ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌: ଯାତ୍ରୀଙ୍କୁ ଖାଦ୍ୟରେ ନିଶାଦେଇ ଲୁଟ୍‌

କଟକ ଅଫିସ,୨୦ା୭: ଟ୍ରେନରେ ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ। ରାଜ୍ୟ ବାହାରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀମାନଙ୍କୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଟାର୍ଗେଟ କରୁଛନ୍ତି। ଟ୍ରେନ୍‌ରେ ଯାତ୍ରୀଙ୍କ ସହ ଭାବ ବିନିମୟ କରୁଛନ୍ତି। ତାଙ୍କ ବିଷୟରେ ସବୁକିଛି ଜାଣିବା ପରେ ଖାଦ୍ୟ କିମ୍ବା ପାନୀୟରେ ନିଶାଦ୍ରବ୍ୟ ମିଶାଇ ଖାଇବାକୁ ଦେଉଛନ୍ତି। ସେମାନେ ବେହୋସ ହେବା ପର ସେମାନଙ୍କଠାରୁ ଟଙ୍କା, ମୋବାଇଲ, ସୁନା ଅଳଙ୍କାର ଭଳି ବିଭିନ୍ନ ସାମଗ୍ରୀ ଲୁଟି ନେଉଛନ୍ତି। ଆଉ କେତେକ କ୍ଷେତ୍ରରେ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଯାତ୍ରୀମାନଙ୍କୁ ଖାଇବାକୁ ଦେଉଛନ୍ତି। ରେଳ ଷ୍ଟେଶନରୁ ଓହ୍ଲାଇ ବାହାରକୁ ଆସିବା ପରେ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଲୁଟେରାମାନେ କାବୁ କରିନେଉଛନ୍ତି। ସେମାନଙ୍କଠାରୁ ବିଭିନ୍ନ ମୂଲ୍ୟମାନ ସାମଗ୍ରୀ ଲୁଟ କରିବା ପରେ ସେମାନଙ୍କୁ ବାହାରେ ପକାଇ ଦେଉଛନ୍ତି। ରେଲଓ୍ବେ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ କୌଣସି ପ୍ରୟାସ କରାଯାଉ ନ ଥିବାରୁ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।
ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜାହିଦ ଉଦ୍ଦିନ ହାଇଦ୍ରାବାଦରେ କାର୍ଯ୍ୟ କରନ୍ତି। ଗତ ଜୁନରେ ସେ ଟ୍ରେନରେ ହାଇଦ୍ରାବାଦରୁ କଟକ ଆସୁଥିଲେ। ସେ କଟକରେ ପହଞ୍ଚତ୍ ପରିବାର ଲୋକଙ୍କୁ ଜଣାଇବା ସହ ବସ୍‌ରେ ଘରକୁ ଯିବେ ବୋଲି କହିଥିଲେ। ଏହାପରେ ତାଙ୍କ ଫୋନ ଲାଗି ନ ଥିଲା। ଦୁଇଦିନ ପରେ ଜାହିଦ୍‌ ଘରେ ପହଞ୍ଚତ୍ଥିଲେ। ଜାହିଦଙ୍କ କହିବା ଅନୁଯାୟୀ, ଟ୍ରେନରେ ତାଙ୍କ ସହ କିଛି ବ୍ୟକ୍ତିଙ୍କର ଦେଖା ହୋଇଥିଲା। ସେମାନେ କଟକ ଯାଉଥିବା କହିବା ସହ ତାଙ୍କୁ ଟ୍ରେନ୍‌ରେ ଚା’ ପିଇବାକୁ ଦେଇଥିଲେ। ପରେ ସେ କଟକ ଷ୍ଟେଶନରେ ଓହ୍ଲାଇ ଅଟୋରେ ଆସୁଥିବା ସମୟରେ ଚେତା ହରାଇ ବସିଥିଲେ। ଗୋଟିଏ ଦିନ ପରେ ସେ ଏସ୍‌ସିବି ମେଡିକାଲ ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ପଡିଥିବାବେଳେ ତାଙ୍କର ନିଦ ଭାଙ୍ଗି ଥିଲା। ହେଲେ ସେ ଆଣିଥିବା ୩୦୦୦ ଟଙ୍କା, ବ୍ୟାଗ ସେମାନେ ନେଇଯାଇଥିଲେ।
ସେହିପରି ଗତ ୧୬ ତାରିଖରେ ଇଷ୍ଟକୋଷ୍ଟ ଟ୍ରେନରେ ସିକନ୍ଦରାବାଦରୁ ଭୁବନେଶ୍ୱର ଅସିଥିଲେ କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ଗୋପାଳ ମଣ୍ଡଳ। ଉକ୍ତ ଦିନ ସକାଳେ ସେ ଟ୍ରେନରୁ ଓହ୍ଲାଇବା ପରେ ପରିବାର ଲୋକଙ୍କୁ ଫୋନ କରି ବସ୍‌ ଯୋଗେ ଘରକୁ ଯିବେ ବୋଲି କହିଥିଲେ। ଏହାପରେ ତାଙ୍କ ଫୋନ ସୁଇଚ ଅଫ ଦର୍ଶାଇଥିଲା। ତାଙ୍କ ଘର ଲୋକ ଭୁବନେଶ୍ୱର ଆସି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏ ନେଇ ୧୭ ତାରିଖରେ ତାଙ୍କ ପରିବାର ଲୋକ ଭୁବନେଶ୍ୱର ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଷ୍ଟେଶନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରୁ ଗୋପାଳ ଷ୍ଟେଶନରୁ ବାହାରକୁ ଆସିଥିବା ଦେଖାଯାଇଥିଲା। ଗତ ୧୮ ତାରିଖ ସନ୍ଧ୍ୟାରେ ସେ ଘରେ ପହଞ୍ଚତ୍ଥିଲେ। ଗୋପାଳଙ୍କ କହିବା ଅନୁଯାୟୀ, ଖୋର୍ଦ୍ଧା ନିକଟରେ ଟ୍ରେନରେ ଆସୁଥିବା କେତେଜଣ ବ୍ୟକ୍ତିଙ୍କ ସହିତ ତାଙ୍କର ବାର୍ତ୍ତାଳାପ ହୋଇଥିଲା। ପରେ ସେମାନେ ତାଙ୍କୁ କୋଲ୍‌ଡ ଡ୍ରିଙ୍କ୍‌ସ ପିଇବାକୁ ଦେଇଥିଲେ। ସେ ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇ ଅଟୋରେ ବସି ବସ୍‌ଷ୍ଟାଣ୍ଡ ଯାଉଥିବାବେଳେ ଚେତାଶୂନ୍ୟ ହୋଇଯାଇଥିଲେ। ୧୮ ତାରିଖ ସକାଳେ ଖଣ୍ଡଗିରି ପାହାଡ଼ ଉପରେ ପଡ଼ିଥିବାବେଳେ ତାଙ୍କର ଚେତା ଫେରିଥିଲା। ତାଙ୍କ ପାଖରେ ଥିବା ୫ହଜାର ଟଙ୍କା ଏବଂ ବ୍ୟାଗ୍‌କୁ ଲୁଟେରାମାନେ ନେଇ ଯାଇଥିଲେ।
ଏଭଳି ବହୁ ଘଟଣା ଘଟୁଥିଲେ ମଧ୍ୟ ଏ ନେଇ ଅଭିଯୋଗ ହେଉନାହିଁ। କେତେକ ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ଫଳରେ ଲୁଟେରାମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri