ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ମନା

ଘଟଗାଁ,୨୧।୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ପ୍ରସିଦ୍ଧ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ଜିଲାର ସମସ୍ତ ମଠ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ସାଧାରଣ ଭକ୍ତଙ୍କୁ ଆଜିଠାରୁ ବାରଣ କରାଯାଇଛି। ତଦନୁଯାୟୀ ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ଗେଟ୍‌ ସମ୍ମୁଖରୁ ମା’ଙ୍କୁ ପ୍ରଣାମ ଜଣାଇ ଫେରିଛନ୍ତି। ଭୋଗ ଦୋକାନ ଓ ପ୍ରସାଦଳୟ ବନ୍ଦ ରହିଛି। ପୀଠ ପରିସର ଏଥିଲାଗି ଖାଁଖାଁ ଲାଗୁଛି।
ପ୍ରଶାସନ ତରଫରୁ ଜାରି ନିର୍ଦ୍ଦେଶାନାମା ତାରିଣୀ ମନ୍ଦିର ପ୍ରଶାସନ ତରଫରୁ କିଭଳି ପାଳନ କରାଯାଇଛି ତାହା ତଦାରଖ ଲାଗି କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କ, ସହକାରୀ କଲେକ୍ଟର ସୁବୋଧକାନ୍ତ ଦାସ ଅଚାନକ ମଧ୍ୟାହ୍ନ ବେଳେ ଘଟଗାରେ ପହଞ୍ଚିଥିଲେ। ସେମାନେ ମନ୍ଦିର ମୁଖଶାଳା ଗେଟ୍‌ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ଅଛିକି ନାହିଁ ଦେଖିଥିଲେ। ଏହାକୁ କଡ଼ାକଡ଼ି କରିବା ସହ ପୀଠ ପରିସରକୁ ପରିସ୍କାର ପରିଚ୍ଛନ୍ନ ରଖିବାକୁ ସେମାନେ ଗୁରୁତ୍ୱାରୋପ କରିଥିଲେ।
ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିତ୍ବା କରୋନା ଭାଇରସର ମୁକାବିଲା ଲାଗି ସରକାର ଯେଉଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି, ତାହାକୁ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁଗଣ ସ୍ବାଗତ କରିଛନ୍ତି। ଭକ୍ତଙ୍କ ଦର୍ଶନ ବାରଣ କରାଯାଇଥିଲେ ମଧ୍ୟ ମା’ ତାରିଣୀଙ୍କ ମନ୍ଦିରରେ ପାରମ୍ପରିକ ଦୈନନ୍ଦିନ ପୂଜାନୀତି ଯେପରି ଚାଲେ ତାହା ସୂଚାରୁରୂପେ କରାଯାଇଥିଲା। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ରମେଶ ଚନ୍ଦ୍ର ଦେହୁରୀ ସକାଳ ମାର୍ଜ୍ଜନା, ଷୋଡ଼ଶ ଉପଚାର, ବଡ଼ସିଂହାର ପୂଜା କରିଥିଲେ। ସକାଳ ଆଳତି ପରେ ପୂର୍ବାହ୍ନ ୧୦ଟା ବେଳେ ମାଙ୍କ ଶଙ୍ଖୁଡ଼ି ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଚକୁଳି ଭୋଗ ଓ ରାତି ସାଢେ ୭ଟାରେ ଆଳତି କରାଯାଇଥିଲା। ମନ୍ଦିର ଭିତରକୁ କେବଳ ପୂଜକ ତଥା ସେବାୟତମାନଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା। ଏଭଳି ସ୍ଥିତି ଦେଖି କେହି କେହି ଏହାକୁ ପୂର୍ବରୁ ଏଭଳି ପରିସ୍ଥିତି କେବେ ଦେଖିନ ଥିବା କହିଛନ୍ତି।
କେବଳ ମନ୍ଦିର ପରିସର ନୁହେଁ, ସମସ୍ତ ଘଟଗାଁର ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଛି। ଭକ୍ତଙ୍କ ସମାଗମ ନ ଥିବାରୁ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଛି। ଘଟଗାଁ ସ୍ଥିତ ହୋଟେଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri