ମାଡ଼ି ଆସୁଛି ପାଣି ସଙ୍କଟ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଭୟଙ୍କର ବିପଦର ଆଭାସ ଦେଲାଣି। ପାଣିମୁନ୍ଦେ ପାଇଁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହେବା ନେଇ ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି। ନଦୀ, ହ୍ରଦ ଜଳସ୍ତର ହ୍ରାସ ପାଉଥିବାବେଳେ ଭୂତଳ ଜଳ ମଧ୍ୟ ଶୁଖିବାରେ ଲାଗିଛି। ୨୦୫୦ ବେଳକୁ ଶିଳ୍ପ, ଚାଷବାସ, ପାନୀୟ ପାଇଁ ମହାସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଥିବା ଏକ ଆକଳନରୁ ଜଣାପଡ଼ିଛି। ପର୍ଯ୍ୟାପ୍ତ ବର୍ଷା ନ ହେବା ସାଙ୍ଗକୁ ପୁରାତନ ଗାଡ଼ିଆ ଓ ପୋଖରୀ ପୋତି ହୋଇଯିବା ଯୋଗୁ ଭୂତଳ ଜଳସ୍ତର ତଳକୁ ତଳ ଖସି ଚାଲିଛି। ରାଜ୍ୟର ଉଭୟ ସହର ଓ ଗ୍ରାମାଞ୍ଚଳରେ ପାଣି କଷ୍ଟ ଯେ ଉତ୍କଟ ହେଲାଣି ଏକଥା ଆଉ ଅଛପା ନାହିଁ। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୭ରେ ରାଜ୍ୟର ୩୧୪ଟି ବ୍ଲକରେ ଭୂତଳ ଜଳର ସ୍ଥିତି ପରଖା ଯାଇଥିଲା। ସେଥିରୁ ୪୯ଟି ବ୍ଲକରେ ଭୂଗର୍ଭସ୍ଥ ଜଳ ଅତି ମାତ୍ରାରେ ତଳକୁ ତଳ ଦ୍ରୁତ ଗତିରେ ଖସି ଖସି ଚାଲିଛି। ଭୂତଳ ଜଳ ଆକଳନ ଅନୁଯାୟୀ ରାଜ୍ୟର ୫ଟି ବ୍ଲକ ବାଲେଶ୍ୱର ଜିଲାର ବାହାନଗା ଓ ବାଲିଆପାଳ, ଯାଜପୁର ଜିଲାର କୋରେଇ, କେନ୍ଦ୍ରାପଡ଼ା ଜିଲାର ଗରଦପୁର ଏବଂ ଖୋର୍ଦ୍ଧା ଜିଲାର ବୋଲଗଡ଼ ବ୍ଲକରେ ଭୂତଳ ଜଳ ସଙ୍ଗିନ ଅବସ୍ଥାକୁ ଆସି ଗଲାଣି। ଏସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦ ଭାଗ ବ୍ୟବହାର ହେଉଛି। ସେହିପରି ୪୪ଟି ବ୍ଲକରେ ମଧ୍ୟ ଭୂଗର୍ଭ ଜଳ ବିପଦ ମୁହାଁ ହୋଇଛି। ଏହି ବ୍ଲକଗୁଡ଼ିକରେ ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ୬୦ରୁ ୭୦ ଭାଗ ଜଳ ବ୍ୟବହାର କରୁଛନ୍ତି। କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳଗୁଡ଼ିକୁ ମଧ୍ୟ ପିଇବା ପାଣିର ସଙ୍କଟ ମାଡ଼ି ଆସୁଛି। ୨୭ଟି ସହରାଞ୍ଚଳରେ ଭୂଗର୍ଭସ୍ଥ ଜଳ ଦ୍ରୁତ ବେଗରେ ହ୍ରାସ ପାଇ ଚାଲିଛି। ସେହି ସହରଗୁଡିକ ହେଲା କଟକ, ଭୁବନେଶ୍ୱର, ଅନୁଗୋଳ, ତାଳଚେର, ବରଗଡ଼, ପଦମପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡ଼ା, ଖୋର୍ଦ୍ଧା, ବାରିପଦା, ନବରଙ୍ଗପୁର, ନୟାଗଡ଼, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯୧ରେ ବାର୍ଷିକ ମୁଣ୍ଡପିଛା ଜଳ ରାଜ୍ୟରେ ୩୮୦୨.୮୪ ଘନ ମିଲିଲିଟର ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୩୩୫୯.୧୭, ୨୦୧୧ରେ ୨୮୬୮.୩୫ ଏବଂ ୨୦୧୯ରେ ଏହା ୨୫୭୮.୦୯ ଘନ ମିଲିଲିଟରକୁ ଖସି ଆସିଛି। ୨୦୩୦ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବ। ସେତେବେଳକୁ ରାଜ୍ୟରେ ମୁଣ୍ଡପିଛା ଜଳ ୨୩୨୯.୮୮ ଘନ ମିଲିଲିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ ମହାନଦୀ ସମେତ ୧୧ଟି ବୃହତ୍‌ ନଦୀରେ ୯୫,୫୪୦ ନିୟୁତ କ୍ୟୁବିକ ମିଟର ଜଳ ଧାରଣ କ୍ଷମତା ଥିବାବେଳେ ସେଥିରୁ ୪୪,୪୫୦.୩୫ ନିୟୁତ କ୍ୟୁବିକ ମିଟର ଜଳ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ପ୍ରାୟ ଅଧା ଅର୍ଥାତ ୫୧,୦୮୯.୬୫ ନିୟୁତ କ୍ୟୁବିକ ମିଟର ଜଳ ସମୁଦ୍ରକୁ ଚାଲି ଯାଉଛି। ତେବେ ୨୦୫୦ ବେଳକୁ ପରିସ୍ଥିତି ଆହୁରି ଚିନ୍ତାଜନକ ହେବ। ଉକ୍ତ ନଦୀଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇଯିବା ନେଇ ଆକଳନ କରାଯାଇଛି। ଏସବୁ ନଦୀରେ ୮୫,୮୯୧ ନିୟୁତ କ୍ୟୁବିକ ମିଟର ପ୍ରବାହିତ ହେବ। ସେଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୮୧,୧୦୯ ନିୟୁତ କ୍ୟୁବିକ ମିଟର ବିନିଯୋଗ କରାଯିବ ବୋଲି ଆକଳନ କରାଯାଇଛି। ୨୦୫୦ ବେଳକୁ ଉଭୟ ଭୂପୃଷ୍ଠ ଓ ଭୂଗର୍ଭସ୍ଥ ଜଳ ୧୪୧ ବିଲିୟନ କ୍ୟୁବିକ ମିଟର(ବିସିଏମ)ରୁ ୧୨୯ ବିସିଏମକୁ ଖସିଯିବା ନେଇ ଅନୁମାନ କରାଯାଇଛି।
ଜଳ ସଙ୍କଟ ଦୂର କରିବାକୁ କୌଣସି ଦୀର୍ଘକାଳୀନ ଯୋଜନା କରାଯାଉ ନ ଥିବାରୁ ଏହି ସଙ୍କଟ ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କଲେଣି। ଭୂତଳ ଜଳ ଖସୁଥିବାରୁ ରାଜ୍ୟ ସରକାର ସରକାରୀ ଓ ବେସରକାରୀ କୋଠା ଛାତ ଉପରେ ବର୍ଷା ଜଳ ଅମଳ କରିବା ସହିତ ପ୍ରାୟ ୩,୩୦୦ ଅଚଳ କୂପର ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ୁଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri