ମାର୍କେଟ ବିଲ୍ଡିଂରେ ଆତଙ୍କ: ଯାହାକୁ ଦେଖିଲେ ପିଟିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା। ପ୍ରାୟ ୭୦ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ପଶିଆସିଥିଲେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂକୁ। ଦେଖୁ ଦେଖୁ ଖେଳିଯାଇଥିଲା ଆତଙ୍କ। ଦୁର୍ବୃତ୍ତମାନେ କେଶରୀ ମଲ ସମ୍ମୁଖ ୩୦ରୁ ଊର୍ଦ୍ଧ୍ୱ ଦୋକାନକୁ ଭଙ୍ଗାରୁଜା କରିବା ସହ ଦୋକାନୀ, ଗ୍ରାହକ ଯାହାକୁ ଦେଖିଲେ ମରଣାନ୍ତକ ଆକ୍ରମଣ କଲେ। ଲୋକେ ପ୍ରାଣ ଭୟରେ ଏଣେ ତେଣେ ଦୌଡ଼ିଥିଲେ। ଅନେକେ କେଶରୀ ମଲ୍‌ ଭିତରକୁ ପଶି ସୁରକ୍ଷିତ ରହିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୧୦ ମିନିଟ ଧରି ଆତଙ୍କ ଖେଳାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ମାତ୍ର ଆକ୍ରମଣର ଶିକାର ୨ ଦୋକାନୀ ୨ ଆକ୍ରମଣକାରୀଙ୍କ ସହ ସାହସିକତାର ସହ ଲଢ଼ି ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଗୁରୁବାର ରାତିରେ ହାତଘଣ୍ଟା ଦୋକାନୀଙ୍କ ସହ ଜଣେ ଯୁବତୀଙ୍କ ମୂଲଚାଲକୁ ନେଇ ହୋଇଥିବା ବଚସା ଓ ମାରପିଟ୍‌ରୁ ଶୁକ୍ରବାର ଏଭଳି ହିଂସାକାଣ୍ଡ ଘଟିଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି। ଘଟଣା ପଛରେ ଅନ୍ୟ କାରଣ ମଧ୍ୟ ଥାଇପାରେ। ଏନେଇ ତଦନ୍ତ ଜାରି ରହିବା ସହ ଦୁର୍ବୃୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ସେ କହିଛନ୍ତି। ସୂଚନା ମୁତାବକ କେଶରୀ ମଲ ସମ୍ମୁଖ ରାସ୍ତାକଡ଼ରେ ଥିବା ଆମୋଦ କୁମାର ଶାହାଙ୍କ ଏକ ଘଣ୍ଟା ଦୋକାନକୁ ଗୁରୁବାର ରାତି ସାଢେ ୯ଟାରେ ଜଣେ ଯୁବତୀ ଆସିଥିଲେ। ଆମୋଦ ଘଣ୍ଟାର ଦାମ ୨୫୦ ଟଙ୍କା କହିଥିଲେ, ମାତ୍ର ଯୁବତୀ ଜଣକ ତାହାକୁ ୧୦୦ ଟଙ୍କାରେ ନେବାକୁ ଚାହିଁଥିଲେ। ମୂଲ୍ୟ ୧୫୦ ଟଙ୍କାରୁ କମ୍‌ ନ ହେବାରୁ ସେ ରାଗରେ ଘଣ୍ଟାକୁ ଆମୋଦଙ୍କ ଉପରକୁ ଫିଙ୍ଗିଦେଇଥିଲେ। ଆମୋଦ ବିରୋଧ କରିବାରୁ ଯୁବତୀ ତାଙ୍କର ୪ ସହଯୋଗୀଙ୍କୁ ଡକାଇଥିଲେ। ସେମାନେ ପହଞ୍ଚତ୍ ଅମୋଦଙ୍କୁ ମାଡ଼ ମାରିଥିଲେ। ସ୍ଥାନୀୟ ଦୋକାନୀମାନେ ବିରୋଧ କରିବା ସହ ପିସିଆର ଡକାଇ ଉକ୍ତ ଯୁବକମାନଙ୍କୁ କ୍ୟାପିଟାଲ ଥାନାକୁ ପଠାଇଥିଲେ। ଉଭୟ ପକ୍ଷରୁ ଥାନାରେ ସମାଧାନ ହୋଇଥିଲା। କିନ୍ତୁ ଏହି ଘଟଣାକୁ ନେଇ ଶୁକ୍ରବାର ହିଂସାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇ ଛାନ୍‌ଭିନ୍‌ ଚଳାଇଛି। ଅନ୍ୟପକ୍ଷରେ ୨ ଆକ୍ରମଣକାରୀଙ୍କୁ ଧରିଥିବା ୨ ଦୋକାନୀ ଧମେନ୍ଦ୍ର ସାହୁ ଓ ଶିବନାଥ କୁମାରଙ୍କ ମୁଣ୍ଡ ଫାଟିଯାଇଛି। କ୍ୟାପିଟାଲ ଥାନା ପୋଲିସ ସେମାନଙ୍କୁ ହସ୍ପିଟାଲ ପଠାଇବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସମସ୍ତ ଆକ୍ରମଣକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଖୁବ୍‌ ପ୍ରଶଂସା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ମୋଦିଙ୍କୁ ନେଇ କହିଲେ ବଡ଼ କଥା

ଜେରୁଜେଲମ/ନୂଆଦିଲ୍ଲୀ,୪।୮: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ରାଜନୈତିକ ଗତିଶୀଳତା ପରିବର୍ତ୍ତନ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ ସହିତ ତାଙ୍କ ଦେଶର ସମ୍ପର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri