ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା,୬ା୩ (ସ୍ବ.ପ୍ର.) – ରାୟଗଡ଼ା ଜିଲା କେଉଟଗୁଡା ରେଲଓ୍ବେ ଷ୍ଟେଶନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ଟ୍ରେନଟି ରାୟଗଡ଼ାଠାରୁ ଦାମନଯୋଡି ନାଲକୋ କାରଖାନାକୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ୨ଟି ବଗିର ୮ ଚକ ରେଳ ଧାରଣାରୁ ତଳକୁ ଖସି ପଡ଼ିଛି। ଏହା ସିଙ୍ଗଲ ଲାଇନ ହୋଇଥିବା କାରଣରୁ କୋରାପୁଟ -ରାୟଗଡ଼ା ରେଳପଥରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ବିଭିନ୍ନ ଷ୍ଟେଶନରେ ଟ୍ରେନ ଗୁଡ଼ିକ ଅଟକି ରହିଛି। ମୁଖ୍ୟତଃ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ଅଟକି ରହିବାରୁ ଯାତ୍ରୀମାନେ ଅସୁବିଧାର ଭୋଗୁଛନ୍ତି। ରାୟଗଡ଼ାଠାରୁ ବୈଷୟିକ ଟିମ ଘଟଣାସ୍ଥଳକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ଦୃଶ୍ୟ: ବଦ୍ରିଙ୍କ ହାତ ନେଇ ମୁଣ୍ଡରେ ରଖି ଆଶୀର୍ବାଦ ଲୋଡ଼ିଲେ ସୌମ୍ୟ

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଏବଂ ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ହେଭିଓ୍ବେଟ୍‌ ନେତାମାନେ ନାମାଙ୍କନ ଦାଖଲ କରିଛନ୍ତି। ଘସିପୁରା ପାଇଁ ବିଜେଡି ବିଧାୟକ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ବଦ୍ରି, ଅଭିମନ୍ୟୁ, ଶମ୍ଭୁନାଥ, ସୌମ୍ୟଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହୀ/ସୋସୋ,୬ା୫(ଶୁଭକାନ୍ତ ନାୟକ/ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri