ମାଟ୍ରିକ୍‌ ପରୀକ୍ଷାରୁ ଦଳିତ ଛାତ୍ର ବଞ୍ଚିତ ହେବା ମାମଲା: ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଆଡମିଟ୍‌ କାର୍ଡ ନ ପାଇବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ୨୦୧୫ ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ଅନୁଗୋଳ ଜିଲା ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଦଳିତ ଛାତ୍ର। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍‌ଆରସି) ଉକ୍ତ ଛାତ୍ରଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରାଶି ଦୁଇ ମାସ ମଧ୍ୟରେ ଦେବାକୁ କୁହାଯାଇଛି। କ୍ଷତିପୂରଣ ଅର୍ଥ ପାଲଲହଡ଼ା ମହତାବ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କଠାରୁ ଆଦାୟ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଜଣକ ମେସ୍‌ ଅର୍ଥ ବାକି ରଖିବା କାରଣରୁ ତାଙ୍କୁ ପ୍ରଧାନଶିକ୍ଷକ ଆଡମିଟ୍‌ କାର୍ଡ ଦେଇ ନ ଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ବିଜୟ କୁମାର ପଣ୍ଡା ୨୦୧୫ ଫେବୃୟାରୀ ୨୮ରେ ଓଏଚ୍‌ଆରସିରେ ଅଭିଯୋଗ କରିଥିଲେ। ମେସ୍‌ ଫି ୫ ହଜାର ୩ଶହ ଟଙ୍କା ଥିବାବେଳେ ଛାତ୍ରଜଣକ ୩ହଜାର ଟଙ୍କା ପୈଠ କରିଥିଲେ। ଅର୍ଥାଭାବରୁ ସେ ବଳକା ଟଙ୍କା ଦେଇପାରି ନ ଥିଲେ। ଏନେଇ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ମଗାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଥିଲେ। ଛାତ୍ରଜଣକ ଆଡମିଟ୍‌ କାର୍ଡ ନେବାକୁ ଆସିଲେ ନାହିଁ ବୋଲି ସଫେଇ ଦେଇଥିଲେ। ଏହାକୁ ନେଇ କମିଶନ ପ୍ରଶ୍ନ କରିଥିଲେ ଯେ, ଛାତ୍ରଜଣକ ଯଦି ପରୀକ୍ଷା ଦେବାକୁ ଚାହୁଁ ନ ଥିଲେ ତେବେ ସେ କାହିଁକି ଆଡମିଟ୍‌ କାର୍ଡ ଦିଆଯିବା ପୂର୍ବଦିନ ସ୍କୁଲକୁ ଆସି ମେସ୍‌ ଫି ବାବଦ ଟଙ୍କା ପୈଠ କରିଥିଲେ। ଏପରି କି ତା’ ପରଦିନ ଛାତ୍ରଙ୍କ ମା’ କାହିଁକି ପ୍ରଧାନଶିକ୍ଷକଙ୍କୁ ଫୋନ୍‌ କରିଥିଲେ ବୋଲି କମିଶନ ପ୍ରଶ୍ନ କରି ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ତେବେ ଛାତ୍ରଙ୍କ ବାପା ଜଣେ ଦିନ ମଜୁରିଆ। ତାଙ୍କର ୪ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅର୍ଥର ଅଭାବ ରହିଥିଲା। ତାଙ୍କର ଗୋଟିଏ ଝିଅ ଯୁକ୍ତ୨ରେ ପଢ଼ୁଥିଲେ। ତେଣୁ ପୁଅକୁ ପାଠ ପଢାଇବାକୁ ସେ ଚାହୁଁ ନ ଥିଲେ। ଫଳରେ ପୁଅକୁ ଆଡମିଟ୍‌ କାର୍ଡ ନ ଆଣିବାକୁ କହିଥିଲେ ବୋଲି ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀ ଉତ୍ତର ଦେଇଥିଲେ। ଏହାକୁ ନେଇ କମିଶନ ସନ୍ଦେହ କରିଥିଲେ। ଏଥିରେ ପ୍ରଧାନଶିକ୍ଷକଙ୍କ ଭୁଲ ରହିଥିବା କମିଶନ ସଦସ୍ୟ ବିଚାରପତି ରଘୁବୀର ଦାସ ହୃଦ୍‌ବୋଧ କରିଥିଲେ। ଛାତ୍ରଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri