ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି, ହିତାଧିକାରୀ ନିରାଶ

କୁଆଁରମୁଣ୍ଡା, ୨୪।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ କଂକ୍ରିଟ ଛାତ ଘର ନିର୍ମାଣ ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯାଉଛି। ପୁଣି ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଯଦି ହିତାଧିକାରୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରନ୍ତି, ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବା ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି। ମାତ୍ର ବିଡମ୍ବନାର ବିଷୟ ଯେ, ଗରିବ ହିତାଧିକାରୀ ଦିନରାତି ଏକାକାର କରି ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରୁଥିଲେ ମଧ୍ୟ ତାହା ସେମାନଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ସେମାନଙ୍କର ଏହି ଆଶା କେବଳ ଆଶାରେ ହିଁ ରହିଯାଉଥିବା ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି। ଏଥିପାଇଁ ସେମାନେ ସ୍ଥାନୀୟ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁନ୍ଦରଗଡ଼ ଜିଲା ଆଦିବାସୀବହୁଳ କୁଆଁରମୁଣ୍ଡା ବ୍ଲକ। ଏହି ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଗଞ୍ଜୁବସ୍ତିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସରସ୍ବତୀ ରାଉତ୍‌ ଗତ ୨୦୧୭-୧୮ ବର୍ଷ ନିମନ୍ତେ ପଞ୍ଚାୟତରୁ ପିଏମ୍‌ଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା)ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। କାର୍ଯ୍ୟାଦେଶ ପାଇବାର ପ୍ରଥମ ୪ ମାସ ମଧ୍ୟରେ ଗୃହ ନିମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସରକାରଙ୍କ ପ୍ରୋତ୍ସାହନ ବାବଦ ୨୦ ହଜାର ଟଙ୍କା ପାଇବା ପାଇଁ ମାସ ମାସ ଧରି ଅନାଇ ବସିଛନ୍ତି। ଏହା ସହ ତାଙ୍କ ଘରକୁ ବିପିଏଲ୍‌ ବିଦ୍ୟୁତ୍‌  ସଂଯୋଗ ପାଇଁ ବିଭାଗ ପକ୍ଷରୁ କେବଳ ବଙ୍କା ପାଇପ ଓ ମିଟର ଲଗାଯାଇଛି,ମାତ୍ର ବିଦ୍ୟୁତ୍‌ ସଂଯୋଗ ଦିଆ ନ ଯିବା ସମ୍ପୂର୍ଣ୍ଣଭାବେ ସରକାରୀ ଉଦାସୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପଦ୍ମପୁର ଗ୍ରାମକୁ ଯିବା ବେଳେ ପିଏମ୍‌ଏୱାଇ ହିତାଧିକାରୀ ସରସ୍ବତୀ ରାଉତ୍‌ ଧରିତ୍ରୀ ପ୍ରତିନିଧିଙ୍କୁ ଭେଟି ଏହି ଦୁଃଖଦ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଏ ନେଇ ପଦ୍ମପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବବ୍ରତ ଦାସଙ୍କୁ ଅବଗତ କରାଯିବା ପରେ ସେ କହିଲେ ଯେ, ସରସ୍ବତୀଙ୍କ ଭଳି ଆହୁରି ଅନେକ ହିତାଧିକାରୀ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ କରିଥିଲେ ମଧ୍ୟ କାହାରିକୁ ପ୍ରୋତ୍ସାହନ ରାଶି ମିଳିନାହିଁ। ଉପର ସ୍ତରରୁ ଏହି ଟଙ୍କା ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଦାସ କହିଛନ୍ତି। କାର୍ଯ୍ୟାଦେଶ ଫର୍ମରେ ସ୍ପଷ୍ଟ ଲେଖାଅଛି ଯେ, ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ନ ହେଲେ/ସମ୍ପୂର୍ଣ୍ଣ  କରା ନ ଗଲେ ଦିଆଯାଇଥିବା କାର୍ଯ୍ୟାଦେଶ ରଦ୍ଦ କରାଯିବ ଏବଂ ପ୍ରଦାନ କରାଯାଇଥିବା ଅର୍ଥରାଶି ଆଦାୟ ନିମନ୍ତେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯଦି ହିତାଧିକାରୀ ନିର୍ଦ୍ଧାରିତ ୪ ମାସ ଅବା ୬ ମାସ ସମୟ ଅବଧି ମଧ୍ୟରେ ଗୃହ କାର୍ଯ୍ୟ ନିର୍ମାଣ ସମ୍ପୂର୍ଣ୍ଣ କରୁଛି, ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନରେ ବିଭାଗୀୟ ଅବହେଳା ପାଇଁ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ହିତାଧିକାରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ସେ ଯାହା ହେଉନା କାହିଁକି ଘଟଣା ଉପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସମେତ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri