Posted inଜାତୀୟ

ମହିଳାଙ୍କୁ କେଜରିଓ୍ବାଲଙ୍କ ଭେଟି: ଆଜିଠାରୁ ମାଗଣା ଯାତ୍ରା

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର କେଜରିଓ୍ବାଲ ସରକାର ମହିଳାମାନଙ୍କୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି। ଏଣିକି ମହିଳାମାନେ ଦିଲ୍ଲୀର ଡିଟିସି ବସରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ରାତିରେ ଏନେଇ ନୋଟିଫିକେଶନ ଜାରି କରାଯାଇଥିଲା। ଆଉ ମଙ୍ଗଳବାର ସକାଳୁ ଏହା କାର୍ଯ୍ୟକାରୀ କରାଯାଇଛି। ଏସି ଓ ନନ୍‌ ଏସି ସବୁ ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏଥିପାଇଁ Single Journey Free Travel Pass ମଧ୍ୟ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜ ଟୁଇଟର ଆକାଉଣ୍ଟରେ ଏହି ସୂଚନା ଦେବା ସହ ଏଭଳି ଐତିହାସିକ ନିଷ୍ପତ୍ତିକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ପରିବହନ ମନ୍ତ୍ରୀ କୈଳାଶ ଗେହେଲୋଟ ମଧ୍ୟ ଏହାକୁ ଏକ ଐତିହାସିକ ନିଷ୍ପତ୍ତି କହିବା ସହ ଦିଲ୍ଲୀର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ…

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଦୀର୍ଘକାଳୀନ ଶକ୍ତି ଭାଗୀଦାରି ନେଇ ଭାରତ, ଭେନେଜୁଏଲା ସଙ୍କଳ୍ପବଦ୍ଧ

ନୂଆଦିଲ୍ଲୀ,୫।୬(ପି.ଟି.): ଭାରତ ଓ ଭେନେଜୁଏଲା ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଦୀର୍ଘକାଳୀନ ଶକ୍ତି ଭାଗୀଦାରି ଗଠନ କରିବାକୁ ଗୁରୁବାର ସଂକଳ୍ପବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ…

ଲୋକ ସଭାରେ କଂଗ୍ରେସଠାରୁ ଅଲଗା ବସିବ ଡିଏମ୍‌କେ, ମିଳିଲା ସଂସଦୀୟ ସଚିବାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୫।୬(ପି.ଟି.):ଦୀର୍ଘ ଦିନର ସହଯୋଗୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଲୋକ ସଭାରେ କଂଗ୍ରେସ ଏମ୍‌ପିମାନଙ୍କଠାରୁ ଅଲଗା ଆସନରେ ବସିବା ପାଇଁ ଡିଏମ୍‌କେକୁ ସଂସଦୀୟ ସଚିବାଳୟ…

ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ବଲିଉଡ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଓ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସରେ ଦର୍ଶକ ମନ୍ତ୍ରମୁଗ୍ଧ

ଛତ୍ରପୁର,୫।୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା; ଜୀବନ ହାରିଲେ ଛାତ୍ରୀ, ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ଚର୍ଚ୍ଚା

ନାଗପୁର, ୫।୬(ପି.ଟି.): ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଗତ ମେ ୩ ତାରିଖରେ ଅନୁଷ୍ଠିତ ଏନ୍‌ଇଇଟି(ୟୁଜି) ପରୀକ୍ଷା ଦେଇଥିଲେ। ଆଶା ଥିଲା ଭଲ ର଼୍ୟାଙ୍କ…

ଏହିସବୁ ଜିଲା-ଉପଖଣ୍ଡର ବଦଳିବ ନାଁ: ଜାଣନ୍ତୁ ଲିଷ୍ଟ୍‌ରେ ଅଛି କେଉଁ ସ୍ଥାନ

ଭୁବନେଶ୍ୱର,୫।୬(ରବିନାରାୟଣ ଜେନା):ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲା, ବ୍ଲକ୍‌, ତହସିଲ ଓ ପୌରାଞ୍ଚଳର ତ୍ରୁଟିପୂର୍ଣ୍ଣ ଇଂଲିଶ ବନାନର ସଂଶୋଧନ ପ୍ରକ୍ରିୟା ଆରମ୍ଭ…

ଠିକା ସଂସ୍ଥାର ବେପରୁଆ ନୀତି: ଲାଇଟ ଲଗାଇବା ବାହାନାରେ ଖୋଳିଦେଲେ ରାସ୍ତା

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସିର ୱାର୍ଡ ନମ୍ବର ୫ର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅବସ୍ଥା ଏତେ ଖରାପ ଯେ, ସାଇକେଲ, ବାଇକ ହେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri