ମୁଖ୍ୟ ଚିକିତ୍ସାଳୟରେ ଗୁଡ ସାମାରିଟାନ୍‌ ରେଜିଷ୍ଟର ଉଭାନ; ସହାୟତାକାରୀଙ୍କୁ କର୍ତ୍ତୃପକ୍ଷଙ୍କ ଅଣଦେଖା

ଅନୁଗୋଳ ଅଫିସ, ୧୦।୬: ଦୁର୍ଘଟଣାରେ ଆହତଙ୍କୁ ତ୍ୱରିତ ଚିକିତ୍ସା ପାଇଁ ମେଡିକାଲ ନେଲେ ମିଳିବ ପ୍ରୋତ୍ସାହନ ଓ ପୁରସ୍କାର। ପୋଲିସକୁ ମଧ୍ୟ ଏଥିପାଇଁ କୌଣସି କୈଫିୟତ ଦେବାକୁ ପଡିବନି। ଏହାଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ସହ ଆହତଙ୍କ ପାଇଁ ସାଧାରଣ ଲୋକେ ଅଧିକ ସହଯୋଗର ହାତ ବଢାଇବେ। ସହାୟତା କରିଥିବା ବ୍ୟକ୍ତିଙ୍କୁ ସଡ଼କ ସୁରକ୍ଷା ସପ୍ତାହରେ ସମ୍ବର୍ଦ୍ଧିତ କରାଯିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ସହାୟତାକାରୀଙ୍କୁ ପୁରସ୍କୃତ କରାଯିବା ତ ଦୂର କଥା ସେମାନଙ୍କ ନାମ ପଞ୍ଜୀକରଣ ମଧ୍ୟ କରାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି ସାମାଜିକକର୍ମୀ। ଏପରିକି ମେଡିକାଲରେ ଅଧିକାଂଶ ସମୟରେ ଗୁଡ ସାମାରିଟାନ ରେଜିଷ୍ଟର ଉଭାନ ହୋଇଯାଉଛି। ଫଳରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରୁଥିବା ସାଧାରଣ ଲୋକଙ୍କ ନାଁ ପଞ୍ଜୀକରଣ ହେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ବଢୁ ନ ଥିବା ଜିଲାର କେତେଜଣ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।
ଜିଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଆହତଙ୍କୁ ଲୋକେ ଅନୁଗୋଳ ଚିକିତ୍ସାଳୟରେ ଭର୍ତ୍ତି କରୁଛନ୍ତି। ହେଲେ ସେମାନଙ୍କ ବିଷୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ତଥ୍ୟ ପହଞ୍ଚିପାରୁନି। ତେଣୁ ସଡ଼କ ସୁରକ୍ଷା ସପ୍ତାହ ପାଳନବେଳେ ପ୍ରକୃତ ସହାୟତାକାରୀଙ୍କୁ ଚିହ୍ନଟ କରାଯାଇପାରୁ ନ ଥିବାରୁ ସେମାନେ ପୁରସ୍କାର ଓ ପ୍ରୋତ୍ସାହନରୁ ବଞ୍ଚିତ ହେଉଛନ୍ତି। ସମ୍ବର୍ଦ୍ଧନା ନ ହେଲେ ବି ପ୍ରଶାସନ ସହଯୋଗକାରୀଙ୍କୁ ପ୍ରଂଶସା କରିବା ଆବଶ୍ୟକ ବୋଲି ସାମାଜିକର୍ମୀମାନେ କହିଛନ୍ତି। ଏହାଦ୍ୱାରା ଯୁବପିଢି ତଥା ନୂତନ ଭାବେ ସମାଜ ସେବାରେ ସାମିଲ ହେଉଥିବା ବ୍ୟକ୍ତିମାନେ ଉତ୍ସାହିତ ହେବେ। ହେଲେ ଏହା କରା ନ ଯାଇ ମେଡିକାଲରେ ସେମାନଙ୍କୁ ଅଣଦେଖା କରାଯାଉଥିବା ସାମାଜିକ କର୍ମୀମାନେ ଅଭିଯୋଗ ଆଣିଛନ୍ତି। ଚିକିତ୍ସାଳୟରେ ଅନେକ ସମୟରେ ରେଜିଷ୍ଟର ରହୁ ନ ଥିବାବେଳେ ପଞ୍ଜୀକରଣ ହୋଇଥିବା ନାଁ ମଧ୍ୟ ପରିବହନ କାର୍ଯ୍ୟାଳୟରେ ପହଞ୍ଚୁନାହିଁ। ଏଥିପ୍ରତି ଡାକ୍ତରଖାନା ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି କହିଛନ୍ତି, ଆମ ନିକଟକୁ ସାମାଜିକ କର୍ମୀଙ୍କ ନାମ ଆସିପାରୁ ନାହିଁ। ତେଣୁ ସମସ୍ତଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିପାରୁନାହିଁ। ଏପରି କି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯାଳୟକୁ କୌଣସି ତଥ୍ୟ ପ୍ରଦାନ କରାଯାଉ ନ ଥିବା ସେ କହିଛନ୍ତି। ଫଳରେ ସହାୟତାକାରୀଙ୍କୁ ପୁରସ୍କୃତ କରିବାରେ ସମସ୍ୟା ଉପୁଜୁଥିବା ସେନାପତି ପ୍ରକାଶ କରିଛନ୍ତି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି, ସାମାଜିକ କର୍ମୀଙ୍କ ନାମ ଲିପିବଦ୍ଧ କରାଯାଉଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ କାହିଁକି ନାଁ ପଠାଯାଉ ନାହିଁ ସେ ବିଷୟରେ ଏଡିଏମ୍‌ଓଙ୍କ ସହ ଆଲୋଚନା କରିବା ପରେ କହିବେ ବୋଲି ସେ ପ୍ରକାଶ କରିଥିଲେ। ଅନୁଗୋଳର ସାମାଜିକ କର୍ମୀ ପ୍ରତାପ ମହାପାତ୍ର, ବ୍ରହ୍ମଜ୍ୟୋତି ମିଶ୍ର ଓ ପର୍ଶୁରାମ ଦାସ କହିଛନ୍ତି, ଅନେକଥର ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛୁ। ଏପରି କି ନିଜ ହାତରୁ ଗାଡ଼ି ଭଡ଼ା କରି ଲୋକଙ୍କୁ ମେଡିକାଲ ଆଣିଛୁ। ହେଲେ କେବେ ହେଲେ ଗୁଡ ସାମାରିଟାନ ରେଜିଷ୍ଟରରେ ନାଁ ଲିପିବଦ୍ଧ ହୋଇନାହିଁ। ଅନ୍ୟ ଜିଲାଗୁଡିକରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସହାୟତା କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ଅନୁଗୋଳରେ ଗତ ଏକ ବର୍ଷ ମଧ୍ୟରେ ତାହା ହୋଇ ନ ଥିବାରୁ ଅସନ୍ତୋଷ ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri