ବଡ଼ସାହି,୧।୯(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧୀନ ଜାରକାଣୀ ପଞ୍ଚାୟତ କଦମଡିହୀ ଗ୍ରାମରେ ଆର୍ଥିକ ଅନଟନର ଶିକାର ହେଉଥିବା ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁରେ ୫ ଜଣ ଶିଶୁ ଅନାଥ ଓ ଅସହାୟ ହୋଇପଡିଛନ୍ତି । ଘରେ ଖାଇବାକୁ ଦାନା କି ସମ୍ବଳ ନ ଥିବାରୁ ସେମାନେ ମା’ଙ୍କ ଶୁଦ୍ଧିକ୍ରିୟା କିପରି କରିବେ ଚିନ୍ତାରେ ପଡିଛନ୍ତି। ଏହି ୫ ପିଲାଙ୍କ ମଧ୍ୟରେ ୪ ଭଉଣୀ ଓ ଜଣେ ଭାଇ । ସେମାନଙ୍କ ବୟସ ୪ରୁ ୧୫ ବର୍ଷ ମଧ୍ୟରେ ।
ଜାରକାଣୀ ପଞ୍ଚାୟତ ୪ନଂ ୱାର୍ଡ କଦମଡିହୀ ଗ୍ରାମରେ ଏକ ଚାଳଛପର ଘରେ ବୁଧୁନୀ ମାଝି(୪୫) ନାମ୍ନୀ ଏହି ମହିଳା ୫ ପିଲାଙ୍କୁ ନେଇ ରହୁଥିଲେ। ୩ବର୍ଷ ପୂର୍ବେ ଅଜଣା ରୋଗରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ସେ ଅସହାୟ ହୋଇପଡିଥିଲେ। ଟଙ୍କିକିଆ ଚାଉଳ ଥିଲା ତାଙ୍କ ସାହାରା। ବିଧବା ଭତ୍ତା ଓ ଆବାସ ଯୋଜନା ଭଳି ଅନ୍ୟ କିଛି ସରକାରୀ ସହାୟତା ତାଙ୍କୁ ମିଳି ନ ଥିଲା। ତାଙ୍କର ୭ ସନ୍ତାନଙ୍କ ମଧ୍ୟରୁ ବଡ ୨ଝିଅଙ୍କ ବାହାଘର କରି ଦେଇଥିଲେ। ଅନ୍ୟ ୪ଝିଅ ଓ ଜଣେ ପୁଅକୁ ପାଠ ପଢାଇ ମଣିଷ କରିବା ଲାଗି ସେ ଦିନମଜୁରି ଲାଗି ପରିବାର ଚଳାଉଥିଲେ ା ଝିଅ ଗୋଲାପି(୧୫) ମୁଚିଆସାହି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ବିଶ୍ୱନାଥ(୧୪)୮ମ ଶ୍ରେଣୀରୁ ପାଠପଢା ଛାଡିଛନ୍ତି। ଝିଅ ଯବା(୧୨)ବୀରେଶ୍ୱରପୁର ଆଶ୍ରମ ସ୍କୁଲରେ ରହି ୮ମ ଶ୍ରେଣୀରେ ଏବଂ ଝିଅ ଶିକ୍ଷା(୮) ଗ୍ରାମ ସରକାରୀ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଛନ୍ତି। ସବା ସାନ ଝିଅ ଦୀପା(୪) ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛନ୍ତିି ା ୩ବର୍ଷ ପୂର୍ବେ ଅଜଣା ରୋଗରେ ସ୍ବାମୀ ସମଲ ମାଝିଙ୍କ ମୃତ୍ୟ ହେବା ପରେ ୬ପ୍ରାଣୀ କୁଟୁମ୍ବଙ୍କ ପାଇଁ ବୁଧୁନୀ ଦିନରାତି ଏକ କରି ଦିନ ମଜୁରିଆ ଭାବେ କାମ କରିଆସୁଥିଲେ ା ତେବେ ପିଲାମାନଙ୍କ ପାଠପଢାର ବୋଝ ସହିତ ଦୁଇଓଳି ଖାଇବା ଲାଗି ଖାଦ୍ୟ ଯୋଗାଡ କରିବା ତାଙ୍କ ଲାଗି କଷ୍ଟକର ହୋଇପଡିଥିଲା ା ସାହିପଡିଶାଙ୍କ ହାତଟେକା ଖାଦ୍ୟ ପିଲାଙ୍କ ପାଇଁ ଜରୁରୀ ହୋଇପଡିଥିଲା ା ଏଭଳି ଅସହାୟ ପରିସ୍ଥିତିକୁ ସାମ୍ନା କରି ନ ପାରି ଗତ ବୁଧବାର ରାତିରେ ବୁଧୁନୀ ବିଷପିଇ ଦେଇଥିଲେ ା ପିଲାମାନେ ମା’ଙ୍କ ଅବସ୍ଥା ଦେଖି ସାହିପଡିଶାଙ୍କୁ ଜଣାଇବା ପରେ ତାଙ୍କୁ ବାରିପଦା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ା ମା’ଙ୍କ ମୃତ୍ୟ ପରେଏହି ୫ଶିଶୁ ଏବେ ଅନାଥ ହୋଇପଡିଛନ୍ତି ା ସମାଜସେବୀ କେଶବ ଚନ୍ଦ୍ର ସାହୁ, ସମିତିସଭ୍ୟ ଶିବନାଥ ସିଂ, ଶ୍ୟାମ ମାଝି ପ୍ରମୁଖ ଶୋକାକୁଳ ପରିବାର ନିକଟରେ ପହଞ୍ଚିି ସାହିପଡିଶାଙ୍କ ସହାୟତାରେ ଶବ ସକତ୍ାର କରିଛନ୍ତି । ଏଭଳି ଅବସ୍ଥାରେ ଶୁଦ୍ଧିକ୍ରିୟା କରିବା ପାଇଁ ରେଡକ୍ରସ ସମେତ ଅନ୍ୟ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା ଏ ସମ୍ପର୍କରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ଖୁବଶୀଘ୍ର ଅନାଥ ଶିଶୁମାନଙ୍କୁ ଥଇଥାନ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା
ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...
ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି
ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...
ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…
ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...
ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ
ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...
ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…
ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...
ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …
ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...
Archives


