ମାନ୍ଦାବସ୍ଥା ଝଟକା;ଜିଡିିପି ଅଭିବୃଦ୍ଧି ୪.୫%କୁ ଖସିଲା

 

ନୂଆଦିଲ୍ଲୀ,୩୦-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୭.୧% ରହିଥିବା ଶୁକ୍ରବାର ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ୨୦୧୨-୧୩ ଆର୍ଥତ୍କ ବର୍ଷ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଭାରତ ୪.୩% ସ୍ତରର ଅଭିବୃଦ୍ଧି ହ୍ରାସଲ କରିଥିଲା। ଏହାକୁ ଦେଖିଲେ ବର୍ତ୍ତମାନର ଜୁଲାଇ-ସେପ୍ଟେମ୍ବର ମାସର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଥିବା ଜଣାପଡିଛି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ୬ ମାସ ମଧ୍ୟରେ ଭାରତର ଅଭିବୃଦ୍ଧି ୪.୮% ରହିଛି। ଏହା ଗତ ବର୍ଷ ସମାନ ସମୟରେ ୭.୫% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଦେଶର ବିକାଶ ହାର ୬.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ପରିବର୍ତ୍ତିତ ପୂର୍ବାନୁମାନରେ କହିଛି। ଏହା ପୂର୍ବରୁ ଅଭିବୃଦ୍ଧି ୬.୯% ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା।
ଖାଉଟି ଚାହିଦା ହ୍ରାସ, ମାନୁଫାକ୍‌ଚରିଂ କ୍ଷେତ୍ରରେ ମନ୍ଥରତା, ଘରୋଇ ନିବେଶ ଏବଂ ରପ୍ତାନି ହ୍ରାସ ହେବା ଯୋଗୁ ଭାରତ ବଜାର ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇଛି। ବିଶ୍ୱ ବଜାର ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଘରୋଇ ବଜାରରେ ଲଗାତର ଅଭିବୃଦ୍ଧି ହ୍ରାସ ହେଉଥିବା ଦେଖାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ବିକାଶ ହାର ୭ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଯିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ। ଜୁଲାଇ-ସେପ୍ଟେମ୍ବରରେ ବିକାଶର ଗତି ୫%ରୁ ନିମ୍ନକୁ ଖସିବ ବୋଲି ଅନେକେ ପୂର୍ବାନୁମାନ କରିଥିଲେ। ଯେତେବେଳେ ଗତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୮% ରହିଥିଲା ମାତ୍ର ଚଳିତ ବର୍ଷ ଲଗାତାର ଭାବେ ଏଥିରେ ହ୍ରାସ ପରିଲକ୍ଷିତ ହେଉଛି।
ଶୁକ୍ରବାର ପ୍ରକାଶିତ ସରକାରଙ୍କ ତଥ୍ୟ ମୁତାବକ, ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୭ ମାସରେ ଅକ୍ଟୋବର ସୁଦ୍ଧା ବିତ୍ତୀୟ ନିୟଣ୍ଟ ୭.୨ ଲକ୍ଷ କୋଟି ଟଙ୍କା ରହିଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୧୦୨.୪%। ଏହାବାଦ ଅକ୍ଟୋବରରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୫.୮% କମ୍‌ ହୋଇଛି। ଏଭଳି ତଥ୍ୟକୁ ବିଚାର କଲେ ମାନ୍ଦାବସ୍ଥା କବଳରୁ ଭାରତ ବାହାରିବାକୁ ସକ୍ଷମ ହୋଇ ନ ଥିବା ବିଶେଷଜ୍ଞ ମତ ରଖିଛନ୍ତି। ବଜାରରେ ଆର୍ଥତ୍କ କାର୍ଯ୍ୟକଳାପ ମନ୍ଥର ଥିବା ଯୋଗୁ ଦ୍ୱିତୀୟ ତ୍ରୈମାସ ଅଭିବୃଦ୍ଧି ୪.୭%କୁ ଖସିବ ବୋଲି ଗୁରୁବାର ରୟଟର୍ସ ପୋଲର ବିଶେଷଜ୍ଞ କହିଥିଲେ।
ଚଳିତ ବର୍ଷ ଭାରତ ବିଶ୍ୱ ସ୍ତରର ଚାପ, ଉଚ୍ଚ ମୁଦ୍ରାସ୍ପୀତି ଏବଂ ବିଭିନ୍ନ ରାଜନୈତିକ ଚ୍ୟାଲେଞ୍ଜ ସାମ୍ନା କରୁଥିବା ବେଳେ ଜିଡିପି ହ୍ରାସ ଭଳି ଘଟଣା ଏହି ସମୟରେ ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ଫିଚ୍‌ ଗ୍ରୁପର ଫାର୍ମ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ଚତୁର୍ଥ ଥର ଲାଗି ବିକାଶ ଅନୁମାନକୁ କମ୍‌ କରିଛି। ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ଖସିବ ବୋଲି ଏହା ମଙ୍ଗଳବାର କହିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ୫.୬%କୁ ଖସିବ ବୋଲି ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି। ଶିଳ୍ପ କ୍ଷେତ୍ରରେ ମନ୍ଥର କାର୍ଯ୍ୟକଳାପ ଯୋଗୁ ଚଳିତ ମାସ ୨୧ ତାରିଖରେ ରେଟିଂ ଏଜେନ୍ସି ଇକ୍ରା ମଧ୍ୟ ଦ୍ୱିତୀୟ ତ୍ରୈମାସ ବିକାଶ ହାରକୁ ୪.୭%କୁ କମାଇଥିଲା। ଦେଶର ଗ୍ରସ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୪.୫% ରହିବ ବୋଲି ଏହା ପୂର୍ବାନୁମାନ କରିଥିଲା। ସେହିଭଳି ଚାଇନାର ବିକାଶ ହାର ଜୁଲାଇ-ସେପ୍ଟେମ୍ବର ସମୟରେ ୨୭ ବର୍ଷର ସର୍ବନିମ୍ନ ସ୍ତର ୬%କୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri