ମାସ୍କ ନ ପିନ୍ଧିଲେ ମିଳିବନି ସାମଗ୍ରୀ

ଢେଙ୍କାନାଳ ଅଫିସ, ୨୬।୪ – କରୋନା ସଂକ୍ରମଣ ପ୍ରତିହତ କରିବାକୁ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଜାରି ରହିଛି। ଲୋକମାନଙ୍କ ସୁବିଧା ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ଶନିବାର ତାଲାବନ୍ଦ ନିୟମରେ ସାମାନ୍ୟ କୋହଳ କରାଯାଇଛି। ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ ପୌରାଞ୍ଚଳ ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ବାହାରେ ଥିବା ଦୋକାନ ଖୋଲା ରହିବ। ତେବେ ମାସ୍କ ନ ପିନ୍ଧିଲେ କୌଣସି ଦୋକାନରୁ ସାମଗ୍ରୀ ମିଳିବ ନାହିଁ। ସେହିପରି ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ସଂକ୍ରମଣ ଆଶଙ୍କା ବୃଦ୍ଧି କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଯଥା, ମଲ୍‌, ହୋଟେଲ୍‌, ରେଷ୍ଟୁରାଣ୍ଟ, ଚା’ ଦୋକାନ, ପାନ ଦୋକାନ, ଉଠା ଜଳଖିଆ ଦୋକାନ, ଜୁସ୍‌ ସେଣ୍ଟର, ସେଲୁନ୍‌ ଓ ବିଉଟି ପାର୍ଲର, ଧର୍ମପୀଠ ନିକଟ ଭୋଗ ଦୋକାନକୁ ଏଥିରୁ ବାଦ୍‌ ଦିଆଯାଇଛି। ପୂର୍ବଭଳି ଏସବୁ ବ୍ୟବସାୟିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ। ଏହାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ଖୋଲିବ। ଖୋଲିଥିବା ଦୋକାନ ୫୦% କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।
ଏ ନେଇ ଜିଲାପାଳ କୁହନ୍ତି, ମ୍ୟୁନିସିପାଲିଟି ଏବଂ ଏନ୍‌ଏସି ଅଞ୍ଚଳରେ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଦୋକାନଗୁଡ଼ିକ ଖୋଲାରହିବ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଦୋକାନ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲିବ। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଜିଲାପାଳ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ଜିଲାରେ ଢେଙ୍କାନାଳ ପୌରସଂସ୍ଥା ସମେତ କାମାକ୍ଷାନଗର, ଭୁବନ ଏବଂ ହିନ୍ଦୋଳ ଏନ୍‌ଏସି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ମାଙ୍କଡ଼ ଆତଙ୍କ: ସିଧା ଆସି ଧରିଲା ଅଣ୍ଟାକୁ …

ବନ୍ତ,୧୮।୦୪(କିଶୋର କୁମାର ସେଠୀ): ମାଙ୍କଡ଼ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଦାମୋଦର ବାରିକ…

ପଥରରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ: ଥାନାରେ ପହଞ୍ଚି ସତ ବଖାଣିଲେ ପୁଅ

ସୁନ୍ଦରଗଡ,୧୮।୪(ଜୟ ନାରାୟଣ ମେଣ୍ଡୁଳି): ପାରିବାରିକ କଳହକୁ କେନ୍ଦ୍ର କରି ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲେ ସ୍ବାମୀ। ଏପରି ଏକ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା…

ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri