ମୁଖ୍ୟ ଚିକିତ୍ସାଳୟରେ ଗୁଡ ସାମାରିଟାନ୍‌ ରେଜିଷ୍ଟର ଉଭାନ; ସହାୟତାକାରୀଙ୍କୁ କର୍ତ୍ତୃପକ୍ଷଙ୍କ ଅଣଦେଖା

ଅନୁଗୋଳ ଅଫିସ, ୧୦।୬: ଦୁର୍ଘଟଣାରେ ଆହତଙ୍କୁ ତ୍ୱରିତ ଚିକିତ୍ସା ପାଇଁ ମେଡିକାଲ ନେଲେ ମିଳିବ ପ୍ରୋତ୍ସାହନ ଓ ପୁରସ୍କାର। ପୋଲିସକୁ ମଧ୍ୟ ଏଥିପାଇଁ କୌଣସି କୈଫିୟତ ଦେବାକୁ ପଡିବନି। ଏହାଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ସହ ଆହତଙ୍କ ପାଇଁ ସାଧାରଣ ଲୋକେ ଅଧିକ ସହଯୋଗର ହାତ ବଢାଇବେ। ସହାୟତା କରିଥିବା ବ୍ୟକ୍ତିଙ୍କୁ ସଡ଼କ ସୁରକ୍ଷା ସପ୍ତାହରେ ସମ୍ବର୍ଦ୍ଧିତ କରାଯିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ସହାୟତାକାରୀଙ୍କୁ ପୁରସ୍କୃତ କରାଯିବା ତ ଦୂର କଥା ସେମାନଙ୍କ ନାମ ପଞ୍ଜୀକରଣ ମଧ୍ୟ କରାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି ସାମାଜିକକର୍ମୀ। ଏପରିକି ମେଡିକାଲରେ ଅଧିକାଂଶ ସମୟରେ ଗୁଡ ସାମାରିଟାନ ରେଜିଷ୍ଟର ଉଭାନ ହୋଇଯାଉଛି। ଫଳରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରୁଥିବା ସାଧାରଣ ଲୋକଙ୍କ ନାଁ ପଞ୍ଜୀକରଣ ହେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ବଢୁ ନ ଥିବା ଜିଲାର କେତେଜଣ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।
ଜିଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଆହତଙ୍କୁ ଲୋକେ ଅନୁଗୋଳ ଚିକିତ୍ସାଳୟରେ ଭର୍ତ୍ତି କରୁଛନ୍ତି। ହେଲେ ସେମାନଙ୍କ ବିଷୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ତଥ୍ୟ ପହଞ୍ଚିପାରୁନି। ତେଣୁ ସଡ଼କ ସୁରକ୍ଷା ସପ୍ତାହ ପାଳନବେଳେ ପ୍ରକୃତ ସହାୟତାକାରୀଙ୍କୁ ଚିହ୍ନଟ କରାଯାଇପାରୁ ନ ଥିବାରୁ ସେମାନେ ପୁରସ୍କାର ଓ ପ୍ରୋତ୍ସାହନରୁ ବଞ୍ଚିତ ହେଉଛନ୍ତି। ସମ୍ବର୍ଦ୍ଧନା ନ ହେଲେ ବି ପ୍ରଶାସନ ସହଯୋଗକାରୀଙ୍କୁ ପ୍ରଂଶସା କରିବା ଆବଶ୍ୟକ ବୋଲି ସାମାଜିକର୍ମୀମାନେ କହିଛନ୍ତି। ଏହାଦ୍ୱାରା ଯୁବପିଢି ତଥା ନୂତନ ଭାବେ ସମାଜ ସେବାରେ ସାମିଲ ହେଉଥିବା ବ୍ୟକ୍ତିମାନେ ଉତ୍ସାହିତ ହେବେ। ହେଲେ ଏହା କରା ନ ଯାଇ ମେଡିକାଲରେ ସେମାନଙ୍କୁ ଅଣଦେଖା କରାଯାଉଥିବା ସାମାଜିକ କର୍ମୀମାନେ ଅଭିଯୋଗ ଆଣିଛନ୍ତି। ଚିକିତ୍ସାଳୟରେ ଅନେକ ସମୟରେ ରେଜିଷ୍ଟର ରହୁ ନ ଥିବାବେଳେ ପଞ୍ଜୀକରଣ ହୋଇଥିବା ନାଁ ମଧ୍ୟ ପରିବହନ କାର୍ଯ୍ୟାଳୟରେ ପହଞ୍ଚୁନାହିଁ। ଏଥିପ୍ରତି ଡାକ୍ତରଖାନା ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି କହିଛନ୍ତି, ଆମ ନିକଟକୁ ସାମାଜିକ କର୍ମୀଙ୍କ ନାମ ଆସିପାରୁ ନାହିଁ। ତେଣୁ ସମସ୍ତଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିପାରୁନାହିଁ। ଏପରି କି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯାଳୟକୁ କୌଣସି ତଥ୍ୟ ପ୍ରଦାନ କରାଯାଉ ନ ଥିବା ସେ କହିଛନ୍ତି। ଫଳରେ ସହାୟତାକାରୀଙ୍କୁ ପୁରସ୍କୃତ କରିବାରେ ସମସ୍ୟା ଉପୁଜୁଥିବା ସେନାପତି ପ୍ରକାଶ କରିଛନ୍ତି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି, ସାମାଜିକ କର୍ମୀଙ୍କ ନାମ ଲିପିବଦ୍ଧ କରାଯାଉଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ କାହିଁକି ନାଁ ପଠାଯାଉ ନାହିଁ ସେ ବିଷୟରେ ଏଡିଏମ୍‌ଓଙ୍କ ସହ ଆଲୋଚନା କରିବା ପରେ କହିବେ ବୋଲି ସେ ପ୍ରକାଶ କରିଥିଲେ। ଅନୁଗୋଳର ସାମାଜିକ କର୍ମୀ ପ୍ରତାପ ମହାପାତ୍ର, ବ୍ରହ୍ମଜ୍ୟୋତି ମିଶ୍ର ଓ ପର୍ଶୁରାମ ଦାସ କହିଛନ୍ତି, ଅନେକଥର ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛୁ। ଏପରି କି ନିଜ ହାତରୁ ଗାଡ଼ି ଭଡ଼ା କରି ଲୋକଙ୍କୁ ମେଡିକାଲ ଆଣିଛୁ। ହେଲେ କେବେ ହେଲେ ଗୁଡ ସାମାରିଟାନ ରେଜିଷ୍ଟରରେ ନାଁ ଲିପିବଦ୍ଧ ହୋଇନାହିଁ। ଅନ୍ୟ ଜିଲାଗୁଡିକରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସହାୟତା କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ଅନୁଗୋଳରେ ଗତ ଏକ ବର୍ଷ ମଧ୍ୟରେ ତାହା ହୋଇ ନ ଥିବାରୁ ଅସନ୍ତୋଷ ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri