ମା’ ଦୁର୍ଗାଙ୍କ ଗହଣା ଉପରେ ନଜର ପକାଇଲେ ଚୋର, ପରିଣତି କ’ଣ ହେଲା ଜାଣନ୍ତୁ…

ମା’ ଦୁର୍ଗାଙ୍କ ମହିମା ଅପାର। ତାଙ୍କ ଉପରେ ଭରସା କରି ମାନସିକ ପୂରଣ ପାଇଁ ଧାଇଁ ଆସିଥାନ୍ତି ଭକ୍ତ। ଆଜି ମା’ଙ୍କ ଏପରି ଏକ ଚମତ୍କାରିତା ବିଷୟରେ କହିବୁ ଯାହା ଶୁଣି ଚକିତ ହୋଇଯିବେ। ବିହାରର ମଧେପୁରା ଜିଲାସ୍ଥିତ ମା’ ଦୁର୍ଗାଙ୍କ ମନ୍ଦିର ଚମତ୍କାରୀ ଶକ୍ତିରେ ଭରା। ୭୦ ବର୍ଷ ପୂର୍ବେ ମନ୍ଦିରରେ ଦୁଇଜଣ ଚୋର ପଶି ଆସିଥିଲେ। ମା’ଙ୍କ ଗହଣା ଚୋରି କରି ପଳାଇବା ସମୟରେ ଯାହା ପରିଣତି ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଚୋର ଦୁଇଜଣ ମା’ଙ୍କର ସମସ୍ତ ଗହଣା ଚୋରି କରି ନେଇ ଚାଲିଯିବାକୁ ବାହାରିଥିଲେ। ଏହି ସମୟରେ ଦ୍ୱାର ନିକଟରେ ପହଞ୍ଚାଇବା କ୍ଷଣି ଦୃଷ୍ଟିଶକ୍ତି ହରାଇ ବସିଲେ। ଖାଲି ଏତିକି ନୁହେଁ, ଦୁଇ ଚୋର ପଥର ମଧ୍ୟ ପାଲଟିଗଲେ। ଆଜି ବି ମନ୍ଦିର ବାହାରେ ଏହି ଦୁଇଟି ପଥର ରହିଥିବା ଦେଖିବାକୁ ମିଳେ। ମନ୍ଦିରର ପୂଜାରୀ କୁହନ୍ତି, ଏହି ସ୍ଥାନରେ ଦେବୀ ସତୀଙ୍କ ଏକ ଅଙ୍ଗ ପଡ଼ି ଯାଇଥିଲା। ଏଥିପାଇଁ ଏହି ସ୍ଥାନକୁ ଚଣ୍ଡୀସ୍ଥାନ କୁହାଯାଏ। ନବରାତ୍ରି ଅବସରରେ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଲାଗେ। ମନ୍ଦିରରେ ମା’ ଦୁର୍ଗାଙ୍କ ବ୍ୟତୀତ ସେବକ ବୁଧାୟ ଏବଂ ସୁଧାୟଙ୍କ ମୂର୍ତ୍ତି ରହିଛି। କୁହାଯାଏ, ଭକ୍ତି ମନରେ ଯିଏ ମା’ଙ୍କ ମନ୍ଦିରକୁ ଆସିଥାଏ ମା’ ତାଙ୍କୁ ନିରାଶ ହେବାକୁ ଦେଇ ନ ଥାନ୍ତି। ମହିଳାମାନଙ୍କର ସନ୍ତାନସନ୍ତତି ହେଉ ନ ଥିଲେ ଏଠାକୁ ଧାଇଁ ଆସିଥାନ୍ତି। ମା’ଙ୍କୁ ଦର୍ଶନ କରି ମାତୃତ୍ୱ ଲାଭ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri