ବଡ଼ସାହି,୧।୯(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧୀନ ଜାରକାଣୀ ପଞ୍ଚାୟତ କଦମଡିହୀ ଗ୍ରାମରେ ଆର୍ଥିକ ଅନଟନର ଶିକାର ହେଉଥିବା ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁରେ ୫ ଜଣ ଶିଶୁ ଅନାଥ ଓ ଅସହାୟ ହୋଇପଡିଛନ୍ତି । ଘରେ ଖାଇବାକୁ ଦାନା କି ସମ୍ବଳ ନ ଥିବାରୁ ସେମାନେ ମା’ଙ୍କ ଶୁଦ୍ଧିକ୍ରିୟା କିପରି କରିବେ ଚିନ୍ତାରେ ପଡିଛନ୍ତି। ଏହି ୫ ପିଲାଙ୍କ ମଧ୍ୟରେ ୪ ଭଉଣୀ ଓ ଜଣେ ଭାଇ । ସେମାନଙ୍କ ବୟସ ୪ରୁ ୧୫ ବର୍ଷ ମଧ୍ୟରେ ।
ଜାରକାଣୀ ପଞ୍ଚାୟତ ୪ନଂ ୱାର୍ଡ କଦମଡିହୀ ଗ୍ରାମରେ ଏକ ଚାଳଛପର ଘରେ ବୁଧୁନୀ ମାଝି(୪୫) ନାମ୍ନୀ ଏହି ମହିଳା ୫ ପିଲାଙ୍କୁ ନେଇ ରହୁଥିଲେ। ୩ବର୍ଷ ପୂର୍ବେ ଅଜଣା ରୋଗରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ସେ ଅସହାୟ ହୋଇପଡିଥିଲେ। ଟଙ୍କିକିଆ ଚାଉଳ ଥିଲା ତାଙ୍କ ସାହାରା। ବିଧବା ଭତ୍ତା ଓ ଆବାସ ଯୋଜନା ଭଳି ଅନ୍ୟ କିଛି ସରକାରୀ ସହାୟତା ତାଙ୍କୁ ମିଳି ନ ଥିଲା। ତାଙ୍କର ୭ ସନ୍ତାନଙ୍କ ମଧ୍ୟରୁ ବଡ ୨ଝିଅଙ୍କ ବାହାଘର କରି ଦେଇଥିଲେ। ଅନ୍ୟ ୪ଝିଅ ଓ ଜଣେ ପୁଅକୁ ପାଠ ପଢାଇ ମଣିଷ କରିବା ଲାଗି ସେ ଦିନମଜୁରି ଲାଗି ପରିବାର ଚଳାଉଥିଲେ ା ଝିଅ ଗୋଲାପି(୧୫) ମୁଚିଆସାହି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ବିଶ୍ୱନାଥ(୧୪)୮ମ ଶ୍ରେଣୀରୁ ପାଠପଢା ଛାଡିଛନ୍ତି। ଝିଅ ଯବା(୧୨)ବୀରେଶ୍ୱରପୁର ଆଶ୍ରମ ସ୍କୁଲରେ ରହି ୮ମ ଶ୍ରେଣୀରେ ଏବଂ ଝିଅ ଶିକ୍ଷା(୮) ଗ୍ରାମ ସରକାରୀ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଛନ୍ତି। ସବା ସାନ ଝିଅ ଦୀପା(୪) ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛନ୍ତିି ା ୩ବର୍ଷ ପୂର୍ବେ ଅଜଣା ରୋଗରେ ସ୍ବାମୀ ସମଲ ମାଝିଙ୍କ ମୃତ୍ୟ ହେବା ପରେ ୬ପ୍ରାଣୀ କୁଟୁମ୍ବଙ୍କ ପାଇଁ ବୁଧୁନୀ ଦିନରାତି ଏକ କରି ଦିନ ମଜୁରିଆ ଭାବେ କାମ କରିଆସୁଥିଲେ ା ତେବେ ପିଲାମାନଙ୍କ ପାଠପଢାର ବୋଝ ସହିତ ଦୁଇଓଳି ଖାଇବା ଲାଗି ଖାଦ୍ୟ ଯୋଗାଡ କରିବା ତାଙ୍କ ଲାଗି କଷ୍ଟକର ହୋଇପଡିଥିଲା ା ସାହିପଡିଶାଙ୍କ ହାତଟେକା ଖାଦ୍ୟ ପିଲାଙ୍କ ପାଇଁ ଜରୁରୀ ହୋଇପଡିଥିଲା ା ଏଭଳି ଅସହାୟ ପରିସ୍ଥିତିକୁ ସାମ୍ନା କରି ନ ପାରି ଗତ ବୁଧବାର ରାତିରେ ବୁଧୁନୀ ବିଷପିଇ ଦେଇଥିଲେ ା ପିଲାମାନେ ମା’ଙ୍କ ଅବସ୍ଥା ଦେଖି ସାହିପଡିଶାଙ୍କୁ ଜଣାଇବା ପରେ ତାଙ୍କୁ ବାରିପଦା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ା ମା’ଙ୍କ ମୃତ୍ୟ ପରେଏହି ୫ଶିଶୁ ଏବେ ଅନାଥ ହୋଇପଡିଛନ୍ତି ା ସମାଜସେବୀ କେଶବ ଚନ୍ଦ୍ର ସାହୁ, ସମିତିସଭ୍ୟ ଶିବନାଥ ସିଂ, ଶ୍ୟାମ ମାଝି ପ୍ରମୁଖ ଶୋକାକୁଳ ପରିବାର ନିକଟରେ ପହଞ୍ଚିି ସାହିପଡିଶାଙ୍କ ସହାୟତାରେ ଶବ ସକତ୍ାର କରିଛନ୍ତି । ଏଭଳି ଅବସ୍ଥାରେ ଶୁଦ୍ଧିକ୍ରିୟା କରିବା ପାଇଁ ରେଡକ୍ରସ ସମେତ ଅନ୍ୟ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା ଏ ସମ୍ପର୍କରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ଖୁବଶୀଘ୍ର ଅନାଥ ଶିଶୁମାନଙ୍କୁ ଥଇଥାନ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍ ରଖି…
ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…
ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ
ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…
ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…
ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…
ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର
ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…
ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…
ସ୍କୁଟିକୁ ପିଟିଲା କାର: ୭ ଗୁରୁତର
ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…
ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ
ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…
Archives

