ମାସେ ବଢ଼ିଲା ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ ବାଛିବା ସମୟ

ନୂଆଦିଲ୍ଲୀ,୪-୭: ଆୟକର ବିଭାଗ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଜିଏସ୍‌ଟି କମ୍ପୋଜିଶନ ସ୍କିମ୍‌ ବାଛିବା ଲାଗି ଆହୁରି ଏକ ମାସ ସମୟ ଦେଇଛି। ଏଣିକି ଚଳିତ ମାସ ୩୧ ପର୍ଯ୍ୟନ୍ତ ସେମାନଙ୍କୁ ଚୟନ ସୁଯୋଗ ମିଳିବ। କମ୍ପୋଜିଶନ ସ୍କିମ୍‌ ବାଛୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ୬% ଜିଏସ୍‌ଟି ଦେବାକୁ ହେବ। ଚଳିତବର୍ଷ ଏପ୍ରିଲ ପହିଲାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍‌ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ଜିଏସ୍‌ଟି ଅଧୀନରେ ଅଧିକାଂଶ ସେବା ଉପରେ ୧୨ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟ କରାଯାଉଛି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏକ ସର୍କୁଲାର ଜାରି କରି କୁହାଯାଇଛି ଯେ, କମ୍ପୋଜିଶନ ସ୍କିମ୍‌ ଚୟନ କରୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଜିଏସ୍‌ଟି ସିଏମ୍‌ପି-୨ ଫର୍ମ ପୂରଣ କରିବାକୁ ହେବ। ଏଥିଲାଗି କମ୍ପୋଜିଶନ ସ୍କିମ୍‌ ପାଇବା ଲାଗି ଯୋଗ୍ୟ ଅନ୍ୟ ପ୍ରଦାନକାରୀଙ୍କୁ ବାଛିବାକୁ ହେବ। ସେମାନଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଫର୍ମ ପୂରଣ କରିବାକୁ ହେବ। ଏଥିପୂର୍ବରୁ କମ୍ପୋଜିଶନ ସ୍କିମ୍‌ ବାଛିବାର ସମୟସୀମା ଏପ୍ରିଲ ୩୦ ତାରିଖ ଧାର୍ଯ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri