ମାନ୍ଦାବସ୍ଥା ଯୋଗୁ କମିଲା ରେଲଓ୍ବେର ରାଜସ୍ବ

ନୂଆଦିଲ୍ଲୀ,୨୭-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ରେଲଓ୍ବେ ଉପରେ ପଡିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ପାସେଞ୍ଜର ଏବଂ ମାଲ ପରିବହନ ବର୍ଗରେ ରେଲଓ୍ବେ ରାଜସ୍ବ ଯଥାକ୍ରମେ ୧୫୫ ଏବଂ ୩୯୦୧ କୋଟି ଟଙ୍କା ହ୍ରାସ ଘଟିଛି। ଏହାର ପୂର୍ବ ତ୍ରୈମାସ ତୁଳନାରେ ଏହି ରାଜସ୍ବ ହ୍ରାସ ଘଟିଥିବା ସୂଚନା ଅଧିକାର ତଥ୍ୟରୁ ଏହା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ନିମୁଚ୍‌ ବାସିନ୍ଦା ଶେଖର ଗୌର ରେଲଓ୍ବେ ରାଜସ୍ବକୁ ନେଇ ଏକ ଆର୍‌ଟିଆଇ ଆବେଦନ କରିଥିଲେ। ୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ରେଲଓ୍ବେ ପାସେଞ୍ଜର ଭଡା ବାବଦକୁ ୧୩,୯୯୮.୯୨ କୋଟି ଟଙ୍କା ଲାଭ ରାଜସ୍ବ ହାସଲ କରିଥିଲା। ଏହା ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୧୩,୨୪୩.୮୧ କୋଟି ଟଙ୍କାକୁ ହ୍ରାସ ଘଟିଛି।
ସେହିଭଳି ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ମାଲ ପରିବହନ ବାବଦକୁ ରେଲଓ୍ବେ ୨୯,୨୬୬.୯୨ କୋଟି ଟଙ୍କା ରାଜସ୍ବ ପାଇଥିଲା। ଏହା ଦ୍ୱିତୀୟ ତ୍ରୈମାସରେ ୨୫,୧୬୫.୧୩ କୋଟି ଟଙ୍କାକୁ ଖସି ଆସିଛି। ଟିକେଟ ବୁକିଂ ଉପରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ଦେଖା ଦେଇଥିବା ଜଣାପଡିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ଏପ୍ରିଲଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ବୁକିଂ ୧.୨୭% କମିଛି। ଏହାବାଦ ସବ୍‌ଅର୍ବାନ ରେଳ ଯାତ୍ରା ସମାନ ସମୟରେ ୧.୧୩% ହ୍ରାସ ଘଟିଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଛି। ମାନ୍ଦାବସ୍ଥା ପ୍ରଭାବକୁ ହ୍ରାସ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ନିକଟରେ ଏହା ମାଲ ପରିବହନ ଟ୍ରାଫିକ ଉପରେ ଲାଗୁ ହେଉଥିବା ବିଜି ରିଜନ ସରଚାର୍ଜକୁ ରେଲଓ୍ବେ ଉଠାଇ ଦେଇଛି।
ଏହା ଏୟାର କଣ୍ଡିସନ ଚେୟାର କାର ଏବଂ ଏକଜିକ୍ୟୁଟିଭ୍‌ କାର ସିଟିଂ ଉପରେ ୨୫% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଆରମ୍ଭ କରିଛି। ୩୦ ବର୍ଷ ପୁରୁଣା ଡିଜେଲ ଇଞ୍ଜିନଗୁଡିକୁ ବାଦ ଦେବା ଲାଗି ଯୋଜନା ରହିଛି। ସେହିଭଳି ଇନ୍ଧନ ବିଲ୍‌ ହ୍ରାସ, ଅଣ ଭଡା ରାଜସ୍ବ ବୃଦ୍ଧି, ଜମିର ମୁଦ୍ରାକରଣ ଭଳି ବିଭିନ୍ନ ପ୍ରସଙ୍ଗକୁ ଏବେ ରେଲଓ୍ବେ ଗୁରୁତ୍ୱ ଦେଉଛି। ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ରେଳ ବୋର୍ଡ ଏହାର ୧୭ ଜୋନକୁ ଚିଠି ଲେଖିଥିଲା। ମାଲ ପରିବହନ କ୍ଷେତ୍ରରେ ହ୍ରାସ ହେବା ଏବେ ରେଲଓ୍ବେ ଲାଗି ଏକ ଚିନ୍ତାର କାରଣ ପାଲଟିଛି। ବର୍ଷା କୋଇଲା ପରିବହନକୁ ପ୍ରଭାବିତ କରିଥିବା ବେଳେ ମାନ୍ଦାବସ୍ଥା ଇସ୍ପାତ ଏବଂ ସିମେଣ୍ଟ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ପଦକ୍ଷେପ ନିଆଯାଉଥିବା ବେଳେ ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି ରେଲଓ୍ବେ ଶୀଘ୍ର ସକ୍ଷମ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri