ମିଠାମକା ଚାଷୀଙ୍କ ମନ ପିତା

କାମାକ୍ଷାନଗର, ୧ା୨ – ବଢୁଛି ମିଠା ମକା (ସୁଇଟ୍‌ କର୍ନ)ର ଆଦର। ପୌଷ୍ଟିକତତ୍ତ୍ୱରେ ଭରପୂର ହୋଇଥିବାରୁ ଏହା ପାଲଟିଛି ସମସ୍ତଙ୍କ ପସନ୍ଦ। ସାଧାରଣ ମକା ଚାଷଠାରୁ ଅଧିକ ଖର୍ଚ୍ଚ ହେଉଥିଲେ ହେଁ ଚାହିଦା ଥିବାରୁ ସୁଇଟକର୍ନ ଉପରେ ବେଶି ଫୋକସ୍‌ କରୁଛନ୍ତି ଚାଷୀ। କାମାକ୍ଷାନଗର ବ୍ଲକ ଆଲୁଅଝରଣ ପାଲଟିଛି ଢେଙ୍କାନାଳ ଜିଲା ସୁଇଟ୍‌କର୍ନ ହବ୍‌। ଅଞ୍ଚଳର ଶତାଧିକ ଚାଷୀଙ୍କୁ ଉପାର୍ଜନକ୍ଷମ କରାଇଛି ଏହି ଚାଷ। ସେମାନେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ହେଲେ ଆବଶ୍ୟକ ଜ୍ଞାନ କୌଶଳ, ବଜାର ଅଭାବ ସାଙ୍ଗକୁ ହାତୀ ଉପଦ୍ରବରେ ସତେଯେମିତି ପିତା ହୋଇଯାଉଛି ମିଠାମକା ଚାଷୀଙ୍କ ମନ।
ମକା ଚାଷ ପାଇଁ ଢେଙ୍କାନାଳ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କାମାକ୍ଷାନଗର। ଆଲୁଅଝରଣ, କଦଳୀପାଳ, ସୋଗର, ମରିଚାକଣ ଏବଂ ବିଜାଡ଼ିହ ଅଞ୍ଚଳର ଚାଷୀ ୭ବର୍ଷ ହେବ ମକା ଚାଷ କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଆନ୍ଧ୍ରପ୍ରଦେଶ ଭଳି ପାରମ୍ପରିକ ଚାଷଠାରୁ ଦୂରେଇ ରହି ଦୁଇବର୍ଷ ହେଲା ସୁଇଟ୍‌କନର୍ର୍ରେ ସେମାନେ ପରଖୁଛନ୍ତି ନିଜର ଭାଗ୍ୟ।
ପ୍ରଥମେ ଆଲୁଅଝରଣ ଅଞ୍ଚଳରେ ଆରମ୍ଭ ହୋଇଥିଲା ସୁଇଟ୍‌କର୍ନ। ଧୀରେ ଧୀରେ ଏହାକୁ ଅନୁକରଣ କରିଥିଲେ ଅନ୍ୟମାନେ। ତେବେ ପ୍ରସ୍ତାବିତ ଓଟିପିସିଏଲ୍‌ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପରେ କଦଳୀପାଳ, ମରିଚାକଣ ଅଞ୍ଚଳରେ ମକାଚାଷ ପ୍ରଭାବିତ ହୋଇଛି। ଆଲୁଝରଣ, ବିଜାଡ଼ିହ ଗ୍ରାମରେ ୩୦୦ ଏକର ଜମିରେ ବର୍ଷତମାମ ମକାଚାଷ ହେଉଥିବାବେଳେ ସିଂହଭାଗ ଚାଷୀ ଉତ୍ପାଦନ କରୁଛନ୍ତି ମିଠା ମକା।
ଚାଷୀଙ୍କ କହିବା କଥା, ଉଭୟ ଖରିଫ୍‌ ଏବଂ ରବି ଋତୁରେ ମକାଚାଷ ହେଉଛି। ଖରିଫ୍‌ ମକାଚାଷ ସେପ୍ଟେମ୍ବରରେ ଅମଳ ହୋଇଥାଏ। ସେହିପରି ନଭେମ୍ବରରୁ ଆରମ୍ଭ ହେଉଥିବା ରବିମକା ଜାନୁୟାରୀ ବେଳକୁ ଅମଳକ୍ଷମ ହୁଏ। ଖରାଦିନେ ସାଧାରଣ ମକା ଚାଷ କରାଯାଉଥିବାବେଳେ ସୁଇଟ୍‌କର୍ନ ପାଇଁ ଶୀତଦିନ ବେଶ୍‌ ଅନୁକୂଳ ସାବ୍ୟସ୍ତ ହୋଇଛି। ଉଭୟ ମକା ଚାଷ ପ୍ରଣାଳୀ ପ୍ରାୟ ସମାନ। ମିଠା ମକାର ମଞ୍ଜି ସାଧାରଣ ମକା ମଞ୍ଜି ଦରଠାରୁ ୧୦ଗୁଣା ବେଶି। ଗୋଟିଏ ଏକର ଜମିରେ ୩ରୁ ୪ କେଜି ମଞ୍ଜି ଆବଶ୍ୟକ। ସେହିପରି ଖତସାର ଏବଂ ଶ୍ରମିକଙ୍କ ମଜୁରି ବାବଦକୁ ହାରାହାରି ଖର୍ଚ୍ଚ ୧୦ ହଜାର ଯାଏ ପଡୁଛି। ମିଠା ମକା ଚାଷ ପାଇଁ ହାରାହାରି ୨୫ ହଜାର ଟଙ୍କା ଯାଏ ଖର୍ଚ୍ଚ ହେଉଥିବାବେଳେ ଚାଷୀ ୪୦ରୁ ୪୫ହଜାର ଟଙ୍କା ଲାଭ ପାଇଥାନ୍ତି। ହେଲେ ସାଧାରଣ ମକାରେ ଲାଭ ୧୫ରୁ ୨୦ ହଜାର ଟଙ୍କା ମଧ୍ୟରେ ସୀମିତ।
ଯଦିଓ ମକାଚାଷ ଲାଗି ଚାଷୀଙ୍କ ଭିତରେ ଆଗ୍ରହ ରହିଛି, ତେବେ ଫସଲ ଅମଳ ପରେ ବିକିବା ପାଇଁ ସ୍ବତନ୍ତ୍ର ବଜାର ସୁବିଧା ନାହିଁ। ଚାଷୀଙ୍କୁ ଅସହାୟ ଅବସ୍ଥାରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତା ପାର୍ଶ୍ୱରେ ବସି ମକା ବିକିବାକୁ ପଡୁଛି। ସ୍ଥଳବିଶେଷରେ କଟକ, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱରରୁ ବେପାରୀ ଆସି ମକା ଖରିଦ କରିଥାନ୍ତି। ତେଣୁ ଲାଭ କମିଯାଉଛି। ଅଧିକ ଜ୍ଞାନ କୌଶଳ ଏବଂ ବଜାର ସୁବିଧା ମିଳିଲେ କାମାକ୍ଷାନଗରର ମିଠାମକାର ସ୍ବାଦ ସାରା ରାଜ୍ୟବାସୀ ପାଇପାରିବେ ବୋଲି ଅଞ୍ଚଳର ଚାଷୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri