ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଓପିଟିସିଏଲ୍‌ର ବେଖାତିର: ଅବସରପ୍ରାପ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିରେ ଅନିୟମିତତା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବଚ୍ଛ ଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ କରୁଛନ୍ତି। ୫-ଟି (ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି, ଟାଇମ୍‌ ଆଣ୍ଡ ଟ୍ରାନ୍ସଫରମେଶନ)କୁ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ବଡବାବୁମାନେ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇଦେବା ସହ ନିଜକୁ ସୁହାଇଲା ଭଳି ବେଆଇନ କାର୍ଯ୍ୟ କରିବାକୁ ପଛାଉନାହାନ୍ତି। କେବଳ ସେତିକି ନୁହେଁ, ବିଭାଗୀୟ ମନ୍ତ୍ରୀମାନଙ୍କ ନିର୍ଦ୍ଦେଶକୁ ମଧ୍ୟ ଏହି ଅଧିକାରୀମାନେ ବେଖାତିର କରିଚାଲିଛନ୍ତି। ଶକ୍ତି ବିଭାଗରେ ଚାଲିଥିବା ଏଭଳି ବେଆଇନ କାରନାମାର ପର୍ଦ୍ଦାଫାଶ ହୋଇଛି। ଏହି ବିଭାଗ ଅଧୀନରେ ଥିବା ଓଡ଼ିଶା ପାଓ୍ବାର ଆଣ୍ଡ ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌(ଓପିଟିସିଏଲ୍‌)ରେ ଅବବସରପ୍ରାପ୍ତ ଡାଇରେକ୍ଟରମାନଙ୍କୁ ପୁନଃ ନିଯୁକ୍ତି ଦେବା କ୍ଷେତ୍ରରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ,  ସାଉଥ୍‌କୋ ଦାୟିତ୍ୱରେ ଥିବା ଓପିଟିସିଏଲ ଡାଇରେକ୍ଟର(ପ୍ରୋଜେକ୍ଟ),ଡାଇରେକ୍ଟର(ଫାଇନାନ୍ସ), ଡାଇରେକ୍ଟର (ଅପରେଶନ) ଏବଂ ଡାଇରେକ୍ଟର (ମାନବ ସମ୍ବଳ)ଙ୍କୁ ଅବସର ପରେ ସାଧାରଣ ଉଦ୍ୟୋଗ ବିଭାଗ ପୁନଃ ନିଯୁକ୍ତି ଦେବାକୁ ଯୋଜନା କରିଛି । ଏହି ନିଯୁକ୍ତିରେ ସମସ୍ତ ଆଇନ କାନୁନକୁ ଦଳିମକଚି ଦିଆଯାଇଛି। ଓପିଟିସିଏଲ୍‌ ଏବଂ ଗ୍ରୀଡ୍‌କୋକୁ ନେଇ ଗଠନ କରାଯାଇଥିବା ବୋର୍ଡ ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରସ୍ତାବ ଦେବାର ନିୟମ ରହିଛି। ମାତ୍ର ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଏକପାଖିଆ ଭାବେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ମାନବ ସମ୍ବଳ ନିର୍ଦ୍ଦେଶକ ରାଜେନ୍ଦ୍ର ସେନାପତିଙ୍କ ନାମରେ ବିଭିନ୍ନ ସଂଗଠନ ପକ୍ଷରୁ ବହୁ ଅଭିଯୋଗ ରହିଛି। ଅଭିଯୋଗ ପାଇବା ପରେ ଅବସର ପରେ ସେନାପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନ କରିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜୁଲାଇ ୧୭ରେ ସାଧାରଣ ଉଦ୍ୟୋଗ ସଚିବଙ୍କୁ ଚିଠି ଲେଖିଥିଲେ। ଏଥିସହିତ ଏହି ପଦବୀ ପାଇଁ ନୂତନ ବିଜ୍ଞାପନ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହାକୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରିବାକୁ ବିଭାଗୀୟ ସଚିବଙ୍କୁ ମନ୍ତ୍ରୀ ଜଣାଇଥିଲେ। ଶକ୍ତି ବିଭାଗ ଡେପୁଟି ସେକ୍ରେଟାରି ଚନ୍ଦ୍ରକାନ୍ତ ମିଶ୍ର ଅଗଷ୍ଟ ୮ରେ ଖାଲି ହେବାକୁ ଥିବା ନିର୍ଦ୍ଦେଶକ (ମାନବ ସମ୍ବଳ) ପଦବୀ ପୂରଣ କରିବାକୁ ଓପିଟିସିଏଲ୍‌ ଜେନେରାଲ ମ୍ୟାନେଜର(ଇ.ଇ)ଙ୍କୁ ଗତ ୨ ତାରିଖରେ ଚିଠି ଲେଖି ଜଣାଇଥିଲେ। ସାଧାରଣତଃ ନୂତନ ପଦବୀରେ ନିଯୁକ୍ତି ପାଇଁ ଖାଲି ହେବାର ୬ ମାସ ପୂର୍ବରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ମାତ୍ର ଶକ୍ତି ବିଭାଗ ନିର୍ଦ୍ଦେଶକ ପଦବୀ ଖାଲି ହେବାର ମାତ୍ର ୬ ଦିନ ପୂର୍ବରୁ ବିଜ୍ଞାପନ ପାଇଁ ଓପିଟିସିଏଲ୍‌କୁ ନିର୍ଦ୍ଦେଶ ଦେବା ପଛରେ କି ରହସ୍ୟ ରହିଛି ସେ ନେଇ କର୍ମଚାରୀ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଏସବୁ ଅଭିଯୋଗ ଓ ନିର୍ଦ୍ଦେଶନାମାକୁ ବେଖାତିର କରି ସେନାପତିଙ୍କ ସମେତ ଅନ୍ୟ ୩ ଜଣ ନିର୍ଦ୍ଦେଶକଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ପୁନଃ ନିଯୁକ୍ତି ଦେବା ନେଇ ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି। ଓପିଟିସିଏଲ୍‌ ବୋର୍ଡ ପକ୍ଷରୁ କାର୍ଯ୍ୟକାଳ ବୃଦ୍ଧି ନେଇ କୌଣସି ସୁପାରିସ କରା ନ ଯିବା, ଅଭିଯୋଗଗୁଡିକୁ ଅଣଦେଖା କରାଯିବା ଏବଂ ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହା ସ୍ବାଥରେ ପୁନଃ ନିଯୁକ୍ତି ଦିଆଯାଇଛି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କର୍ମଚାରୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri