ମହିଳା ଖେଳାଳିଙ୍କୁ ପୋଲିସ ବିଭାଗରେ ଅବହେଳା ଅଭିଯୋଗ

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ):ଓ୍ବେଟ୍‌ ଲିଫ୍ଟିଂ ବା ଶକ୍ତି ଉତ୍ତୋଳନରେ ଦକ୍ଷିଣ ଆଫ୍ରିକାରେ ୨୦୧୦-୧୧ରେ ସ୍ବର୍ଣ୍ଣ ବିଜୟିନୀ ଶୁଭସ୍ମିତା ମହାନ୍ତି ରାଜ୍ୟ ପୋଲିସ ବିଭାଗରେ କନ୍‌ଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଭଲ ଖେଳ ପ୍ରଦର୍ଶନ ପାଇଁ ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରି ମିଳିଥିଲା। ବତ୍ତର୍ର୍ମାନ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଶୁଭସ୍ମିତା ଗୁରୁବାର ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଖେଳ କୋଟା ଅନୁଯାୟୀ ଆବଶ୍ୟକ ସୁବିଧା ସୁଯୋଗ ମିଳୁନାହିଁ। ଖେଳ ଅଭ୍ୟାସ କରିବାରେ ସମସ୍ୟା ହେଉଛି। ଏ ନେଇ ପୋଲିସ ବିଭାଗର କ୍ରୀଡା ଅଧିକାରୀଙ୍କୁ ଜଣାଇବାରୁ ସେ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଅପମାନିତ କରି ବିଦା କରିଦେଇଥିବା ଶୁଭସ୍ମିତା ଅଭିଯୋଗ ଆଣିଛନ୍ତି।
ମୁତାବକ, ଶୁଭସ୍ମିତାଙ୍କ ଘର କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ହୋଇଥିବାରୁ ତାଙ୍କୁ କୋରାପୁଟ ଜିଲାରେ ଚାକିରି ମିଳିଥିଲା। ମାତ୍ର ସେଠାରେ ଶକ୍ତି ଉତ୍ତୋଳନ ପ୍ରଶିକ୍ଷଣ ନେବାର କୌଣସି ସୁବିଧା ନ ଥିବାରୁ ଭୁବନେଶ୍ୱରରେ ରହି ଅଭ୍ୟାସ ଜାରି ରଖିବା ସହ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡା ପାଇଁ ପ୍ରସ୍ତୁତ ରହୁଛନ୍ତି। ଆସନ୍ତା ୨୯ ତାରିଖରେ ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଅଭ୍ୟାସ ଦରକାର ହେଉଥିବାବେଳେ ଡ୍ୟୁଟିରେ ଯୋଗଦେବାକୁ କୁହାଯାଉଛି। ଏ ନେଇ ପୋଲିସ ମୁଖ୍ୟାଳୟ କ୍ରୀଡା ଅଧିକାରୀ ବିଭୂତି ଭୂଷଣ ମହାରଣାଙ୍କୁ ଜଣାଇଲେ ମଧ୍ୟ ସେ କୌଣସି ଗୁରୁତ୍ୱ ଦେଉନାହାନ୍ତି। ତାଙ୍କୁ ଅପମାନିତ କରାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ଦେଖା କରିବାର ସୁଯୋଗ ଦିଆଯାଉ ନାହିଁ। ଉଚିତ ନ୍ୟାୟ ନ ମିଳିଲେ ଖେଳ ପାଇଁ ଚାକିରି ଛାଡିବାକୁ ବାଧ୍ୟ ହେବେ ବୋଲି ଶୁଭସ୍ମିତା କହିଛନ୍ତି।
ସଂକ୍ରାନ୍ତରେ କ୍ରୀଡା ଅଧିକାରୀ ବିଭୂତି ଭୂଷଣଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ମୁଁ କୌଣସି ମତ ଦେବା ଠିକ୍‌ ହେବ ନାହିଁ। ବିଭାଗରେ ସମସ୍ତେ ମୋର ବ୍ୟବହାର ସମ୍ପର୍କରେ ଅବଗତ। ମୁଁ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରେ ନାହିଁ। ଅଭିଯୋଗ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ମତାମତ ନେବା ଉଚିତ ହେବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି ବିନୟତୋଷ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, କ୍ରୀଡାବିତ୍‌ମାନଙ୍କୁ ପୋଲିସ ବିଭାଗରେ ସର୍ବଦା ଅଗ୍ରାଧିକାର ଦିଆଯାଏ। ସ୍ପୋଟର୍‌ସ ପୋଲିସ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି। ତେଣୁ ଗ୍ରିଭାନ୍ସରେ ନିଜର ସମସ୍ୟା ଜଣାଇବାରେ କୌଣସି ସମସ୍ୟା ନାହିଁ। ଶୁଭସ୍ମିତାଙ୍କ ଅଭିଯୋଗକୁ ବିଚାର କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri