Posted inଜାତୀୟ

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା: ୩ ପୋଲିସ ନିଲମ୍ବିତ

ହାଇଦ୍ରାବାଦ, ୧ା୧୨ (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶନିବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲା ରୁଜୁ କରିବାରେ ବିଳମ୍ବ କରିଥିବା ୩ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମହିଳା ଡାକ୍ତରଙ୍କ ନିଖୋଜ ସମ୍ପର୍କରେ ପରିବାର ପକ୍ଷରୁ ବୁଧବାର ରାତିରେ ପୋଲିସରେ ଏତଲା ଦିଆଯାଇଥିଲେ ହେଁ ସେମାନେ ମାମଲା ଦାଏର କରିବାରେ ଅଯଥା ବିଳମ୍ବ କରିବାରୁ ମୂଲ୍ୟବାନ ସମୟ ଅପଚୟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମହିଳା ଡାକ୍ତରଙ୍କ ଜୀବନ ବଞ୍ଚତ୍ପାରିଥାନ୍ତା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ସାଇବରାବାଦ ଥାନାର ଏସ୍‌ଆଇ ଏମ. ରବିକୁମାର, ହେଡ୍‌ କନ୍‌ଷ୍ଟେବଲ ପି, ବେଣୁଗୋପାଳ ରେଡ୍ଡୀ ଏବଂ ଏ. ସତ୍ୟନାରାୟଣ ଗୌଡ଼।
ଥାନା ବାହାରେ ଉତ୍ତେଜନା ଲାଗିରହିଥିବାରୁ ଅଭିଯୁକ୍ତମାନଙ୍କୁ ମହବୁବନଗର ଫାଷ୍ଟଟ୍ରାକ୍‌ କୋର୍ଟରେ ହାଜର କରାଯାଇ ପାରି ନ ଥିଲା। ଫଳରେ ମଣ୍ଡଲ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶାଦନଗର ଥାନାକୁ ଆସି ୪ ଅଭିଯୁକ୍ତଙ୍କୁ ହାଜତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ମହମ୍ମଦ ଅରିଫ୍‌, ଚିନ୍ତାକୁଣ୍ଟା ଚେନ୍ନାକେଶୁଭାଲୁ, ଜୋଲୁ ଶିବା ଏବଂ ଜୋଲୁ ନବୀନଙ୍କୁ ମହବୁବ୍‌ନଗର ଜେଲ୍‌କୁ ପଠାଯିବ ବୋଲି ଜଣାପଡିଛି।
ବଳାତ୍କାର ଓ ହତ୍ୟା ଘଟଣାର ଅପରାଧୀମାନଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ। ହଜାର ହଜାର ଲୋକ ସକାଳଠାରୁ ଥାନା ଆଗରେ ବିକ୍ଷୋଭ ଚଳାଇବାରୁ ଉତ୍ତେଜନା ଲଗି ରହିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ମହିଳା ସଂଗଠନ, ଛାତ୍ର ସଂଗଠନ ଆନ୍ଦୋଳନରେ ସାମିଲ ହୋଇଥିଲେ। ତୁରନ୍ତ ଅପରାଧୀଙ୍କୁ ଫାଶୀ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ହିଂସା ରୋକିବା ପାଇଁ ଥାନା ଚାରିପଟେ ସୁରକ୍ଷା ବଢ଼ାଇବା ସହ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଥିଲା।
ବୁଧବାର ରାତିରେ ହାଇଦ୍ରାବାଦ ଉପକଣ୍ଠ ଶାମଶାବାଦ ଆଉଟର ରିଙ୍ଗ୍‌ରୋଡ୍‌ଠାରେ ଦୁଇଜଣ ଟ୍ରକ୍‌ ଡ୍ରାଇଭର ଓ ୨ କ୍ଲିନର ୨୫ ବର୍ଷୀୟା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏହା ପରେ ସେମାନେ ମୃତଦେହକୁ ଶାଦନଗର ସହର ନିକଟକୁ ନେଇ ପୋଡିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri