ମୁଦ୍ରାନୀତି ବୈଠକ ପୂର୍ବରୁ ସୀତାରାମନ୍‌ଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆସନ୍ତା ମୁଦ୍ରାନୀତି ସମୀକ୍ଷା ପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରକାରଙ୍କ ଆର୍ଥିକ ନୀତି, ମୁଦ୍ରାସ୍ଫୀତି, ଜିଡିପି ହାର ହ୍ରାସ ଆଦି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍‌ବିଆଇର ମୁଦ୍ରାନୀତି ଘୋଷଣା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସହ ଆର୍‌ବିଆଇ ଗଭର୍ନରଙ୍କ ଭେଟ ପାରମ୍ପରିକ ରହିଥାଏ। ବାହାରେ ଅପେକ୍ଷାରତ ଖବରଦାତାଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଘୋଷଣା ସକାରାମତ୍କ ହେବ। ଫଳରେ ଭାରତ ବିଦେଶୀ ନିବେଶକଙ୍କ ଲାଗି ଅତ୍ୟନ୍ତ ଆକର୍ଷଣୀୟ ସ୍ଥଳ ପାଲଟିଯାଇଛି ବୋଲି ସେ କହିଛନ୍ତି।
ଗଭର୍ନର ଦାସ କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ ଦ୍ୱାରା ଭାରତ ଆସିଆନ ଓ ଏସିଆର ଅନ୍ୟ ବିକାଶଶୀଳ ବଜାର ତୁଳନାରେ ଅଧିକ ପ୍ରତିଯୋଗିତାମୂଳକ ହୋଇଛି। ତାଙ୍କ ମତରେ ଆଜି ଭାରତ ପ୍ରତିଯୋଗିତା କ୍ଷେତ୍ରରେ ମଜଭୁତ ସ୍ଥିତିରେ ରହିଛି। ଏହାଦ୍ୱାରା ଦେଶରେ ଅଧିକ ନିବେଶ ହୋଇପାରିବ। ଘରୋଇ ନିବେଶ ସମ୍ପର୍କରେ ମତବ୍ୟକ୍ତ କରି ଶକ୍ତିକାନ୍ତ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀଙ୍କ ନିକଟରେ ପୁଞ୍ଜିଗତ ନିବେଶ ବଢ଼ାଇବା ଲାଗି ପୂର୍ବାପେକ୍ଷା ଅଧିକ ଅର୍ଥ ସଞ୍ଚୟ ହେବ। ଫଳରେ ସେମାନଙ୍କ ମଧ୍ୟରୁ କେତେକ ନିବେଶ ବଢ଼ାଇବେ ଓ ଅନ୍ୟ କେତେକ ନିଜର ଋଣ ପରିଶୋଧ କରିବେ। ଏହାଦ୍ୱାରା ସେମାନଙ୍କର ବାଲାନ୍ସ ସିଟ୍‌ ସୁଧୁରିଯିବ। ସୂଚନାଥାଉ କି, ଅକ୍ଟୋବର ପହିଲାରୁ ଆର୍‌ବିଆଇର ୩ ଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଅକ୍ଟୋବର ୪ରେ ମୁଦ୍ରାନୀତି ଘୋଷଣା କରାଯିବ। ମାନ୍ଦାବସ୍ଥାକୁ ଦୂର କରିବା ତଥା ଆର୍ଥିକ ପ୍ରଗତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଆର୍‌ବିଆଇ ୫ମଥର ପାଇଁ ରେପୋ ରେଟ୍‌ ହ୍ରାସ କରିପାରନ୍ତି ବୋଲି ଆଶାକରାଯାଉଛି। ସ୍ବୟଂ ଗଭର୍ନର ମଧ୍ୟ ଏନେଇ ସଙ୍କେତ ଦେଇଛନ୍ତି। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହା ୪%ଠାରୁ ବହୁ ତଳେ ରହିଛି। ଆସନ୍ତା ବର୍ଷକ ମଧ୍ୟରେ ଏହା ତଳେ ରହିବ ବୋଲି ଅନୁମାନ କରାଯାଉଛି। ଏପରିସ୍ଥିତିରେ ଅଭିବୃଦ୍ଧି ହାର ଧିମା ହୋଇଥିବାରୁ ରେପୋ ରେଟ୍‌ ହ୍ରାସ ହେବାର ବହୁ ସୁଯୋଗ ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri