ମାର୍କେଟ ନ ଖୋଲିଲେ ୫୦ଲକ୍ଷର ମାଛ ନଷ୍ଟହେବ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଗତ ରବିବାର ୟୁନିଟ-୪ ମାଛ ମାର୍କେଟକୁ ସିଲ କରଯାଇଥିଲା। ଉକ୍ତ ଘଟଣାକୁ ନେଇ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ଏକ ବୈଠକ ବସିଥିଲା। ଏଥିରେ ମାର୍କେଟର ସମସ୍ତ ପାଇକାରୀ ଓ ଖୁଚୁରା ବ୍ୟବସାୟୀ ଯୋଗଦେଇଥିଲେ। ଆଗାମୀ ଦିନରେ ସରକାରଙ୍କ ସମସ୍ତ କୋଭିଡ୍‌ କଟକଣାକୁ ମାନିବା ସହ ଏଭଳି ଘଟଣା ଯେପରି ଆଗକୁ ନ ହେବ ସେଥିପ୍ରତି ଧ୍ୟାନଦେବାକୁ ସଂଘ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି। ଏହାପରେ ସଂଘ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ହାଟ ବନ୍ଦ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ସହ ଏହାର ଆଗାମୀ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲା। ସେହିଭଳି ହାଟ ଖୋଲିବା ଓ ବିଏମ୍‌ସିର ସମସ୍ତ କୋଭିଡ୍‌ କଟକଣାକୁ ପାଳନ କରିବା ସହ ଶଟ୍‌ଡାଉନରେ କୌଣସି ଦୋକାନ ନ ଖୋଲିବାର ଦାୟିତ୍ୱ ସଂଘ ନିଜ ହାତକୁ ନେବ ବୋଲି ବିଏମ୍‌ସି କମିଶନରଙ୍କୁ ଭେଟି ସଂଘ ଜଣାଇଛି। ଏଥିସହ ଏକ ଅନୁରୋଧ ପତ୍ର ମଧ୍ୟ ପ୍ରଦାନ କରିଛି।
ସଂଘର ସାଧାରଣ ସମ୍ପାଦକ ଜମ୍ବେଶ୍ୱର ମଲ୍ଲିକ କହିଛନ୍ତି, ବିଏମ୍‌ସି ପକ୍ଷରୁ ଶୀଘ୍ର ମାଛ ହାଟ ଖୋଲା ନ ଗଲେ ପ୍ରାୟ ୫୦ ଲକ୍ଷ ଟଙ୍କାର ମାଛ ନଷ୍ଟ ହୋଇଯିବ ଓ ୩୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବ୍ୟାପକ କ୍ଷତି ସହିବେ। ସେ କହିଛନ୍ତି, ଶଟ୍‌ଡାଉନରେ ସମସ୍ତ ୩୯ ମାଛ ପାଇକାରୀ ଦୋକାନ ବା ଗଦି ବନ୍ଦ ରହିଥିଲା। ଗଦିରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାର ସେଠାରେ ରହୁଥିବାରୁ ଶଟ୍‌ଡାଉନରେ ମାଛର ଯତ୍ନ ପାଇଁ ଟ୍ରେ ଖୋଲି ସେଥିରେ ବରଫ ଦେଉଥିବା ସମୟରେ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଅଧିକାରୀମାନେ ମାଛ ଗଦି ଖୋଲା ଥିବା ନେଇ କମିଶନରଙ୍କୁ ଜଣାଇ ମାର୍କେଟକୁ ସିଲ୍‌ କରିଥିଲେ। ମାତ୍ର ୩ଟି ଗଦି ପାଇଁ ୩୯ଟି ଗଦି ମାଲିକ ଓ ୩୦୦ରୁ ଊର୍ଦ୍ଧ୍ୱ ଖୁଚୁରା ବ୍ୟବସାୟୀ ସମସ୍ୟାରେ ପଡିଛନ୍ତି। ସେହିପରି ୩୯ଟି ଗଦିରେ ପ୍ରାୟ ୫୦୦କର୍ମଚାରୀଙ୍କ ସହିତ ୮୦୦ରୁ ଊର୍ଦ୍ଧ୍ୱ ଛୋଟ ମାଛ (ଉଠା ଦୋକାନୀ) ବ୍ୟବସାୟୀ ବର୍ତ୍ତମାନ ସମୟରେ ବିପଦରେ ପଡ଼ିଛନ୍ତି। କମିଶନରଙ୍କ ଉପସ୍ଥିତିରେ ଗଦି ନଂ ୨୪, ୩୨ ଓ ୩୬ ସିଲ୍‌ ହେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ବିଏମ୍‌ସି ଅଧିକାରୀ ୩୯ଟି ଗଦି ସହ ସମ୍ପୂର୍ଣ୍ଣ ମାଛ ମାର୍କେଟକୁ ସିଲ୍‌ କରିଦେଲେ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସଂଘ ସଭାପତି ଏସ୍‌.କେ. ମୁସ୍ତାଫାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ବିଧାୟକଙ୍କୁ ଭେଟି ସଂଘର ଦାବିପତ୍ର ପ୍ରଦାନ ପୂର୍ବକ ସମସ୍ତ ବ୍ୟବସାୟୀଙ୍କ ଦୁଃଖ ଜଣାଇବା ସହ ଏହାର ବିଚାର କରି ହାଟ ଖୋଲିବାର ବ୍ୟବସ୍ଥା କଲେ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଜଣାଇଥିଲେ। ତେବେ ଏ ସମ୍ପର୍କରେ ସେ ବିଏମ୍‌ସି କମିଶନରଙ୍କ ସହ କଥା ହୋଇ ଆଇନ ଅନୁସାରେ ଯାହା କରିହେବ କରିବେ ଏବଂ ଏଭଳି ସମୟରେ ନିୟମ ଭାଙ୍ଗିବା ଅନୁଚିତ ବୋଲି ବିଧାୟକ ଜେନା ସଂଘର କର୍ମକର୍ତ୍ତାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri