ବ୍ରହ୍ମପୁର ଅଫିସ,୩ା୧୨-ସୋମବାରରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ପାଳନ କରାଯାଉଛି । ପୂର୍ବରୁ ସପ୍ତାହ ପାଳନ ବେଳେ ବ୍ୟାପକ ହିଂସା ହୋଇଥାଏ। ସରକାରୀ ଗାଡ଼ିଗୁଡ଼ିକକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଯାଇଛି ଓଡ଼ିଶା ରାଜ୍ୟ ପରିବହନ ନିଗମ। ୪ ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ବ୍ରହ୍ମପୁରରୁ ଭାୟା ଗୁମୁଡ଼ା ହୋଇ ଯାଉଥିବା ବସ୍ଗୁଡ଼ିକ ବନ୍ଦ ରହିଛି। ବିଶେଷକରି ବ୍ରହ୍ମପୁରରୁ ବାଲିମେଳା, ରାୟଗଡ଼ା ଏବଂ ଉମରକୋଟ ବସ୍ ଉଭୟ ପଟରୁ ଚଳାଚଳ ବନ୍ଦ କରି ଦିଆଯାଇଛି। ସେହିଭଳି ଭଞ୍ଜନଗରରୁ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ଭଞ୍ଜନଗରରୁ ସୁନାବେଡ଼ା, ମାଲ୍କାନଗିରି ଏବଂ ଇନ୍ଦ୍ରାବତୀକୁ ବସ୍ ଚଳାଚଳ ବନ୍ଦକରି ଦିଆଯାଇଛି। ଅନ୍ୟପଟେ ଭୁବନେଶ୍ୱର ଏବଂ କଟକରୁ ବସ୍ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ୱରରୁ ବ୍ରହ୍ମପୁର ହୋଇ ମୋଟୁ, ମାଲକାନଗିରିକୁ ବସ୍ ଚଳାଚଳ ବନ୍ଦ ରହିଛି। ସେହିଭଳି କଟକରୁ ଚିତ୍ରକୋଣ୍ଡା ଏବଂ ରାୟଗଡ଼ା ମଧ୍ୟ ବସ୍ ଚଳାଚଳ କରୁନି। ତେବେ ଘରୋଇ ବସ୍ଗୁଡ଼ିକ ଚଳାଚଳ କରୁଥିବା ସୂଚନା ମିଳିଛି। ଏ ନେଇ ଜିଲା ପରିବହନ ପରିଚାଳକ (ଡିଟିଏମ୍) ଧୀରେନ କୁମାର ଦାଶ କହିଛନ୍ତି, ମାଓବାଦୀଙ୍କ ପିଏଲଜି ସପ୍ତାହ ପାଳନ ଅବସରରେ ସରକାରୀ ବସ୍ଗୁଡ଼ିକ ଉପରୋକ୍ତ ରୁଟରେ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ପୋଲିସ ତରଫରୁ ଏ ନେଇ ଘରୋଇ ମାଲିକମାନଙ୍କୁ ବସ୍ ଚଳାଚଳ ବନ୍ଦ ନ କରିବା ପାଇଁ ନିବେଦନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସହ ବ୍ୟାପକ ପାଟ୍ରୋଲିଂ ଚାଲିଥିବା ଯୋଗୁ ଭୟଭୀତ ନ ହୋଇ ବସ୍ ଚଳାଚଳ ସ୍ବାଭାବିକ କରିବାକୁ ପୋଲିସ ତରଫରୁ କୁହାଯାଇଛି। ତଥାପି ସରକାରୀ ବସ୍ଗୁଡ଼ିକ ହିଂସା ଭୟରେ ବନ୍ଦ ରହୁଛି। ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ହଇରାଣ ହେବା ଆଶଙ୍କା ଦେଖାଦେଇଛି ।
୨୦୦୦ ରେ ମାଓବାଦୀ ସଂଗଠନଗୁଡ଼ିକ ତରଫରୁ ପିପୁଲ୍ସ ଲିବରେଶନ୍ ଗରିଲା ଆର୍ମି (ପିଏଲ୍ଜିଏ) ସ୍ଥାପନ କରାଯାଇଥିଲା ।
ଏହା ପରଠୁ ବିଭିନ୍ନ ସମୟରେ ମାଓବାଦୀମାନେ ପିଏଲ୍ଜିଏ ସପ୍ତାହ ଡାକରା ଦେଇଥାନ୍ତି। ସପ୍ତାହ ପାଳନ ବେଳେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ମାଓବାଦୀମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରିଦେଇଥାନ୍ତି ।
୨୦୦୯ ଡିସେମ୍ବର ୨୮ରେ ମାଓବାଦୀମାନେ ପିଏଲ୍ଜିଏ ସପ୍ତାହ ପାଳନ ବେଳେ ଗଜପତି ଜିଲା ବିରିକୋଟ ଏବଂ ରାଇପଙ୍କା ନିକଟରେ ୪ ଓଏସ୍ଆର୍ଟିସି ବସ୍କୁ ଅଟକାଇଥିଲେ। ଏହି ବସ୍ଗୁଡ଼ିକ ବ୍ରହ୍ମପୁର-ଜୟପୁର, କଟକ- ଜୟପୁର ଏବଂ ବ୍ରହ୍ମପୁର- ଭବାନୀପାଟଣା ଯାତ୍ରା କରୁଥିଲା। ମାଓବାଦୀମାନେ ବସ୍କୁ ଅଟକାଇ ଯାତ୍ରୀମାନଙ୍କୁ ପଦାକୁ ବାହାର କରି ଦେଇଥିଲେ । ୪ ବସ୍ରେ ଡିଜେଲ୍ ଢ଼ାଳି ନିଅଁା ଲଗାଇ ଦେଇଥିଲେ । ରାତି ତମାମ୍ ଯାତ୍ରୀମାନେ ସେଠାରେ ଅଟକି ରହିଥିଲେ। ଏହା ପରଠୁ ବିଭିନ୍ନ ସମୟରେ ପିଏଲ୍ଜିଏ ସପ୍ତାହ ପାଳନ ବେଳେ ରାସ୍ତା କାଟିବା ସହ ଗଛ ପକାଇ ଦେଇଥାନ୍ତି । ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ମାଓବାଦୀମାନେ ବସ୍ କର୍ମଚାରୀଙ୍କୁ ଅଟକାଇ ଧମକ ଦେଇଥାନ୍ତି । ଫଳରେ ବିଗତ କିଛି ବର୍ଷ ହେଲା ପିଏଲ୍ଜିଏ ସପ୍ତାହ ପାଳନ ବେଳେ ମାଓବାଦୀ ପ୍ରବଣ ଅଞ୍ଚଳକୁ ବସ୍ ନେବାକୁ କର୍ମଚାରୀମାନେ ରାଜି ହୋଇ ନ ଥାନ୍ତି । ଏଣୁ ବସ୍ ଚଳାଚଳ ବନ୍ଦ ରଖାଯାଇଥାଏ ।
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’
ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…
ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍ରେ ତଥ୍ୟ ପ୍ରଦାନ କଲେ ନଗରପାଳ
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…
ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ
ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…
ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
Archives

