ମାଉସୀ ମା’ ପୋଡ଼ପିଠାକୁ ଅପେକ୍ଷା

ପୁରୀ ଅଫିସ, ୧୦ା୭: ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ଅଭିରୁଚି। ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ। ବର୍ତ୍ତମାନ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଭାଦ୍ରବ ମାସ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଦେବୀ ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ଦେଇ ସାତପୁରୀ ପିଠା କରିବା ପାଇଁ ଆଜ୍ଞା ଦେଇଥାନ୍ତି। ତାଙ୍କ ଆଜ୍ଞାକୁ ପାଳନ କରି ଦେବୀ ଦକ୍ଷିଣକାଳୀ ଅମାବାସ୍ୟା ଦିନ ତିନୋଟି ତାଡ଼ରେ ସାତ ପ୍ରକାର ପୁରଦିଆ ସୁଆଦିଆ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇଥାନ୍ତି। ସେହିପରି ମକର ସଂକ୍ରାନ୍ତି ଦିନ ସ୍ବୟଂ ମହାଲକ୍ଷ୍ମୀ ୮୪ ପ୍ରକାରର ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ମଣୋହି କରାଇଥାନ୍ତି। ଏହାବ୍ୟତୀତ ଠାକୁରଙ୍କ ପାଖରେ ପ୍ରତିଦିନ ବିଭିନ୍ନ ପ୍ରକାର ପିଠା ଭୋଗ ଲାଗିଥାଏ। ଏସବୁ ସତ୍ତ୍ବେ ମାଉସୀ ମା’ଙ୍କଠାରୁ ପୋଡ଼ପିଠା ଖାଇବା ପାଇଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଆଷାଢ ଶୁକ୍ଳ ଦ୍ୱିତୀୟାରେ ନବନିର୍ମିତ ତିନିରଥରେ ଘୋଷଯାତ୍ରାରେ ଆସି ଜନ୍ମବେଦିରେ ୭ଦିନ ରହିବା ପରେ ନବମ ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥାନ୍ତି। ଏପଟେ ମାଉସୀ ମା’ ମଧ୍ୟ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି। ରଥଗୁଡ଼ିକ ମାଉସୀ ମା’ ମନ୍ଦିର ପାଖରେ ଅଟକିଯାଏ। ମାଉସୀ ମା’ଙ୍କ ପକ୍ଷରୁ ସେଠାରେ ଛେନା ପୋଡ଼ପିଠା ଭୋଗ ଲାଗେ। ଏହି ଭୋଗର ପ୍ରସ୍ତୁତି ହେରା ପଞ୍ଚମୀଠାରୁ ଆରମ୍ଭ ହୋଇଥାଏ। ଅଟା, ଛେନା, ଚିନି, ଘିଅ ପ୍ରଭୃତି ସାମଗ୍ରୀ ଦ୍ୱାରା ମାଟିହାଣ୍ଡିରେ ଚୁଲିରେ ବସାଇ ଏକ ସ୍ବତନ୍ତ୍ର ଶୈଳୀରେ ଏହି ପିଠା ପ୍ରସ୍ତୁତ ହୋଇଥାଏ। ବାହୁଡା ଯାତ୍ରା ଦିନ ଠାକୁରମାନଙ୍କ ତିନିରଥରେ ଭୋଗ ଲାଗିବା ପରେ ଭକ୍ତମାନେ ଏହି ପୋଡ଼ପିଠା ପାଇ ଧନ୍ୟ ମଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri