ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବିଶାଳପାଲି ଗ୍ରାମର ସୁରେଶ ବୁଡା (୪୦) ।
ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯ଟା ସମୟରେ ସୁରେଶ ଓ ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହିତ ନିକଟସ୍ଥ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ଅନ୍ୟ ଯୁବକ ଜଣକ ନିଜ ଇଟା ଭାଟିରୁ ଆସୁଛି କହି ଚାଲିଯାଇଥିବା ବେଳେ ସୁରେଶ ଜାଲ ଧରି ପୋଖରୀ ଭିତରକୁ ଯାଇଥିଲେ। କିଛି ସମୟ ପରେ ଇଟାଭାଟିରୁ ଯୁବକ ଜଣକ ଆସି ସୁରେଶଙ୍କୁ ଦେଖି ପାରି ନ ଥିଲେ। ପୋଖରୀ ହୁଡାରେ ତାଙ୍କ ଗାମୁଛା ଓ ଚପଲ ଦେଖି ସନ୍ଦେହ ହେବାରୁ ଯୁବକ ଜଣକ ପୋଖରୀକୁ ଯାଇ ଖୋଜିଥିଲେ। ପରେ ସୁରେଶଙ୍କୁ ପାଣିିରୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁବଳୟା ପୋଲିସ ଘଟଣାସ୍ଥଳକୁ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩/୨୦) ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଥାନାଧିକାରୀ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୁପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୁପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି…

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri