ମିଳୁନି ବସ୍ତା, ଲୋଡିଂ ବାବଦ ଟଙ୍କା

ତିର୍ତ୍ତୋଲ, ୨୨।୧ (ଡି.ଏନ୍‌.ଏ.):ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯିବ ବୋଲି ଚଳିତବର୍ଷ ରାଜ୍ୟ ସରକାର ଘୋଷଣା କରିଥିଲେ। ମିଲରମାନେ ଏ ନେଇ ଖାଉଟି ଯୋଗାଣ ବିଭାଗ ସହ ଚୁକ୍ତି କରି ସମସ୍ତ ସେବା ସମବାୟ ମଣ୍ଡିକୁ ଅଖାବସ୍ତା ଯୋଗାଇବା କଥା। ଅଥଚ ଜଗତ୍‌ସିଂହପୁର ଜିଲାର ଚାଷୀମାନଙ୍କୁ ଚଳିତବର୍ଷ ସମିତି ପକ୍ଷରୁ ବସ୍ତା ଯୋଗାଇ ଦିଆଯାଇ ନ ଥିବା ବେଳେ କୌଣସି ସେବା ସମବାୟ ସମିତିକୁ ବସ୍ତା ଆସି ନ ଥିବା ଏଆର୍‌ସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଯେଉଁଥିପାଇଁ ଚାଷୀମାନେ ବସ୍ତା ଏବଂ ଲୋଡିଂ ବାବଦରେ ମିଲରମାନଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।
ଚାଷୀମାନେ ମଣ୍ଡିରେ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ ଓ ସେମାନଙ୍କୁ ସମିତି ପକ୍ଷରୁ କି କି ସୁବିଧା ଯୋଗାଇ ଦିଆଯିବ, ସେ ନେଇ ପ୍ରଚାର କରାଯିବା ସହ ସମିତି ପକ୍ଷରୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଛି। ଏଥିରେ ଅଖାବସ୍ତା ଏବଂ ଲୋଡିଂ ବାବଦ ଅର୍ଥ ମିଲରମାନେ ବହନ କରିବେ ବୋଲି ସୂଚିତ ରହିଛି। କିନ୍ତୁ ବିଭିନ୍ନ ସେବା ସମବାୟ ସମିତିରେ ଅଖାବସ୍ତା ଏବଂ ଲୋଡିଂ ବାବଦରେ ଚାଷୀମାନଙ୍କୁ ଅର୍ଥ ଗଣିବାକୁ ପଡୁଛି। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକମାନେ ପ୍ରତିବାଦ କରୁନାହାନ୍ତି। ଏପରିକି ସେମାନେ ମିଲରମାନଙ୍କ ନାମ ନେଇ ପରୋକ୍ଷରେ ଏହାକୁ ସମର୍ଥନ କରୁଥିବା ଚାଷୀମାନେ କହିଛନ୍ତି। ରାହାମା ନିୟନ୍ତ୍ରିତ ବଜାର କମିଟି ମଣ୍ଡି ସମେତ ତିର୍ତ୍ତୋଲ ବ୍ଲକର କେତେକ ମଣ୍ଡିରେ ଚାଷୀମାନଙ୍କୁ ଅଖା ବାବଦ ଟଙ୍କା ଫେରସ୍ତ କରାଯାଉ ନ ଥିବା ଅଭିଯୋଗ ହେଉଛି। ଧାନ କ୍ରୟ ସମୟରେ ଯୋଗାଣ ବିଭାଗର ତଦାରଖ ଅଭାବରୁ ଚାଷୀମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ତେବେ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଜିଲା ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଦୃଷ୍ଟି ଦେବାକୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ତିର୍ତ୍ତୋଲ ବ୍ଲକ ଦାୟିତ୍ୱରେ ଥିବା ଏଆର୍‌ସିଏସ୍‌ ରଞ୍ଜିତ ସାହୁଙ୍କୁ ପଚାରିବାରେ ଅଖା ବାବଦକୁ ମିଲରମାନେ ଟଙ୍କା ଫେରସ୍ତ କରିବା ନିୟମ ରହିଛି। ଏଥିସହ ଲୋଡିଂ ପାଇଁ ମିଲର ଅର୍ଥ ଦେବାକଥା। ଯେଉଁ ଚାଷୀମାନେ ୫୦ କିଲୋ ଓଜନରୁ ଅଧିକ ଧାନବସ୍ତା ମଣ୍ଡିକୁ ଆଣୁଛନ୍ତି, ସେମାନଙ୍କଠାରୁ ଲେବରମାନେ ଅର୍ଥ ଆଦାୟ କରୁଥିବା ନଜରକୁ ଆସିଛି। ଏ ବାବଦରେ ଆଗାମୀ ଦିନରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri