ମିଠାମକା ଚାଷୀଙ୍କ ମନ ପିତା

କାମାକ୍ଷାନଗର, ୧ା୨ – ବଢୁଛି ମିଠା ମକା (ସୁଇଟ୍‌ କର୍ନ)ର ଆଦର। ପୌଷ୍ଟିକତତ୍ତ୍ୱରେ ଭରପୂର ହୋଇଥିବାରୁ ଏହା ପାଲଟିଛି ସମସ୍ତଙ୍କ ପସନ୍ଦ। ସାଧାରଣ ମକା ଚାଷଠାରୁ ଅଧିକ ଖର୍ଚ୍ଚ ହେଉଥିଲେ ହେଁ ଚାହିଦା ଥିବାରୁ ସୁଇଟକର୍ନ ଉପରେ ବେଶି ଫୋକସ୍‌ କରୁଛନ୍ତି ଚାଷୀ। କାମାକ୍ଷାନଗର ବ୍ଲକ ଆଲୁଅଝରଣ ପାଲଟିଛି ଢେଙ୍କାନାଳ ଜିଲା ସୁଇଟ୍‌କର୍ନ ହବ୍‌। ଅଞ୍ଚଳର ଶତାଧିକ ଚାଷୀଙ୍କୁ ଉପାର୍ଜନକ୍ଷମ କରାଇଛି ଏହି ଚାଷ। ସେମାନେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ହେଲେ ଆବଶ୍ୟକ ଜ୍ଞାନ କୌଶଳ, ବଜାର ଅଭାବ ସାଙ୍ଗକୁ ହାତୀ ଉପଦ୍ରବରେ ସତେଯେମିତି ପିତା ହୋଇଯାଉଛି ମିଠାମକା ଚାଷୀଙ୍କ ମନ।
ମକା ଚାଷ ପାଇଁ ଢେଙ୍କାନାଳ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କାମାକ୍ଷାନଗର। ଆଲୁଅଝରଣ, କଦଳୀପାଳ, ସୋଗର, ମରିଚାକଣ ଏବଂ ବିଜାଡ଼ିହ ଅଞ୍ଚଳର ଚାଷୀ ୭ବର୍ଷ ହେବ ମକା ଚାଷ କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଆନ୍ଧ୍ରପ୍ରଦେଶ ଭଳି ପାରମ୍ପରିକ ଚାଷଠାରୁ ଦୂରେଇ ରହି ଦୁଇବର୍ଷ ହେଲା ସୁଇଟ୍‌କନର୍ର୍ରେ ସେମାନେ ପରଖୁଛନ୍ତି ନିଜର ଭାଗ୍ୟ।
ପ୍ରଥମେ ଆଲୁଅଝରଣ ଅଞ୍ଚଳରେ ଆରମ୍ଭ ହୋଇଥିଲା ସୁଇଟ୍‌କର୍ନ। ଧୀରେ ଧୀରେ ଏହାକୁ ଅନୁକରଣ କରିଥିଲେ ଅନ୍ୟମାନେ। ତେବେ ପ୍ରସ୍ତାବିତ ଓଟିପିସିଏଲ୍‌ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପରେ କଦଳୀପାଳ, ମରିଚାକଣ ଅଞ୍ଚଳରେ ମକାଚାଷ ପ୍ରଭାବିତ ହୋଇଛି। ଆଲୁଝରଣ, ବିଜାଡ଼ିହ ଗ୍ରାମରେ ୩୦୦ ଏକର ଜମିରେ ବର୍ଷତମାମ ମକାଚାଷ ହେଉଥିବାବେଳେ ସିଂହଭାଗ ଚାଷୀ ଉତ୍ପାଦନ କରୁଛନ୍ତି ମିଠା ମକା।
ଚାଷୀଙ୍କ କହିବା କଥା, ଉଭୟ ଖରିଫ୍‌ ଏବଂ ରବି ଋତୁରେ ମକାଚାଷ ହେଉଛି। ଖରିଫ୍‌ ମକାଚାଷ ସେପ୍ଟେମ୍ବରରେ ଅମଳ ହୋଇଥାଏ। ସେହିପରି ନଭେମ୍ବରରୁ ଆରମ୍ଭ ହେଉଥିବା ରବିମକା ଜାନୁୟାରୀ ବେଳକୁ ଅମଳକ୍ଷମ ହୁଏ। ଖରାଦିନେ ସାଧାରଣ ମକା ଚାଷ କରାଯାଉଥିବାବେଳେ ସୁଇଟ୍‌କର୍ନ ପାଇଁ ଶୀତଦିନ ବେଶ୍‌ ଅନୁକୂଳ ସାବ୍ୟସ୍ତ ହୋଇଛି। ଉଭୟ ମକା ଚାଷ ପ୍ରଣାଳୀ ପ୍ରାୟ ସମାନ। ମିଠା ମକାର ମଞ୍ଜି ସାଧାରଣ ମକା ମଞ୍ଜି ଦରଠାରୁ ୧୦ଗୁଣା ବେଶି। ଗୋଟିଏ ଏକର ଜମିରେ ୩ରୁ ୪ କେଜି ମଞ୍ଜି ଆବଶ୍ୟକ। ସେହିପରି ଖତସାର ଏବଂ ଶ୍ରମିକଙ୍କ ମଜୁରି ବାବଦକୁ ହାରାହାରି ଖର୍ଚ୍ଚ ୧୦ ହଜାର ଯାଏ ପଡୁଛି। ମିଠା ମକା ଚାଷ ପାଇଁ ହାରାହାରି ୨୫ ହଜାର ଟଙ୍କା ଯାଏ ଖର୍ଚ୍ଚ ହେଉଥିବାବେଳେ ଚାଷୀ ୪୦ରୁ ୪୫ହଜାର ଟଙ୍କା ଲାଭ ପାଇଥାନ୍ତି। ହେଲେ ସାଧାରଣ ମକାରେ ଲାଭ ୧୫ରୁ ୨୦ ହଜାର ଟଙ୍କା ମଧ୍ୟରେ ସୀମିତ।
ଯଦିଓ ମକାଚାଷ ଲାଗି ଚାଷୀଙ୍କ ଭିତରେ ଆଗ୍ରହ ରହିଛି, ତେବେ ଫସଲ ଅମଳ ପରେ ବିକିବା ପାଇଁ ସ୍ବତନ୍ତ୍ର ବଜାର ସୁବିଧା ନାହିଁ। ଚାଷୀଙ୍କୁ ଅସହାୟ ଅବସ୍ଥାରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତା ପାର୍ଶ୍ୱରେ ବସି ମକା ବିକିବାକୁ ପଡୁଛି। ସ୍ଥଳବିଶେଷରେ କଟକ, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱରରୁ ବେପାରୀ ଆସି ମକା ଖରିଦ କରିଥାନ୍ତି। ତେଣୁ ଲାଭ କମିଯାଉଛି। ଅଧିକ ଜ୍ଞାନ କୌଶଳ ଏବଂ ବଜାର ସୁବିଧା ମିଳିଲେ କାମାକ୍ଷାନଗରର ମିଠାମକାର ସ୍ବାଦ ସାରା ରାଜ୍ୟବାସୀ ପାଇପାରିବେ ବୋଲି ଅଞ୍ଚଳର ଚାଷୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri