Posted inଫୁରସତ

ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ଅପରେଶନ ସମୟରେ ଡାକ୍ତର ରୋଗୀଙ୍କ ପେଟରେ କଇଁଛି, ଛୁଞ୍ଚି, ଚାଖୁ ଆଦି ଭୁଲରେ ଛାଡ଼ି ଦେଇଥିବା ଖବର ପୂର୍ବରୁ ପଢ଼ିଛେ। କିନ୍ତୁ ଏଥର ମହିଳାଙ୍କ ପେଟରେ ଡାକ୍ତର ଅପରେଶନ ସମୟରେ ଏକ ଛୋଟ ତଉଲିଆ ରଖି ଦେଇଥିବା ଖବର ସାମ୍ନାକୁ ଆସିଛି। ସ୍କାନିଂ ଏବଂ ଅଲ୍‌ଟ୍ରାସାଉଣ୍ଡ୍‌ ପରେ ଏହି ଘଟଣା ଜଣାପଡ଼ିଛି।
ଉତ୍ତରପ୍ରଦେଶର ବାଗ୍‌ପତ ଜିଲାର ୪୦ ବର୍ଷୀୟା ନିଶା ବେଗମଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଘଟିଛି। ନିଶାଙ୍କ ପେଟରେ ଷ୍ଟୋନ୍‌ ହୋଇଥିବାରୁ ସେ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅପରେଶନ କରାଇଥିଲେ। କିନ୍ତୁ ଅପରେଶନ ପରେ ତାଙ୍କ ପେଟରେ ଦରଜ ରହିଲା। ଫଳରେ ସେ ୬ ମାସ ଧରି ଡାକ୍ତରଖାନା ଦୌଡ଼ିଲେ। ଔଷଧ ବଦଳାଇ ଦିଆଗଲା। ତଥାପି କୌଣସି ପରିବର୍ତ୍ତନ ଦେଖାଦେଲା ନାହିଁ। ଶେଷରେ ତାଙ୍କୁ ଦିଲ୍ଲୀସ୍ଥିତ ହିନ୍ଦୁରାଓ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ୧୫ ଦିନ ଡାକ୍ତରଖାନାରେ ରଖି କିଛି ପରୀକ୍ଷା ନିରୀକ୍ଷା କରିବା ପରେ ଦ୍ୱିତୀୟ ଥର ଅପରେଶନ କରାଇଲେ। ଯାହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ନିଶାଙ୍କ ପେଟରେ ଏକ ଛୋଟ ତଉଲିଆ ଏବଂ ବ୍ୟାଣ୍ଡେଜ୍‌ କପଡ଼ା ଥିବା ଡାକ୍ତର ଦେଖିବାକୁ ପାଇଥିଲେ। ଯେଉଁଥିପାଇଁ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ଘଟଣା ଜଣାପଡ଼ିବା ପରେ ନିଶାଙ୍କ ପରିବାର ଲୋକେ ପୂର୍ବରୁ ଅପରେଶନ କରାଇଥିବା ଡାକ୍ତରଙ୍କ ନାମରେ କେସ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?