ମହିଳା ଥାନାରେ ହେବ ଚାଇଲ୍ଡ ଫ୍ରେଣ୍ଡଲି ରୁମ୍‌

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପ୍ରତିଦିନ ମହିଳା ଥାନାକୁ ଏକାଧିକ ମହିଳାମାନେ ନିଜର ଅଭିଯୋଗ ନେଇ ଆସୁଛନ୍ତି। ଏପରିକି ସେମାନେ ସାଥିରେ ସେମାନଙ୍କ ପିଲାଙ୍କୁ ମଧ୍ୟ ଥାନାକୁ ଆଣୁଛନ୍ତି। ଫଳରେ ମା’ ଅଭିଯୋଗ ଲେଖିବା ସମୟରେ ଶିଶୁମାନେ ହଇରାଣ କରିବା ସହ ଥାନା କର୍ମଚାରୀ ଶିଶୁଙ୍କୁ ସମ୍ଭାଳିବାକୁ ନାକେଦମ ହେବାକୁ ପଡ଼ିଥାନ୍ତି। ବିଶେଷ କରି ମହିଳା ଅଭିଯୋଗ ଆଧାରରେ ତଦନ୍ତକାରୀ ଅଧିକାରୀ ମହିଳାଙ୍କ ବୟାନ ନେବା ସମୟରେ ମଧ୍ୟ ଶିଶୁ ସମସ୍ୟା ସୃଷ୍ଟି କରନ୍ତି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ମହିଳା ଥାନାରେ ଚାଇଲ୍ଡ ଫ୍ରେଣ୍ଡଲି ଡେସ୍କ ଖୋଲାଯିବ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଥିବାବେଳେ ତାହା ଅନୁମତି ମିଳିଥିବା ଜଣାପଡିଛି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ରୁମ୍‌ରେ ଶିଶୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିବ। ରୁମ୍‌ଟି ପୂରା ପ୍ଲେ ସ୍କୁଲ ଆକାରର କରାଯିବ। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଥାନାକୁ ଆସୁଥିବା ଛୋଟପିଲା ପୋଲିସକୁ ନିଜର ବନ୍ଧୁପରି ଭାବିବେ। ଏହି ରୁମ୍‌ରେ ଛୋଟ ପିଲା ଖାଇବା ପାଇଁ ମିଲ୍‌କୀ ପାଉଡର,ବିସ୍କୁଟ ସହ ବିଭିନ୍ନ ଖେଳନା ଓ ଡ୍ରଇଁ ପାଇଁ ପେନ୍‌ସିଲ୍‌, କାଗଜ ଓ ରଙ୍ଗ୍‌ ରଖାଯିବ। ଏହି ରୁମ୍‌ ମହିଳା ଥାନା ପରିସରରେ ହେଲେ ମଧ୍ୟ ଥାନାରୁ ସାମାନ୍ୟ ଦୂରରେ କରାଯିବ। ଯେପରି ଥାନାକୁ ପିଲା ଆଣି ଆସୁଥିବା ମା’ମାନେ ପିଲାଙ୍କୁ ଏହି ଡେସ୍କରେ ଛାଡି ପୋଲିସ ସହ ତଦନ୍ତ ପାଇଁ ସାଥିରେ ଯାଇପାରିବେ। ଏଠାରେ ଜଣେ ମହିଳା କନ୍‌ଷ୍ଟେବଳ ସାଦା ପୋଷାକରେ ରହିବେ। ସେ ଶିଶୁଙ୍କ ଖାଇବା ଠାରୁ ଆରମ୍ଭ କରି ଦେଖାରଖା କରିବେ। ଏହି ରୁମ୍‌ର କାନ୍ଥରେ ବିଭିନ୍ନ ରଙ୍ଗବେରଙ୍ଗର ଚିତ୍ର କରାଯିବ। ଏହି ଚାଇଲ୍ଡ ଫ୍ରେଣ୍ଡଲି ରୁମ୍‌ ଚେନ୍ନାଇ,ଦ୍ୱିଲ୍ଲୀ,ମୁମ୍ବାଇ ଭଳି ବଡ ବଡ ସହରରେ ଥିବା ମହିଳା ଥାନାରେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ,୧୦।୪: ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri