ମାଓବାଦୀ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ ପୁଷ୍ପା

ମାଲକାନଗିରି,୨୯ା୭(ଡି.ଏନ.ଏ.)- ଦୀର୍ଘ ୧୧ ବର୍ଷ ଧରି ମାଓବାଦୀ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗିଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ଗତ ବର୍ଷେ ହେଲା ସେ ନିଜେ କ୍ୟାନସର ରୋଗରେ ପିଡିତ ହୋଇ ମଧ୍ୟ ସେବାକାର୍ଯ୍ୟରୁ ଓହରିଯାଇନାହାନ୍ତି। ତାଙ୍କ ସେବା କାର୍ଯ୍ୟ ପାଇଁ ଆଦିବାସୀ ଅଞ୍ଚଳରେ ଲୋକେ ତାଙ୍କୁ ଆଦିବାସୀଙ୍କ ମଦର ଟେରେସା ବୋଲି କହୁଛନ୍ତି। ତାଙ୍କ ନାମ ପୁଷ୍ପା ତିଗା। ପୁଷ୍ପା ବଣ ଜଙ୍ଗଲ ଘେରା ୧୬ କିଲୋମିଟର ଦୂରରେ ଥିବା ଅଞ୍ଚଳକୁ ସାଇକେଲରେ ଯାଆନ୍ତି। ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଅନ୍ତି। ମାଲକାନଗିରି ସୀମାନ୍ତ ସୁକୁମା ଜିଲାର ମାଓବାଦୀ ଉପଦ୍ରୁତ କୁର୍ନା ଅଞ୍ଚଳରେ ସେ ସେବାକରିବା ପାଇଁ ଆଗେଇ ଆସିଛନ୍ତି। ୧୧ ବର୍ଷ ଧରି ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ପୁଷ୍ପା ପେଷାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ। ବର୍ଷେ ହେଲା କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ସେ ପିଡିତ। ତେବେ ଏହା ତାଙ୍କ ମନୋବଳକୁ କମାଇ ଦେଇନି। ରାସ୍ତାଘାଟ ନ ଥିବା,ଯାନବାହନ ଚଳାଚଳ ନଥିବା ଏହି ଅଞ୍ଚଳରେ ସେ ୧୬ କିଲୋମିଟର ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ଯାତାୟାତ କରନ୍ତି। ଏଯାବତ୍‌ ସେ ୫୦ଟି ପ୍ରସୂତିଙ୍କ ଡେଲିଭରି ସଫଳତାର ସହ କରିଛନ୍ତ। ଲୋକଙ୍କ ସେବା ହିଁ ପରମ ଧର୍ମ ବୋଲି ମାନିଥିବା ପୁଷ୍ପା ତିଗା କୁହନ୍ତି ସେ ଡ୍ୟୁଟିରେ ଯୋଗ ଦେବା ବେଳେ ଅଞ୍ଚଳର ପରିସ୍ଥିତି ବହୁତ ଖରାପ ଥିଲା। ଟିକା ଡବା ଧରି ସେ ଚାଲି ଚାଲି ପାହାଡ, ନଦୀ, ନାଳ ପାର ହୋଇ ଲୋକଙ୍କ ନିକଟରେ ପହଞ୍ଚୁଥିଲେ। ଆଜି ଚାଲିବା ବଦଳରେ ସାଇକେଲ ତାଙ୍କ ଯାତ୍ରାପଥର ମାଧ୍ୟମ ସାଜିଛି। ମତେ ଅନ୍ୟତ୍ର ବଦଳି ପାଇଁ ପ୍ରସ୍ତାବ ଦେଇଥିଲେ। ମୁଁ ବଦଳି ପାଇଁ ମନା କରିଦେଇଥିଲି ବୋଲି କହନ୍ତି ପୁଷ୍ପା। ତାଙ୍କ ବଦଳିକୁ ଅଞ୍ଚଳବାସୀ ବିରୋଧ କରିଥିଲେ ବୋଲି କହନ୍ତି ସୁପରଭାଇଜର ସୋହନ କଶ୍ୟପ । ସେ କହିନ୍ତି ପୁଷ୍ପା ଙ୍କ ସେବା ମନୋବୃତ୍ତି ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri