ମାଛ ଚାଷ ଦେଇଛି ପରିଚୟ

ବାରିପଦା ଅଫିସ,୩୦ା୫- ବର୍ତ୍ତମାନ ସମୟରେ ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ସେହିଭଳି ଅନେକ ସ୍ଥାନରେ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇ ନ ପାରି ନିରାଶ ହୋଇ ଘରେ ବସି ରହୁଛନ୍ତି। ହେଲେ ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ରଜାବସା ପଞ୍ଚାୟତ କୁକୁଡ଼ାଯୋଡ଼ି ଗ୍ରାମର ଯୁବକ ପ୍ରଫୁଲ୍ଲ ଟିପିରଆ ଜୈବିକ ପ୍ରଣାଳୀରେ ମାଛ ଚାଷ କରି ଅଞ୍ଚଳରେ ପରିଚିତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ପ୍ରାଥମିକସ୍ତରରେ ସେ ଗୋଟିଏ ଟାଙ୍କିରେ ଏହି ଚାଷ ଆରମ୍ଭ କରିଛନ୍ତି। ୩ ମାସ ତଳେ ଏହି ଟାଙ୍କିରେ ମାଛ ଚାଷ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ହଜାର ଟଙ୍କାର ମାଛ ବିକ୍ରି କରିସାରିଲେଣି। ଆଗକୁ ଆହୁରି କିଛି ଟଙ୍କାର ମାଛ ବିକ୍ରି ହେବ ବୋଲି କହିଛନ୍ତି। ସେହିଭଳି ଅଧିକ ଟାଙ୍କି କରି ଏହି ଚାଷ ବଢ଼ାଇବେ ବୋଲି ପ୍ରକାଶ କରଛନ୍ତି। ଯୁକ୍ତ ୨ ପଢା ପରେ ପ୍ରଫୁଲ୍ଲ ବ୍ୟବସାୟ କରିବା ପାଇଁ ଚିନ୍ତା କରିଥିଲେ। ପ୍ରଥମେ କୁକୁଡ଼ା ଫାର୍ମ କରିଥିଲେ। ତେବେ ଜୈବିକ ପ୍ରଣାଳୀରେ ମାଛଚାଷ ହେଉଥିବା ଜାଣି ସେ ବାରିପଦାସ୍ଥିତ ୟୁ କ୍ୟାନ ଫାର୍ମର ସହାୟତାରେ ନିଜେ ମାଛ ଚାଷ କରିଥିଲେ। ସେ କୁହନ୍ତି, ପ୍ରଥମେ ଟାଙ୍କି ପାଇଁ ୨୫ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରେ ୧୦୦୦ଟି ଦେଶୀ କଉ ଯାଆଁଳଙ୍କୁ ୩ ଟଙ୍କା ଲେଖାଏ ୩ ହଜାର ଟଙ୍କା ଦେଇ କିଣିଥିଲେ। ୩ ମାସରେ ପ୍ରାୟ ୨ ହଜାର ଟଙ୍କାର ଦାନା ଖାଇବାକୁ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଗୋଟାକ ମାଛ ୨୫୦ରୁ ୩୦୦ ଗ୍ରାମ୍‌ ହୋଇଥିବା ବେଳେ ସେ ୩୦ହଜାର ଟଙ୍କାର ମାଛ ବିକ୍ରିକରି ସାରିଲେଣି। ଏପରି କି ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକେ ଯାଇ ତାଙ୍କ ମାଛ ଚାଷ ପ୍ରଣାଳୀ ଦେଖିବା ସହିତ କିଣି ନେଉଥିବା ମଧ୍ୟ କହିଛନ୍ତି ପ୍ରଫୁଲ୍ଲ। ଏହି ଟାଙ୍କିରେ ୧୦ ହଜାର ଲିଟର ପାଣି ରହୁଥିବା ବେଳେ ପ୍ରଥମ କରି ଚାଷ କରୁଥିବାରୁ ସେ ୧୦୦୦ଟି ମାଛ ଯାଆଁଳ ଛାଡ଼ିଥିଲେ। ଟାଙ୍କିରେ ଜଣେ ଚାହିଁଲେ ୫୦୦୦ରୁ ୧୦ହଜାର ଯାଆଁଳ ଛାଡ଼ିପାରିବେ। ଅତି କମ୍‌ରେ ୩ଟି ଟାଙ୍କି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଛନ୍ତି। ସେହିଭଳି ଦିନକୁ ୨ ଥର ମାଛଙ୍କୁ ଦାନା ଦେବା ସହିତ ପ୍ରତି ସପ୍ତାହରେ ଚେକିଂ କରି ପାଣି ବଦଳାଇ ଦିଆଯାଉଥିବା ସେ କହିଛନ୍ତି। ଆଗାମୀ ଦିନରେ ସେ ଚିଙ୍ଗୁଡ଼ି ଚାଷ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯୁବକମାନେ ଚାକିରି ପଛରେ ଗୋଡ଼ାଇ ହତାଶ ହେଉଥିବା ବେଳେ ଜୈବିକ ପ୍ରଣାଳୀରେ ଚାଷ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri