ମୁମ୍ବାଇରେ ଜୀବନଯାପନ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୧୦।୬: ଦେଶର ଆର୍ଥତ୍କ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରରେ ଜୀବନଯାପନ କରିବା ସବୁଠାରୁ ମହଙ୍ଗା। ନିକଟରେ ହୋଇଥିବା ମରସର୍ସ ୨୦୨୦ କଷ୍ଟ ଅଫ୍‌ ଲିଭିଂ ୨୦୨୦ ସର୍ଭେରୁ ଏହା ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ବ୍ୟୟ ବହୁଳ ସହର ମଧ୍ୟରେ ମୁମ୍ବାଇ ୬୦ତମ ସ୍ଥାନରେ ରହିଛି। ଏହା ଏସିଆର ୧୯ତମ ବ୍ୟୟବହୁଳ ସହର ବୋଲି ଜଣାପଡ଼ିଛି। ଏହି ତାଲିକାରେ ଭାରତୀୟ ସହରଗୁଡିକ ମଧ୍ୟରେ ମୁମ୍ବାଇ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ବିଶ୍ୱ ସ୍ତର କଥା ବିଚାର କଲେ ନୂଆଦିଲ୍ଲୀ ୧୦୧ତମ ଏବଂ ଚେନ୍ନାଇ ୧୪୩ତମ ସ୍ଥାନରେ ରହିଛି। ବାଙ୍ଗାଲୋର ୧୭୧, କଲିକତା ୧୮୫ତମ ସ୍ଥାନରେ ରହିଛି। ଭାରତୀୟ ସହରଗୁଡିକ ମଧ୍ୟରେ କଲିକତାରେ ଜୀବନ ଯାପନ ଅପେକ୍ଷାକୃତ ସୁଲଭ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତୀୟ ସହରଗୁଡିକର ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ସହରଗୁଡିକ ଅନ୍ତତଃପକ୍ଷେ ୪ଟି ସ୍ଥାନ ଲେଖାଏ ବଢ଼ିଛନ୍ତି। ଦିଲ୍ଲୀ ସର୍ବାଧିକ ୧୭ଟି ସ୍ଥାନ ଉପରକୁ ଉଠିଛି। ଅର୍ଥାତ୍‌ ସହରଗୁଡିକରେ ଜୀବନଯାପନ ମହଙ୍ଗା ହୋଇ ଚାଲୁଥିବା ଜଣାପଡିଛି। ବିଶ୍ୱ ସ୍ତରର ତାଲିକାରେ ହଂକଂ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟରେ ତୁର୍କମେନିସ୍ତାନ, ତୃତୀୟରେ ଜାପାନର ଟୋକିଓ ଚତୁର୍ଥରେ ସୁଇଜରଲାଣ୍ଡର ଜୁରିଚ୍‌, ପଞ୍ଚମରେ ସିଙ୍ଗାପୁର, ୬ନମ୍ବର ସ୍ଥାନରେ ନ୍ୟୁୟର୍କ, ସପ୍ତମରେ ସାଂଘାଇ, ଅଷ୍ଟମରେ ବର୍ନ, ନବମରେ ଜେନେଭା ଏବଂ ଦଶମରେ ବେଜିଂ ରହିଛି। ତାଲିକାରେ ବିଶ୍ୱର ୯ ସହରକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri