ମା’ ଯୋଗମାୟା ପୀଠ

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ଅଧୀନ ଗୁର୍ଜିମୁଣ୍ଡା ଗାଁଠାରୁ ଅଳ୍ପ କିଛି ଦୂରରେ ରହିଛି ଏହି ପବିତ୍ର ଯୋଗମାୟା ପୀଠ। ଏହା ଓଁ ଶ୍ରୀ ଶ୍ରୀ ମା’ ଯୋଗମାୟା ଦୈବୀପୀଠ ଭାବେ ବି ପରିଚିତ। ଓଡ଼ିଶାରେ ଥିବା ବିଭିନ୍ନ ଐତିହାସିକ ଶକ୍ତିପୀଠ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏକଦା ଏହି ଶକ୍ତିପୀଠ ଏକ ପଥର ଭଳି ଦୃଶ୍ୟ ହୋଇ ଜଣେ ଭକ୍ତଙ୍କୁ ସ୍ବପ୍ନାଦେଶ ହୋଇଥିଲା। ପରେ ସେହି ଭକ୍ତ ଜଣକ ଗ୍ରାମବାସୀଙ୍କୁ ଡାକି ଏକ ଗ୍ରାମସଭା କରାଇଥିଲେ; ଯଦ୍ଦ୍ବାରା ଆଖପାଖ ଅଞ୍ଚଳର ଲୋକମାନଙ୍କ ଉଦ୍ୟମରେ ମା’ଙ୍କର ଏହି ପୀଠଟି ଗଢ଼ି ଉଠିଥିଲା। ମା’ ଯୋଗମାୟା ଖୁବ୍‌ ପ୍ରତ୍ୟକ୍ଷା। ବିପଦରେ ପଡ଼ିଥିବା ବ୍ୟକ୍ତି ମା’ଙ୍କ ପାଖେ ମନସ୍କାମନା କଲେ ମା’ ତାଙ୍କ ଗୁହାରି ଶୁଣିଥାନ୍ତି। ମା’ ନିଜେ ଘଣ୍ଟ ଓ ଶଙ୍ଖ ବଜାଇବା ସହ ଅଲୌକିତ ଶକ୍ତି ପ୍ରଦର୍ଶନ କରିଥାନ୍ତି, ଯାହା ମନ୍ଦିରରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ ହୋଇ ରହିଛି। ମନସ୍କାମନା ପୂରଣ ହୋଇଗଲେ ଭକ୍ତଗଣ ବି ଖୁସିରେ ଆସି ମା’ଙ୍କ ନିକଟରେ ଘଣ୍ଟ, ଶଙ୍ଖ, ଖଣ୍ଡା ଆଦି ଜିନିଷ ଅର୍ପଣ କରିଦେଇ ଯାଇଥାନ୍ତି। କେବଳ ଯୋଗମାୟା ନୁହନ୍ତି ଏହି ପୀଠ ପରିସରରେ ଥିବା ସ୍ବୟଂମ୍ଭୁ ବାବା ପାତାଳେଶ୍ୱର ବି ପ୍ରତ୍ୟକ୍ଷ ଦେବତା।
ସ୍ବୟଂମ୍ଭୁ ବାବା ପାତାଳେଶ୍ୱରଙ୍କ ଆବିର୍ଭାବ ସମ୍ପର୍କରେ
ବାବା ପାତାଳେଶ୍ୱର କିପରି ଆବିର୍ଭୂତ ହୋଇଥିଲେ ସେ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଭକ୍ତ କୁହନ୍ତି, କିଛିବର୍ଷ ତଳେ ଉତ୍କେଲା ଫାଣ୍ଡି ଅଧିକାରୀ ନବକିଶୋର ପ୍ରଧାନ(ସବ୍‌ ଇନ୍ସପେକ୍ଟର) ଏହି ରାସ୍ତା ଦେଇ ଯାଉଥିଲେ। ଲୋକଙ୍କ ଭିଡ଼ ଦେଖି ଘଟଣାସ୍ଥଳକୁ ଯାଇଥିଲେ ଓ ସେଠାରେ ଏକ ବିରାଟକାୟ ଶିବଲିଙ୍ଗ ଦେଖିଥିଲେ। କିଛି ସମୟ ପରେ ସମସ୍ତେ ଯେ ଯାହାର ଘରକୁ ପଳାଇଯାଇଥିଲେ। ୟା’ଭିତରେ ଛଅଦିନ ବିତିଯାଇଥିଲା। ଫାଣ୍ଡି ଅଧିକାରୀଙ୍କୁ ସ୍ବପ୍ନାଦେଶ ହେଲା। ସପ୍ତମ ଦିନ ସକାଳେ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚତ୍ ଦେଖିଲା ବେଳକୁ ଶିବଲିଙ୍ଗ ସେଠାରୁ ଅଦୃଶ୍ୟ ହୋଇଯାଇଛି। ଆଖପାଖ ଅଞ୍ଚଳର ଲୋକଙ୍କୁ ଡାକି ସେହି ସ୍ଥାନରେ ପୂଜାର୍ଚ୍ଚନା କରି ଗଇଁତି, ଶାବଳ ସାହାଯ୍ୟରେ ପ୍ରାୟ ୭ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳିବା ପରେ ସେହି ଲିଙ୍ଗଟି ଦୃଶ୍ୟ ହୋଇଥିଲା। ଲିଙ୍ଗକୁ ଉଦ୍ଧାରକରି ସେହିଦିନରୁ ପାତାଳେଶ୍ୱର ନାମରେ ନାମିତ କରାଯାଇ ଏଠାରେ ନୀତିନିୟମ ଅନୁଯାୟୀ ତାଙ୍କୁ ପୂଜା କରାଯାଉଅଛି।
ପୀଠ ପରିସର ଓ କାରୁକାର୍ଯ୍ୟ
ଯୋଗମାୟା ପୀଠର ମୁଖ୍ୟ ଦ୍ୱାରଦେଶରେ ଖୁବ୍‌ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ଦେଖାଯାଏ। ଏହି ଦ୍ୱାରଦେଶ ଦେଇ ଭିତରକୁ ଗଲେ ମା’ଙ୍କୁ ଦର୍ଶନ କରିହୁଏ। ସେହିପରି ପୀଠର ପଶ୍ଚିମ ଦିଗରେ ସ୍ବୟଂମ୍ଭୁ ବାବା ପାତାଳେଶ୍ୱର, ଦକ୍ଷିଣ ହନୁମାନ ମନ୍ଦିର, ପୂର୍ବ ଦିଗରେ କାମଧେନୁ ଗାଈ, ଶ୍ରୀ ଶ୍ରୀ ଜେନା ଦେବାଳୟ ମନ୍ଦିର, ଶ୍ରୀ ଶ୍ରୀ ଭୈରବବୀର, ଗଙ୍ଗାଦେବୀ, ଡଙ୍ଗରବୀର ଏବଂ ଦକ୍ଷିଣ ଦିଗରେ ମା’ ଦକ୍ଷିଣ କାଳୀ, ଗ୍ରାମଦେବତା ପ୍ରଭୃତି ଦେବଦେବୀଙ୍କ ମନ୍ଦିର ଥିବା ମଧ୍ୟ ଦେଖିବାକୁ ମିଳେ। ତା’ସହିତ ପୀଠର ପୂର୍ବ ଦିଗରେ ଅଖଣ୍ଡ ଜ୍ୟୋତିମଣ୍ଡପ, ଅସ୍ତ୍ରାଗାର, ଯଜ୍ଞମଣ୍ଡପ, ସୂର୍ଯ୍ୟମଣ୍ଡପ ମଧ୍ୟ ରହିଛି। ଆଉ ଏହି ଯଜ୍ଞମଣ୍ଡପର ପଶ୍ଚିମ ଦିଗରେ ଗଣେଶ ମନ୍ଦିର ବି ଅଛି। ତା’ସହିତ ଭକ୍ତଙ୍କ ପାଇଁ ବୈଠକ ସ୍ଥାନ, ଆଶ୍ରୟସ୍ଥଳୀ, ସୂଚନା କେନ୍ଦ୍ର ମଧ୍ୟ ରହିଛି। ଉକ୍ତ ଯଜ୍ଞମଣ୍ଡପରେ ହୋମଯଜ୍ଞ, ଗୀତା ଭାଗବତ, ଶିବରାତ୍ରି ମେଳାରେ ପ୍ରହରୀ ନାମଯଜ୍ଞ ପ୍ରଭୃତି ଧର୍ମକାର୍ଯ୍ୟ କରାଯାଇଥାଏ। ଆଖପାଖ ଅଞ୍ଚଳର ଭକ୍ତମାନେ ଏହି ଯଜ୍ଞମଣ୍ଡପରେ ମାନସିକ ହୋମଯଜ୍ଞ ଓ ମୁଣ୍ଡନ ମଧ୍ୟ କରିଥାନ୍ତି। ତା’ସହିତ ଏଠାରେ ଶିବରାତ୍ରି ମେଳା, ନବରାତ୍ର ମେଳା, ବୋଲ୍‌ ବମ୍‌ ପ୍ରଭୃତି ପର୍ବପର୍ବାଣି ମହାସମାରୋହରେ ପାଳନ କରାଯାଇଥାଏ। ଏସବୁ ବ୍ୟତୀତ ମନ୍ଦିର ପରିସରରେ ଅନେକ ଔଷଧୀୟ ବୃକ୍ଷ ବି ଦେଖିବାକୁ ମିଳିଥାଏ। ପ୍ରାୟ ୫ ଏକର ପରିମିତ ଏହି ପୀଠରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ବିଭିନ୍ନ ପଶୁପକ୍ଷୀଙ୍କର ପ୍ରତିମା ସ୍ଥାପନା କରାଯିବା ସହ ସଚେତନତା ବାର୍ତ୍ତା ମଧ୍ୟ ଲେଖାଯାଇଛି।
ଆଉ କ’ଣ ଦେଖିବେ
ଯୋଗମାୟା ଶକ୍ତିପୀଠଠାରୁ ପ୍ରାୟ ଅଧ କି.ମି. ଦୂରରେ ରହିଛି ବିରିପୁଡା ପାହାଡ। ଏହି ପାହାଡରେ ଥିବା ପ୍ରାଚୀନକାଳର ଗୁମ୍ଫା ଲୋକଲୋଚନ ଆଢୁଆଳରେ ରହିଛି। ଉକ୍ତ ଗୁମ୍ଫା ଦେଖିବାକୁ ଯେତିକି ଆକର୍ଷଣୀୟ, ସେତିକି ବିସ୍ମୟକର। ବଣପାହାଡ ଘେରା ପ୍ରାକୃତିକ ପରିବେଶରେ ଥିବା ଏହି ଗୁମ୍ଫାକୁ ଦେବଗୁମ୍ଫା କୁହାଯାଏ। ଗୁମ୍ଫାର ପ୍ରବେଶ ଦ୍ୱାରର ଚଉଡ଼ା ପ୍ରାୟ ୨୦ ଫୁଟ ଓ ଉଚ୍ଚତା ୩୦ ଫୁଟ ହେବ। ମୁଖ୍ୟ ଦ୍ୱାରକୁ ଲାଗି ଗୁମ୍ଫାର ପ୍ରଥମ କୋଠରି ରହିଛି। ଏହାର ଲମ୍ବ ୬୦ ଫୁଟ, ପ୍ରସ୍ଥ ୮୦ ଫୁଟ ଏବଂ ଉଚ୍ଚତା ପ୍ରାୟ ୩୦ ଫୁଟ ହେବ। ଗୁମ୍ଫା ଭିତରେ ତିନି ତାଲା ବିଶିଷ୍ଟ କୋଠରିମାନ ରହିଛି। ପ୍ରଥମ ଗୁମ୍ଫାକୁ ଲାଗି ଭିତରକୁ କ୍ରମଶଃ ଏକାଧିକ ଗୁମ୍ଫା ଅଛି। ପ୍ରାଚୀନ କାଳରେ ମୁନିଋଷିମାନେ ଏଠାରେ ତପସ୍ୟା କରୁଥିଲେ ବୋଲି କିମ୍ବଦନ୍ତୀ ରହିଛି। ଗୁମ୍ଫାର ପ୍ରଥମ କୋଠରିରେ ବିଶାଳକାୟ ଧବଳେଶ୍ୱର ଲିଙ୍ଗ ରହିଥିବାବେଳେ ଦକ୍ଷିଣକୁ ଏକ ଗୁମ୍ଫାରେ ପାତାଳେଶ୍ୱର ଏବଂ ପୂର୍ବକୁ ଥିବା ଏକ ଗୁମ୍ଫାରେ ପାରଦେଶ୍ୱର ରହିଛନ୍ତି। ତେବେ ଧବଳେଶ୍ୱର ଲିଙ୍ଗର ଗୋଲେଇ ପ୍ରାୟ ୪୦ ଫୁଟ, ଉଚ୍ଚତା ୧୩ଫୁଟ ହେବ। ବର୍ଷକୁ ବର୍ଷ ଏହି ଶିବଲିଙ୍ଗ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ କହିଥାନ୍ତି। ତେବେ ଏହି ଦେବଗୁମ୍ଫା ମଧ୍ୟରେ ଅନେକ ମହୁଫେଣା ଦେଖାଯାଏ। ଗୁମ୍ଫାର ଭିତର କୋଠରି ଅନ୍ଧାର ରହୁଥିବା ଏବଂ ଶିଉଳି ଲାଗିଥିବାରୁ କେହି ବେଶି ଭିତରକୁ ଯିବାକୁ ସାହସ କରି ନ ଥାନ୍ତି। କେବଳ ସ୍ଥାନୀୟ ଗୁର୍ଜିମୁଣ୍ଡା ଗ୍ରାମର ଦୁଇଜଣ ପୂଜାରୀ ହିଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗୁମ୍ଫାକୁ ଯାଇ ପୂଜାର୍ଚ୍ଚନା କରୁଥିବା ଗ୍ରାମବାସୀ କହିଥାନ୍ତି। ତା’ସହିତ ଏହି ବିରିପୁଡ଼ା ପାହାଡ଼ ଉପରେ ୭ଟି କୂଅ ଥିବା ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଏହି ଦେବଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବହୁ ଉଦ୍ୟମ ଜାରି ରହିଥିଲେ ହେଁ ତାହା ଆଜିଯାଏଁ ସଫଳ ହୋଇପାରିନାହିଁ।
କେମିତି ଯିବେ
ପବିତ୍ର ଯୋଗମାୟା ପୀଠ ଓ ସ୍ବୟଂମ୍ଭୁ ବାବା ପାତାଳେଶ୍ୱରଙ୍କୁ ଦର୍ଶନ କରିବାକୁ ହେଲେ ପର୍ଯ୍ୟଟକଙ୍କୁ କେସିଙ୍ଗା ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥରେ ଯିବାକୁ ହୋଇଥାଏ। ୨୬ନଂ ଜାତୀୟ ରାଜପଥ ବୋରିଆଠାରୁ ମାଳପଡା ଦେଇ ଗୁର୍ଜିମୁଣ୍ଡାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ରହିଛି। ହେଲେ ଗୁର୍ଜିମୁଣ୍ଡାଠାରୁ ଦେବଗୁମ୍ଫା ଯାଏଁ ରାସ୍ତା ନାହିଁ। ଏହି ସ୍ଥାନକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ପାଦଚଲା ରାସ୍ତାରେ ପ୍ରାୟ ଅଧ କି.ମି. ଦୂର ଅତିକ୍ରମ କରି ଗୁମ୍ଫା ନିକଟରେ ପହଞ୍ଚତ୍ଥାନ୍ତି। -ତୁମେଶ୍ୱର ସାହୁ, କେସିଙ୍ଗା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri