ମାଟିରେ ମିଶିବ ଟାଗୋରଙ୍କ ପାଥେରପୁରୀ: ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଆପତ୍ତି ଉଠାଇଲେ ବୁଦ୍ଧିଜୀବୀ

ପୁରୀ ଅଫିସ, ୨୯ା୧୨: ପୁରୀ ଚକ୍ରତୀର୍ଥ ରୋଡରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଐତିହାସିକ ପାଥେରପୁରୀ। କୁହାଯାଏ ଏହି ସ୍ଥାନରେ ରହି ଟାଗୋର ‘ଗୀତାଞ୍ଜଳି’ ରଚନା କରିଥିଲେ। ଏହି ଐତିହାସିକ ସ୍ଥଳ ଏବେ ମାଟିରେ ମିଶିବାକୁ ଯାଉଛି। ପୌର ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ. ଶଙ୍କର୍ଷଣ ଦାଶ କହିଛନ୍ତି, ପାଥେରପୁରୀ କୋଠା ବିପଦସଙ୍କୁଳ ରହିଥିବାରୁ ଏହାକୁ ଉଚ୍ଛେଦ ଲାଗି ପୌର ପ୍ରଶାସନ ପକ୍ଷରୁ ଚିଠି ଆସିଥିଲା। ତେବେ ଏଠାରେ ରବୀନ୍ଦ୍ରନାଥଙ୍କ ସ୍ମୃତି ଜଡ଼ିିତ ରହିଥିବାରୁ ଏହି ସ୍ଥାନରେ ଅତ୍ୟାଧୁନିକ କୋଠା, ଟାଗୋରଙ୍କ ଐତିହାସିକ ସଂଗ୍ରହାଳୟ ଏବଂ ପାଠାଗାର ନିର୍ମାଣ ଲାଗି ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇ ଅନୁରୋଧ କରାଯାଇଥିଲା। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଏହି କୋଠା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାକୁ ଉଚ୍ଛେଦ ଲାଗି ପୌର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ ପାଥେରପୁରୀରେ ଟାଗୋରଙ୍କ ବହୁ ସ୍ମୃତି ଚିହ୍ନ ରହିଛି। ସେ ବ୍ୟବହାର କରୁଥିବା ବହୁ ପ୍ରାଚୀନ ସାମଗ୍ରୀ, ନଥିପତ୍ର ଆଜି ବି ସେଠାରେ ରହିଛି। କେତେକ ନଥିପତ୍ର ଉଇ ଖାଇଗଲାଣି, ଆଉ କିଛି ସଂରକ୍ଷିତ ରହିଛି। ପରବର୍ତ୍ତୀ ସମୟରେ ଏହି ସ୍ଥାନରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ଜୁନିୟର କଲେଜର ହଷ୍ଟେଲ ଚାଲିଥିଲା। ଗତ ଫନୀ ବାତ୍ୟାରେ ଏହି କୋଠାର ଆଜବେଷ୍ଟସ ଛାତ ଉଡ଼ିିଯିବା ସହ ବ୍ୟାପକ କ୍ଷତି ଘଟିଥିଲା। ତା’ ପରଠାରୁ ଏଠାରେ ଛାତ୍ରାବାସ ବନ୍ଦ ରହିଛି। ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। କଲେଜ ଅଧୀନରେ ରହିଥିବା ଏହି ହଷ୍ଟେଲ କୋଠା ଉଚ୍ଛେଦ ନିଷ୍ପତ୍ତି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପାଥେରପୁରୀର ପୁନରୁଦ୍ଧାର ପରିବର୍ତ୍ତେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବୁଦ୍ଧିଜୀବୀ ଏବଂ ପୂର୍ବତନ ଛାତ୍ରୀଛାତ୍ରମାନେ ଆପତ୍ତି ଉଠାଇଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ପାଥରପୁରୀ ସହିତ ଟାଗୋରଙ୍କ ସ୍ମୃତିଚିହ୍ନ ଜଡ଼ିିତ ରହିଛି। ଏହି ଐତିହ୍ୟ କୀର୍ତ୍ତିରାଜିର କିପରି ସଂରକ୍ଷଣ କରାଯାଇପାରିବ, ସେଥପ୍ରତି ପ୍ରଶାସନ ଏବଂ ସରକାର ଗୁରୁତ୍ୱ ଦେବା ଉଚିତ। ସେହିପରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଶ୍ରୀକ୍ଷେତ୍ରର ବିକାଶ ଆଳରେ ପ୍ରଶାସନ ଐତିହ୍ୟର ବିନାଶ କରିବା ଉଚିତ ନୁହେଁ। ଏହି ସ୍ଥାନର ଐତିହ୍ୟ କିପରି ବଜାୟ ରହିବ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲେ ଏହାର ଗାରିମା ବୃଦ୍ଧି ପାଇବ। ସାମାଜିକ କର୍ମୀ ବ୍ରଜବନ୍ଧୁ ମହାରଣା କହିଛନ୍ତି, କଲେଜ ଅଧୀନରେ ପାଥେରପୁରୀ ରହିଛି। ସରକାର ଏହି ସ୍ଥାନର ବିକାଶ ପ୍ରତି ଗୁରୁତ୍ୱ ଦେବା ଉଚିତ। ଏଠାରେ ଟାଗୋରଙ୍କ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ସହ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଗଲେ ଶ୍ରୀକ୍ଷେତ୍ରର ଗୌରବ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri