Posted inଖେଳ

ମିସ୍‌ବା ପାକିସ୍ତାନ ଦଳର ମୁଖ୍ୟ କୋଚ୍‌

ଲାହୋର,୪।୯(ଏଏଫ୍‌ପି): ପାକିସ୍ତାନ ବୁଧବାର ପୂର୍ବତନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କୁ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ କରିଛି। କ୍ରିକେଟ ପାଗଳ ଦେଶ ପାକିସ୍ତାନ ୨୦୧୯ ଆଇସିସି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଏଥିଯୋଗୁ କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପିସିବି ମନା କରି ଦେଇଥିଲା। ବୋଲିଂ କୋଚ୍‌ ଆଝାର ମେହମ୍ମୁଦ ଓ ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବରଙ୍କୁ ମଧ୍ୟ ବିଦା କରାଯାଇଥିଲା। ମିସ୍‌ବାଙ୍କୁ ଆଗାମୀ ତିନି ବର୍ଷ ପାଇଁ ସମସ୍ତ ଫର୍ମାଟର ଦାୟିତ୍ୱ ଦିଆଯାଇଛି। ଦଳୀୟ ଖେଳାଳିଙ୍କ ଚୟନରେ ପାରଦର୍ଶିତ ଓ ସ୍ପଷ୍ଟତା ଲାଗି ମିସ୍‌ବାଙ୍କୁ ଚୟନ କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ତାଙ୍କ ବ୍ୟତୀତ ଚୟନ କମିଟିରେ ୬ ପ୍ରଥମ ଶ୍ରେଣୀ ଦଳର ମୁଖ୍ୟ କୋଚ୍‌ ରହିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ମିସ୍‌ବା ଦେଶର ୩୦ତମ ମୁଖ୍ୟ କୋଚ୍‌। ହେଲେ ପୂର୍ବରୁ ମୁଖ୍ୟ କୋଚ୍‌ଙ୍କୁ କଦାପି ଚୟନ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇ ନାହିଁ। ତେବେ ନ୍ୟୁଜିଲାଣ୍ଡରେ ଏହି ସିଷ୍ଟମ ପ୍ରଚଳିତ। ଆଉ ଜଣେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ପେସର ଓ୍ବାକର ୟୁନିସଙ୍କୁ ସମାନ ଅବଧି ପାଇଁ ପାକିସ୍ତାନ ବୋଲିଂ କୋଚ୍‌ ପଦ ଦିଆଯାଇଛି। ସେ ପୂର୍ବରୁ ଦୁଇ ଥର ଜାତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ୫ ଜଣିଆ କମିଟି ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ଓ ପୂର୍ବତନ ପାକିସ୍ତାନ କୋଚ୍‌ ମୋହସିନ ଖାନଙ୍କ ସାକ୍ଷାତ୍‌କାର ନେଇଥିଲା। ମିସ୍‌ବା ଓ ୟୁନିସ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ୍‌ରୁ ଅଭିଯାନ ଆରମ୍ଭ କରିବେ। ଏହାପରେ ପାକିସ୍ତାନ ଦୁଇ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ମିସ୍‌ବା ଦେଶର ସବୁଠୁ ସଫଳତମ ଟେଷ୍ଟ ଅଧିନାୟକ। ତାଙ୍କ ନେତୃତ୍ୱରେ ଦଳ ୫୬ ଟେଷ୍ଟ ଖେଳି ୨୬ ବିଜୟ ସହ ୧୧ ମ୍ୟାଚ୍‌ ଡ୍ର’ ରଖିଥିଲା। ସେ ୭୫ ଟେଷ୍ଟ, ୧୬୨ ଦିନିକିଆ ଓ ୩୯ ଟି୨୦ ଖେଳିଛନ୍ତି। ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri