ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ ନେଇ ଯୋଜନା

ନୂଆଦିଲ୍ଲୀ,୪। ୫: ଭାରତକୁ ଏକ ମାନ୍ୟୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏବେ ଯୋଜନା ହାତକୁ ନେଇଛି। ସମ୍ଭାବନା ଥିବା କ୍ଷେତ୍ରଗୁଡିକୁ ବିକଶିତ କରାଇବା ନେଇ ବିଭିନ୍ନ କାର୍ଯ୍ୟପନ୍ଥା ସରକାର ଗ୍ରହଣ କରିବେ ବୋଲି ଜଣାପଡିଛି। ଏହା ଅଧୀନରେ କ୍ୟାପିଟାଲ ଗୁଡ୍‌ସ, ଚମଡା ଏବଂ କେମିକାଲ ଭଳି ପ୍ରମୁଖ କ୍ଷେତ୍ରକୁ ଏବେ ଫୋକସରେ ରଖାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କ୍ଷେତ୍ରଗୁଡିକୁ ଚୟନ କରିବା ଲାଗି ସରକାର ଶିଳ୍ପ ସଂଘ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରୁଥିବା ଅଧିକାରୀ କହିଛନ୍ତି। ପ୍ରାଥମିକ ଭାବେ ୧୨ ଚାମ୍ପିୟନ କ୍ଷେତ୍ରକୁ ଚୟନ କରାଯାଇଛି। ଏହା ମଧ୍ୟରେ ମଡ୍ୟୁଲାର ଫର୍ନିଚର, ଖେଳନା, ଖାଦ୍ୟ ପ୍ରକ୍ରିୟାକରଣ, ରେଡି ଟୁ ଇଟ୍‌ ଫୁଡ, ଆଗ୍ରୋ କେମିକାଲ୍ସ, ଟେକ୍ସଟାଇଲ, ଏୟାର କଣ୍ଡିସନର, କ୍ୟାପିଟାଲ ଗୁଡସ, ଫାର୍ମା ଏବଂ ଅଟୋ କମ୍ପୋନେଣ୍ଟ ଭଳି କ୍ଷେତ୍ର ସାମିଲ ରହିଛି।
ସରକାର ଏ ନେଇ ବିଭିନ୍ନ ଗ୍ରୁପ ଏବଂ ସବ୍‌ଗ୍ରୁପ ଗଠନ କରିଛନ୍ତି। ଏହି ଗ୍ରୁପଗୁଡିକ ଶିଳ୍ପ ସଂଘ ସିଆଇଆଇ ଏବଂ ଆସୋଚାମ ସହ ଆଲୋଚନାରେ ସାମିଲ ହୋଇଛନ୍ତି। ଏ ନେଇ ଗଠନ କରାଯାଇଥିବା କୋର୍‌ ଗ୍ରୁପ ବିଭିନ୍ନ ନୀତି, ଟେକ୍ନିକାଲ ଦକ୍ଷତା, ନିଯୁକ୍ତି କ୍ଷମତା, ବିଶ୍ୱ ସ୍ତରୀୟ ଏବଂ ଘରୋଇ ଚାହିଦା ଉପରେ ବିଚାର କରିବ ବୋଲି ସୂଚନା ରହିଛି। କୋଭିଡ-୧୯ ପରେ ବିଶ୍ୱ ସ୍ତରୀୟ ଯୋଗାଣ ଚେନ୍‌ରେ ବିରାଟ ପରିବର୍ତ୍ତନ ଆସିବା ନେଇ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଭାରତୀୟ ଶିଳ୍ପ ଜଗତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ମାନ୍ୟୁଫାକଚରିଂକୁ ପ୍ରୋତ୍ସାହନ ଏବଂ ରପ୍ତାନି ବିକାଶ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ମାନ୍ୟୁଫାକଚରିଂ କ୍ଷେତ୍ର ବର୍ତ୍ତମାନ ୧୫% ଯୋଗଦାନ ରଖୁଛି। ଏଥିରେ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି। କୋଭିଡ ଯୋଗୁ ମାର୍ଚ୍ଚରେ ଦେଶର ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ୬.୫% ଖସିଛି। ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସାର, ଇସ୍ପାତ, ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ଉତ୍ପାଦନ କ୍ଷତିଗ୍ରସ୍ତ ହେବା ଯୋଗୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ସେହିଭଳି ମାର୍ଚ୍ଚରେ ରପ୍ତାନି ୩୪.୪% ଖସିଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri