ମିଳୁନି ସହାୟତା, ପୁନରୁଦ୍ଧାରରେ ବାଧା: ଉଜୁଡ଼ା ବେପାର ସଜାଡ଼ି ହେଉନି

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ଯାହାର ଏବେସୁଦ୍ଧା ଭରଣା ହୋଇପାରିନାହିଁ। ବହୁତ କଷ୍ଟରେ କେତେଜଣ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି। ହେଲେ ଭୁବନେଶ୍ୱରର ଦୈନିକ ହାଟ ଓ ଏହା ସହିତ ଜଡ଼ିତ ବ୍ୟବସାୟୀମାନେ ଫନୀର କୋପରୁ ବର୍ତ୍ତି ନ ଥିଲେ। ଇତିମଧ୍ୟରେ ଫନୀକୁ ମାସେ ପୂରିଛି, ହେଲେ ଏବେବି ହାଟଗୁଡ଼ିକ ସ୍ବାଭାବିକ ହୋଇପାରିନାହିଁ। କାହା ଦୋକାନର ଛପର ଉଡି ଯାଇଥିଲା ତ ଆଉ କାହାର ଦୋକାନ ପାଣିରେ ବୁଡ଼ି ରହିଥିଲା। ଫନୀର କରାଳ କୋପ ଦୈନିକ ହାଟ ବ୍ୟବସାୟୀଙ୍କୁ ଆଜିଯାଏ କଲବଲ କରୁଛି। ବିଭିନ୍ନ ସମସ୍ୟାରେ ଛଟପଟ ହେଉଛନ୍ତି ରାଜଧାନୀର ସର୍ବପୁରାତନ ୧ ନଂ. ହାଟ ବ୍ୟବସାୟୀ। ସେମାନଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ନ ଥିବାବେଳେ ହାଟର ପୁନରୁଦ୍ଧାର କରାଯାଇନାହିଁ। ହାଟରେ ଦୋକାନ ଦେଇଥିବା ବ୍ୟବସାୟୀ ଓ ଦୈନିକ ପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ ଏବେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂତନ ଭାବେ ହାଟ ସଂଘର ନିର୍ବାଚନ ହୋଇଥିବା ବେଳେ ପୁନରୁଦ୍ଧାର ଲାଗି ସଂଘ ପକ୍ଷରୁ କିଛି ବି କାର୍ଯ୍ୟ କରାଯାଇନାହିଁ। ଦୈନିକ ଟିକସ ସଂଗ୍ରହ କରାଯାଉଛି। ହେଲେ ଉନ୍ନତିମୂଳକ କାର୍ଯ୍ୟ କରିବାରେ ହାଟ ସଂଘ ପଛଘୁଞ୍ଚା ଦେଉଛି। ଅନ୍ୟପକ୍ଷେ ହାଟଟି ଭୁବନେଶ୍ୱର (ବିଏମ୍‌ସି) ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ କୌଣସି ସାହାଯ୍ୟ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଇନାହିଁ। ଏପରିକି ହାଟର କ୍ଷୟକ୍ଷତି ସର୍ଭେ କରିବାକୁ ମଧ୍ୟ ବିଏମ୍‌ସି କର୍ମଚାରୀମାନେ ଆସିନାହାନ୍ତି ବୋଲି ଅଭିଯୋଗ ହେଉଛି। ୟୁନିଟ୍‌ ୧ ହାଟର ରୂପ ପରିବର୍ତ୍ତନ କରାଯିବା ଲାଗି କେବଳ ଯୋଜନା ହୋଇଛି ସତ ହେଲେ କିଛି କାର୍ଯ୍ୟକାରୀ ହେଉନାହିଁ। ହାଟରେ ୧୫ ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରୁଥିବା ବେଳେ ସେମାନେ ଏବେ ହଇରାଣ ହେଉଛନ୍ତି।
ରିପୋର୍ଟ(ଫଟୋ)- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri