ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌: ଯାତ୍ରୀଙ୍କୁ ଖାଦ୍ୟରେ ନିଶାଦେଇ ଲୁଟ୍‌

କଟକ ଅଫିସ,୨୦ା୭: ଟ୍ରେନରେ ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ। ରାଜ୍ୟ ବାହାରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀମାନଙ୍କୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଟାର୍ଗେଟ କରୁଛନ୍ତି। ଟ୍ରେନ୍‌ରେ ଯାତ୍ରୀଙ୍କ ସହ ଭାବ ବିନିମୟ କରୁଛନ୍ତି। ତାଙ୍କ ବିଷୟରେ ସବୁକିଛି ଜାଣିବା ପରେ ଖାଦ୍ୟ କିମ୍ବା ପାନୀୟରେ ନିଶାଦ୍ରବ୍ୟ ମିଶାଇ ଖାଇବାକୁ ଦେଉଛନ୍ତି। ସେମାନେ ବେହୋସ ହେବା ପର ସେମାନଙ୍କଠାରୁ ଟଙ୍କା, ମୋବାଇଲ, ସୁନା ଅଳଙ୍କାର ଭଳି ବିଭିନ୍ନ ସାମଗ୍ରୀ ଲୁଟି ନେଉଛନ୍ତି। ଆଉ କେତେକ କ୍ଷେତ୍ରରେ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଯାତ୍ରୀମାନଙ୍କୁ ଖାଇବାକୁ ଦେଉଛନ୍ତି। ରେଳ ଷ୍ଟେଶନରୁ ଓହ୍ଲାଇ ବାହାରକୁ ଆସିବା ପରେ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଲୁଟେରାମାନେ କାବୁ କରିନେଉଛନ୍ତି। ସେମାନଙ୍କଠାରୁ ବିଭିନ୍ନ ମୂଲ୍ୟମାନ ସାମଗ୍ରୀ ଲୁଟ କରିବା ପରେ ସେମାନଙ୍କୁ ବାହାରେ ପକାଇ ଦେଉଛନ୍ତି। ରେଲଓ୍ବେ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ କୌଣସି ପ୍ରୟାସ କରାଯାଉ ନ ଥିବାରୁ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।
ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜାହିଦ ଉଦ୍ଦିନ ହାଇଦ୍ରାବାଦରେ କାର୍ଯ୍ୟ କରନ୍ତି। ଗତ ଜୁନରେ ସେ ଟ୍ରେନରେ ହାଇଦ୍ରାବାଦରୁ କଟକ ଆସୁଥିଲେ। ସେ କଟକରେ ପହଞ୍ଚତ୍ ପରିବାର ଲୋକଙ୍କୁ ଜଣାଇବା ସହ ବସ୍‌ରେ ଘରକୁ ଯିବେ ବୋଲି କହିଥିଲେ। ଏହାପରେ ତାଙ୍କ ଫୋନ ଲାଗି ନ ଥିଲା। ଦୁଇଦିନ ପରେ ଜାହିଦ୍‌ ଘରେ ପହଞ୍ଚତ୍ଥିଲେ। ଜାହିଦଙ୍କ କହିବା ଅନୁଯାୟୀ, ଟ୍ରେନରେ ତାଙ୍କ ସହ କିଛି ବ୍ୟକ୍ତିଙ୍କର ଦେଖା ହୋଇଥିଲା। ସେମାନେ କଟକ ଯାଉଥିବା କହିବା ସହ ତାଙ୍କୁ ଟ୍ରେନ୍‌ରେ ଚା’ ପିଇବାକୁ ଦେଇଥିଲେ। ପରେ ସେ କଟକ ଷ୍ଟେଶନରେ ଓହ୍ଲାଇ ଅଟୋରେ ଆସୁଥିବା ସମୟରେ ଚେତା ହରାଇ ବସିଥିଲେ। ଗୋଟିଏ ଦିନ ପରେ ସେ ଏସ୍‌ସିବି ମେଡିକାଲ ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ପଡିଥିବାବେଳେ ତାଙ୍କର ନିଦ ଭାଙ୍ଗି ଥିଲା। ହେଲେ ସେ ଆଣିଥିବା ୩୦୦୦ ଟଙ୍କା, ବ୍ୟାଗ ସେମାନେ ନେଇଯାଇଥିଲେ।
ସେହିପରି ଗତ ୧୬ ତାରିଖରେ ଇଷ୍ଟକୋଷ୍ଟ ଟ୍ରେନରେ ସିକନ୍ଦରାବାଦରୁ ଭୁବନେଶ୍ୱର ଅସିଥିଲେ କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ଗୋପାଳ ମଣ୍ଡଳ। ଉକ୍ତ ଦିନ ସକାଳେ ସେ ଟ୍ରେନରୁ ଓହ୍ଲାଇବା ପରେ ପରିବାର ଲୋକଙ୍କୁ ଫୋନ କରି ବସ୍‌ ଯୋଗେ ଘରକୁ ଯିବେ ବୋଲି କହିଥିଲେ। ଏହାପରେ ତାଙ୍କ ଫୋନ ସୁଇଚ ଅଫ ଦର୍ଶାଇଥିଲା। ତାଙ୍କ ଘର ଲୋକ ଭୁବନେଶ୍ୱର ଆସି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏ ନେଇ ୧୭ ତାରିଖରେ ତାଙ୍କ ପରିବାର ଲୋକ ଭୁବନେଶ୍ୱର ଜିଆର୍‌ପି ଥାନାରେ ଅଭିଯୋଗ କରିଥିଲେ। ଷ୍ଟେଶନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରୁ ଗୋପାଳ ଷ୍ଟେଶନରୁ ବାହାରକୁ ଆସିଥିବା ଦେଖାଯାଇଥିଲା। ଗତ ୧୮ ତାରିଖ ସନ୍ଧ୍ୟାରେ ସେ ଘରେ ପହଞ୍ଚତ୍ଥିଲେ। ଗୋପାଳଙ୍କ କହିବା ଅନୁଯାୟୀ, ଖୋର୍ଦ୍ଧା ନିକଟରେ ଟ୍ରେନରେ ଆସୁଥିବା କେତେଜଣ ବ୍ୟକ୍ତିଙ୍କ ସହିତ ତାଙ୍କର ବାର୍ତ୍ତାଳାପ ହୋଇଥିଲା। ପରେ ସେମାନେ ତାଙ୍କୁ କୋଲ୍‌ଡ ଡ୍ରିଙ୍କ୍‌ସ ପିଇବାକୁ ଦେଇଥିଲେ। ସେ ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇ ଅଟୋରେ ବସି ବସ୍‌ଷ୍ଟାଣ୍ଡ ଯାଉଥିବାବେଳେ ଚେତାଶୂନ୍ୟ ହୋଇଯାଇଥିଲେ। ୧୮ ତାରିଖ ସକାଳେ ଖଣ୍ଡଗିରି ପାହାଡ଼ ଉପରେ ପଡ଼ିଥିବାବେଳେ ତାଙ୍କର ଚେତା ଫେରିଥିଲା। ତାଙ୍କ ପାଖରେ ଥିବା ୫ହଜାର ଟଙ୍କା ଏବଂ ବ୍ୟାଗ୍‌କୁ ଲୁଟେରାମାନେ ନେଇ ଯାଇଥିଲେ।
ଏଭଳି ବହୁ ଘଟଣା ଘଟୁଥିଲେ ମଧ୍ୟ ଏ ନେଇ ଅଭିଯୋଗ ହେଉନାହିଁ। କେତେକ ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ଫଳରେ ଲୁଟେରାମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?