ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର ମାତ୍ରାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଏହି ନାୟିକା। ଏହାକୁ ନେଇ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ତାଙ୍କ ଅନୁଭୁତି ଶେୟାର କରିବା ପରେ ପରେ ଟ୍ରୋଲ ହୋଇଛନ୍ତି। ଅବଶ୍ୟ କେବଳ ପ୍ରିୟଙ୍କା ନୁହେଁ ଅନ୍ୟକେତେଜଣ ସେଲିବ୍ରିଟି ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହେଲେ ଏବେ ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା। କାରଣ ପ୍ରିୟଙ୍କା ମାସ୍କ ପିନ୍ଧିବା ସହ ଚଷମା ଲଗାଇ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଏହି ସହରରେ ଶୁଟିଂ କରିବା ଏବେ କଷ୍ଟକର ବ୍ୟାପାର ହୋଇଯାଇଛି। ହେଲେ ଲୋକମାନେ ଏଠାରେ କେମିତି ରହୁଛନ୍ତି ତାହା ମୁଁ ଚିନ୍ତା କରିପାରୁ ନାହିଁ। ଧନ୍ୟବାଦ କି ଆମମାନଙ୍କ ପାଖରେ ଏୟାର ପ୍ୟୁରିଫାୟାର ଓ ମାସ୍କ ଭଳି ସୁବିଧା ରହିଛି। ହେଲେ ଯେଉଁମାନଙ୍କ ପାଖରେ ଏହି ସବୁଧା ନାହିଁ ବା ଯେଉଁମାନଙ୍କର ଘର ନାହିଁ ସେମାନେ ସତର୍କ ରୁହନ୍ତୁ ବୋଲି ସେ ଲେଖିଛନ୍ତି। ଏହାପରେ ତାଙ୍କୁ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। କେତେଜଣ ୟୁଜର୍ସ ପ୍ରିୟଙ୍କାଙ୍କ ସ୍ମୋକିଂ ହାବିଟ୍‌କୁ ନେଇ ଲେଖିଛନ୍ତି, ଦୟାକରି ସ୍ମୋକିଂ ବନ୍ଦ କରନ୍ତୁ। କାରଣ ସ୍ବାମୀ ନିକ୍‌ଙ୍କ ସହ ଆପଣ ସିଗାରେଟ୍‌ ପିଉଥିବା ଆମେ ଅନେକ ଥର ଫଟୋରେ ଦେଖିଛୁ। ଆସ୍ଥମା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଅନ୍ୟଜଣେ ଲେଖିଛନ୍ତି ସିଗାର ଓ ସିଗାରେଟର ସ୍ବାଦ ତ ବହୁତ ଭଲ। ଅନ୍ୟଜଣେ ପ୍ରିୟଙ୍କାଙ୍କୁ ଟ୍ରୋଲ କରି ଲେଖିଛନ୍ତି, ଆପଣ ଆପଣଙ୍କ ଶାଶୁ ଘରକୁ ପଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri