ମିଛ ଦେଶପ୍ରେମ

ଆକାର ପଟେଲ
ଇଂଲିଶ ଡିକ୍ସନାରି ଲେଖିଥିବା ସାମୁଏଲ ଜନ୍‌ସନ କହିଥିଲେ: ”ଦେଶପ୍ରେମ ହେଉଛି ଖଳବ୍ୟକ୍ତିିମାନଙ୍କର ଶେଷ ଆଶ୍ରୟସ୍ଥଳୀ।“ ତାଙ୍କ କହିବାର ଅର୍ଥ ହେଲା, ଆଜିଯାଏ ନିଜକୁ ଦେଶଭକ୍ତ ବୋଲି ଚିତ୍କାର କରୁଥିବା ଲୋକ ଯେକୌଣସି ଅପରାଧ ବା ଅଶିଷ୍ଟାଚରଣ କଲେ ମଧ୍ୟ ତାକୁ ସହ୍ୟ କରାଯାଇ ଆସିଛି। ଅନ୍ୟ ପକ୍ଷରେ ଜଣେ ବ୍ୟକ୍ତି ଯଦି ଦେଶ ବା ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିଛି, ତେବେ ସେ ଲୋକଟି ଯେତେ ମହତ୍‌ ହୋଇଥାନ୍ତୁ ନା କାହିଁକି, ତାଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରାଯାଇଛି। ଏ କଥାଟି ଆମ ଦେଶ ଓ ଆମ ସମୟ ପାଇଁ ମଧ୍ୟ ପ୍ରଯୁଜ୍ୟ। ମୁଁ ସେ ପ୍ରସଙ୍ଗକୁ ପଛେ ଆସିବି, କିନ୍ତୁ ପ୍ରଥମେ ଆମେ ଦେଖିବା ଆମେରିକାରେ କ’ଣ ଚାଲିଛି।
ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ (ଆମେରିକାର ଲୋକ ସଭା) ଦ୍ୱାରା ମହାଭିଯୋଗର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତା’ପରେ ଆମେରିକାର ସିନେଟ ନିଷ୍ପତ୍ତି ନେବ ତାଙ୍କୁ ଛାଡ଼ିଦିଆଯିବ ବା ଦୋଷୀ ସାବ୍ୟସ୍ତ କରାଯିବ। ରାଷ୍ଟ୍ରପତିମାନେ କ୍ଷମତାରେ ଥିବାବେଳେ ସେ ଯେତେ ଅପରାଧ କଲେ ବି ତାଙ୍କର କିଛି ହୁଏ ନାହିଁ, କିନ୍ତୁ ମହାଭିଯୋଗ ମାଧ୍ୟମରେ ତାଙ୍କୁ ଗାଦିଚ୍ୟୁତ କରାଯାଇପାରେ। ଦୁଇ ଦଶନ୍ଧି ତଳେ ବିଲ୍‌ କ୍ଲିଣ୍ଟନ ମହାଭିଯୋଗର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସିନେଟ ତାଙ୍କୁ ଦୋଷୀ ସାବ୍ୟସ୍ତ ନ କରି ଛାଡ଼ିଦେଇଥିଲା। ନିର୍ବାଚିତ ହେବା ପରଠାରୁ ହିଁ ଟ୍ରମ୍ପଙ୍କ ବିରୋଧରେ ଭ୍ଲାଡିମିର ପୁଟିନଙ୍କ ସହ ଗୁପ୍ତ ବୁଝାମଣା କରିଥିବା ନେଇ ଅଭିଯୋଗ ରହିଆସିଛି। ଏବେ ରୁଷିଆ ମନ୍ଦ ଉଦ୍ଦେଶ୍ୟ ନେଇ ଆମେରିକାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା, ପ୍ରଭାବିତ କରିବା ଓ ବାଧାସୃଷ୍ଟି କରୁଥିବା ନେଇ ଆଉ କାହାରି ଦ୍ୱିମତ ନାହିଁ। ସାମାଜିକ ଗଣମାଧ୍ୟମ ଓ ମିଛ ଖବରର ସାହାରା ନେଇ ୨୦୧୬ ନିର୍ବାଚନରେ ଏହା ହିଲାରୀ କ୍ଲିଣ୍ଟନଙ୍କୁ ହରାଇବା ଓ ଟ୍ରମ୍ପଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲା। ଟ୍ରମ୍ପଙ୍କ ଅଧୀନରେ ଥିବା ଉଭୟ ସିଆଇଏ ଓ ଏଫ୍‌ବିଆଇ ଏକଥା କହିଛନ୍ତି। ବିଭିନ୍ନ କଥା ଜଣାପଡ଼ିବା ପରେ ସ୍ଥିର କରାଗଲା ଯେ ଏଫ୍‌ବିଆଇ ନିର୍ଦ୍ଦେଶକ ରବର୍ଟ ମୁଲରଙ୍କ ନେତୃତ୍ୱରେ ରୁଷିଆର ହସ୍ତକ୍ଷେପ ଉପରେ ଏକ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରାଯିବ। ମୁଲରଙ୍କ ରିପୋର୍ଟ ମିଳିବା ପରେ ଟ୍ରମ୍ପଙ୍କ ଅନେକ ସହଯୋଗୀ ଭୁଲ୍‌କାମ କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ଫ୍ଲିନ୍‌ ଏଫ୍‌ବିଆଇକୁ ମିଛ କହି ଜେଲ ଯାଇଥିଲେ। ଟ୍ରମ୍ପଙ୍କ ଉପ ପ୍ରଚାର ପରିଚାଳକ ରିକ୍‌ ଗେଟ୍‌ସ ଏଫ୍‌ବିଆଇକୁ ମିଛ ବିବୃତି ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଟ୍ରମ୍ପଙ୍କ ବିଦେଶ ନୀତି ପରାମର୍ଶଦାତା ଜର୍ଜ ପାପାଡୋପୋଲସ ଏଫ୍‌ବିଆଇକୁ ମିଛ ବିବୃତି ଦେବା ଓ ନିର୍ବାଚନ ପ୍ରଚାର ସମୟରେ ରୁଷିଆ ସହ ଯୋଗାଯୋଗରେ ରହିବା ଅଭିଯୋଗରେ ଜେଲ ଯାଇଥିଲେ। ଟ୍ରମ୍ପଙ୍କ ଓକିଲ ଓ ମଧ୍ୟସ୍ଥ ମାଇକେଲ କୋହେନ ୨୦୧୬ ନିର୍ବାଚନ ବିଷୟରେ କଂଗ୍ରେସକୁ ମିଛ କହିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଟ୍ରମ୍ପଙ୍କ ପ୍ରଚାର ଅଧ୍ୟକ୍ଷ ପଲ୍‌ ମାନାଫୋର୍ଟ ନ୍ୟାୟକୁ ପ୍ରତିବନ୍ଧିତ କରିବା ଅଭିଯୋଗରେ ଜେଲରେ ଅଛନ୍ତି। ଟ୍ରମ୍ପଙ୍କ ପୁଅ ଓ ଜ୍ୱାଇଁ ରୁଷୀୟ ଏଜେଣ୍ଟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଯୋଗ ଦେଇଥିବା କେତେକ ରୁଷୀୟ ଗୁପ୍ତଚର ବୃତ୍ତି କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟ୍ରମ୍ପ ନିଜେ କେତେକ ମହିଳାଙ୍କ ସହ ରାତି ବିତାଇବା ପାଇଁ ପ୍ରଚାର ଟଙ୍କାରୁ ସେମାନଙ୍କୁ ଦେଇଥିବାର ଅଭିଯୋଗ ରହିଛି। ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ, ଟ୍ରମ୍ପ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୟୁକ୍ରେନ୍‌କୁ କଂଗ୍ରେସ ଦ୍ୱାରା ମଞ୍ଜୁର ହୋଇଥିବା ସତ୍ତ୍ୱେ ସାମରିକ ସାହାଯ୍ୟ ପ୍ୟାକେଜ୍‌ ନ ଦେଇ ବ୍ଲାକ୍‌ମେଲ କରୁଥିଲେ। ସବୁ ଦୃଷ୍ଟିରୁ ଦେଖିଲେ ସେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲେ ଏବଂ ଦେଶର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିଥିଲେ। କିନ୍ତୁ ଏସବୁ ନାଟକ ସତ୍ତ୍ୱେ ଟ୍ରମ୍ପ ନିଜକୁ ଦେଶପ୍ରେମୀ ଓ ଜାତୀୟତାବାଦୀ ବୋଲି ଛଳନା କରିଆସୁଛନ୍ତି। ନିଜେ ଦେଶ ସ୍ବାର୍ଥବିରୋଧୀ କାର୍ଯ୍ୟ କରି ବି ଆମେରିକାକୁ ଆଉଥରେ ମହାନ୍‌ କରିତୋଳିବା ପାଇଁ ସେ ସ୍ଲୋଗାନ ଦେଉଛନ୍ତି। ତାଙ୍କ ପ୍ରଶାସନରେ ଥିବା ହ୍ବିଶିଲ୍‌ବ୍ଲୋୟରମାନେ ୟୁକ୍ରେନ୍‌ ପ୍ରସଙ୍ଗରେ କଂଗ୍ରେସକୁ ଚେତେଇଦେବା ପରେ ସେ ସେମାନଙ୍କ ବିରୋଧରେ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ କରିଛନ୍ତି। ପ୍ରକୃତରେ କିଏ ବେଆଇନ କାର୍ଯ୍ୟ କରୁଛି ତାହା ଏବେ ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଟ୍ରମ୍ପଙ୍କୁ ସମର୍ଥନ କରିବା ଭଳି ଲୋକ ବି ଅଛନ୍ତି। ସେମାନେ ଆପ୍ରବାସୀ ଓ ମୁସଲମାନଙ୍କ ବିରୋଧରେ ଘୃଣାଭାବର ପ୍ରସାର କରି ନିଜର ମିଛ ଦେଶଭକ୍ତିର ମୂଳଦୁଆକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକୀୟ ସମାଜର କିଛି ଅଂଶରେ ବିଶେଷତଃ ଗୋରା ଲୋକଙ୍କ ଭିତରେ ଟ୍ରମ୍ପ ଏବେ ମଧ୍ୟ ଲୋକପ୍ରିୟ ହୋଇ ରହିଛନ୍ତି। ସେମାନେ ଟ୍ରମ୍ପଙ୍କୁ ସୁରକ୍ଷା ଦେଉଛନ୍ତି।
ଭାରତରେ ମଧ୍ୟ ଏପରି ମିଛ ଦେଶପ୍ରେମର ଜୟଯାତ୍ରା ଚାଲିଛି। ସତକଥା ଗୁରୁତ୍ୱହୀନ ଓ ନିରର୍ଥକ ହୋଇପଡ଼ିଛି। ବିରୋଧୀମାନଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରାଯାଉଛି। ଗଣମାଧ୍ୟମର ମଧ୍ୟ ଏଥିରେ ଭୂମିକା ରହିଛି। ଟ୍ରମ୍ପ ଯେତେ ଭୁଲ କାମ କଲେ ବି ନିର୍ଦ୍ଦିଷ୍ଟ କେତେକ ନ୍ୟୁଜ୍‌ ଚାନେଲ ପକ୍ଷରୁ ତାଙ୍କ ପ୍ରତି ସମର୍ଥନ ରହିଛି। ଯେଉଁ ଖବରକାଗଜ ସତକଥା ଲେଖୁଛନ୍ତି ସେ ତାଙ୍କ ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରୁଛନ୍ତି। ଚଳିତ ସପ୍ତାହରେ ଟ୍ରମ୍ପ ସମସ୍ତ ସଂଘୀୟ କାର୍ଯ୍ୟାଳୟରେ ନ୍ୟୁୟର୍କ ଟାଇମ୍ସ ଓ ଓ୍ବାଶିଂଟନ ପୋଷ୍ଟକୁ ନିଷିଦ୍ଧ କରିଛନ୍ତି। ପ୍ରକୃତ ଦେଶପ୍ରେମ ବଦଳରେ ଏହି ମିଛ ଦେଶପ୍ରେମ ଅଧିକ ଗ୍ରହଣୀୟ ହୋଇଛି, ଯାହାକୁ ବ୍ୟବସ୍ଥା ଭିତରୁ କାଢ଼ି ବାହାର କରିଦେବା ଅତ୍ୟନ୍ତ କଷ୍ଟକର।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri