ମାର୍ଚ୍ଚ ସୁଦ୍ଧା ରାଜ୍ୟ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ

ନୂଆଦିଲ୍ଲୀ,୮-୧: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପରବର୍ତ୍ତୀ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ ଆସନ୍ତା ମାର୍ଚ୍ଚରେ ଆସିବାର ସମ୍ଭାବନା ରହିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚକାଙ୍କ ଜାରି କରାଯାଉଥିବା ବେଳେ ରାଜ୍ୟଗୁଡିକରେ ବାଣିଜ୍ୟ କରିବାର ସୁବିଧା ସୁଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ଏଠାରେ ସାମିଲ କରାଯାଇଥାଏ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ, ଏହା ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚରେ ଆସିପାରେ। ବିଭିନ୍ନ ରାଜ୍ୟରେ ନିର୍ବାଚନ ଯୋଗୁ ଏହି ରିପୋଟ; ଜାରି କରିବା ବିଳମ୍ବ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଦେଶରେ ବାଣିଜି୍ୟକ ପରିବେଶକୁ ଉନ୍ନତ କରିବା ଏବଂ ରାଜ୍ୟ ସ୍ତରରେ ଏ ନେଇ ଏକ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଆଣିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟଗୁଡିକ ଏଥିରେ ଉନ୍ନତି କରିଲେ ଘରୋଇ ତଥା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ନିବେଶକଙ୍କୁ ଆକୃଷ୍ଟ କରିବା ସହଜ ହେବ ବୋଲି ଅଧିକାରୀ ମତ ଦେଇଛନ୍ତି।
ଇଜ ଅଫ୍‌ ଡୁଇଁ ବିଜନେସର ପ୍ରୋତ୍ସାହନ ଲାଗି ରାଜ୍ୟଗୁଡିକ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ସିଙ୍ଗଲଓ୍ବିଣ୍ଡୋ ସିଷ୍ଟମ ମଞ୍ଜୁରୀ ବ୍ୟବସ୍ଥା ରହିଛି। ରାଜ୍ୟଗୁଡିକର ର଼୍ୟାଙ୍କ ପ୍ରସ୍ତୁତି ଲାଗି ନିର୍ମାଣ ଅନୁମତି, ଶ୍ରମ ଆଇନ, ପରିବେଶ ମଞ୍ଜୁରୀ, ସୂଚନା ଲାଭ, ଜମିର ଉପଲବ୍ଧତା, ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଭଳି ବିଭିନ୍ନ ସୁବିଧା ସାମିଲ ରହିଛି। ଡିମାର୍ଟମେଣ୍ଟ ଫର ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ଏବଂ ବିଶ୍ୱ ବ୍ୟାଙ୍କ ମିଳିତ ହୋଇ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକର ବାଣିଜ୍ୟ ସଂସ୍କାର ଧାରା ଜାରି ରଖିଛନ୍ତି। ଏ ଦିଗରେ ବିଜନେସ୍‌ ରିଫର୍ମ ଆକ୍ସନ ପ୍ଲାନ(ବିଆର୍‌ଏପି) କାର୍ଯ୍ୟଧାରା ଜାରି ହୋଇଛି। ଶେଷ ଥର ହୋଇଥିବା ର଼୍ୟାଙ୍କିଙ୍ଗ ଜୁଲାଇ ୨୦୧୮ରେ ପ୍ରକାଶ ପାଇଥିଲା। ଏଥିରେ ଆନ୍ଧ୍ର ପ୍ରଦେଶ ଶୀର୍ଷରେ ରହିଥିଲା। ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ଏବଂ ହରିୟାଣା ତୃତୀୟ ସ୍ଥାନରେ ଥିଲା। ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ଯଥାକ୍ରମେ ଝାଡଖଣ୍ଡ(୪), ଗୁଜରାଟ(୫), ଛତିଶଗଡ(୬), ମଧ୍ୟ ପ୍ରଦେଶ(୭), କର୍ନାଟକ(୮), ରାଜସ୍ଥାନ(୯) ଏବଂ ପଶ୍ଚିମବଙ୍ଗ ୧୦ମ ସ୍ଥାନରେ ରହିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଇଜ ଅଫ୍‌ ଡୁଇଁ ବିଜନେସ ରିପୋର୍ଟରେ ଭାରତ ୧୯୦ ଦେଶ ମଧ୍ୟରୁ ୬୩ତମ ସ୍ଥାନରେ ରହିଛି। ଏହି ଧାରାରେ ଉନ୍ନତି ଆଣିବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟ ବିଭିନ୍ନ ଦିଗ ଉପରେ କାମ କରୁଛି। ଆସନ୍ତା ବର୍ଷରେ ଶୀର୍ଷ ୫୦ ଦେଶ ମଧ୍ୟକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri