ୟବସ୍ଥା ସହ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଖାଦ୍ୟ ସାମଗ୍ରୀ ପ୍ରଦାନ, ସମସ୍ତଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷାଦାନ, କର୍ମନିଯୁକ୍ତି ଓ ସାମ୍ବିଧାନିକ ଗଣତନ୍ତ୍ର ସୁରକ୍ଷା କରିବା, ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାର୍ଷିକ ଅନ୍ୟୁନ ୨୬୦ଦିନ କର୍ମନିଯୁକ୍ତି ପ୍ରଦାନ, ପ୍ରତ୍ୟେକ ପ୍ରବାସୀ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ର ଶ୍ରମିକ ପରିବାରକୁ ମାସିକ ୧୦ହଜାର ଟଙ୍କା ହାରରେ ଅନ୍ୟୁନ ୬ମାସ ରିଲିଫ ପ୍ରଦାନ, ପିଏମ୍‌ କେୟାରର ସ୍ବଚ୍ଛତା ସନ୍ଦେହ ଘେରରେ ଥିବାରୁ ଏହି ସଂସ୍ଥାକୁ ଉଚ୍ଛେଦ କରି ସମସ୍ତ ସଂଗୃହୀତ ଅର୍ଥ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରେ ସାମିଲ କରାଯିବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରି ସମସ୍ତ ଜନତାଙ୍କୁ ରାଶନ ବ୍ୟବସ୍ଥା ଦାବି ନେଇ ଆସନ୍ତା ଜୁନ୍‌ ୪ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସମିତି ପକ୍ଷରୁ ଆହ୍ବାନ ଦିଆଯାଇଛି। ଉତ୍କଳ ମହିଳା ସମିତିର ରାଜ୍ୟ ସାଧାରଣ ସମ୍ପାଦିକା ପ୍ରଭାବତୀ ଦାସ, ଜିଲା ସଭାନେତ୍ରୀ ବନ୍ଦନା ବିଶ୍ୱାସ, ହେମପ୍ରିୟା ବାରିକ, ଆରତୀ ପତି, ଭାନୁମତୀ ନାୟକ, ଆରତୀ ସରେନ ଓ ଲକ୍ଷ୍ମୀ ଟୁଡୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri