Posted inଖେଳ

ମହିଳା କ୍ରିକେଟ: ରୋମାଞ୍ଚଭରା ମ୍ୟାଚ୍‌ରେ ୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ,୨।୧୧- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ରୋମାଞ୍ଚଭରା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧ ରନ୍‌ରେ ପରାସ୍ତ ହୋଇଛି। ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ୨୨୬ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭାରତ ଶେଷ ପର୍ଯ୍ୟନ୍ତ ଖେଳି ୨୨୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ପରାଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭ୍ରମଣକାରୀ ଦଳ ୧-୦ ବ୍ୟବଧାନରେ ପଛୁଆ ରହିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୨୨୫ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ଷ୍ଟେଫିନି ଟେଲର ସର୍ବାଧିକ ୯୪ ରନ୍‌ କରିଥିଲେ। ସେ ଇନିଂସର ଅନ୍ତିମ ବଲକୁ ଛକା ମାରି ଶତକ ପୂରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲଙ୍ଗ ଅଞ୍ଚଳ ବାଉଣ୍ଡରିରେ ଛିଡ଼ା ହୋଇଥିବା ହରମନପ୍ରୀତ କୌର ଏକ ଚମତ୍କାର କ୍ୟାଚ ନେଇ ଟେଲରଙ୍କୁ ଶତକରୁ ବଞ୍ଚତ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନତାଶା ମ୍ୟାକଲିନ ୫୧ ଓ ଚେଡିନ ନେଶନ ୪୩ ରନ୍‌ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଶିକ୍ଷା ପାଣ୍ଡେ ଓ ଦୀପ୍ତି ଶର୍ମା ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ଝୁଲଣ ଗୋସ୍ବାମୀ, ଇକ୍ତା ବିଷ୍ଟ ଓ ପୁନମ ଯାଦବ ପ୍ରତ୍ୟେକ ଗୋଟିଏ କରି ଉଇକେଟ ହାତେଇଥିଲେ। ଜବାବରେ ପ୍ରିୟା ପୁନିଆଙ୍କ ୭୫, ଜେମିମା ରୋଡ୍ରିଗୁଏଜଙ୍କ ୪୧ ଓ ପୁନମ ରାଉତଙ୍କ ୨୨ ରନ୍‌ ଯୋଗୁ ଭାତରୀୟ ଦଳ ୩୯.୩ ଓଭରରେ ୩ ଉଇକେଟ ହରାଇ ୧୭୦ ରନ୍‌ କରି ମଜଭୁତ ସ୍ଥିତିରେ ଥିଲା। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ବଳକା ୬୩ ବଲରେ ୫୬ ରନ୍‌ ଦରକାର ଥିଲା। କିନ୍ତୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ଦୁଇ ରନ୍‌ ପଛରେ ରହିଯାଇଥିଲା। ଭାରତୀୟ ଦଳ ୫୦ ଓଭରରେ ୨୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅଧିନାୟିକା ମିଥାଲି ୨୦, ଦୀପ୍ତି ଶର୍ମା ୧୯ ଓ ଝୁଲଣ ଗୋସ୍ବାମୀ ୧୪ ରନ୍‌ କରିଥିଲେ। ବିଜୟୀ ଦଳ ଲାଗି ଅନୀଷା ମହମ୍ମଦ ୫ ଉଇକେଟ ହାସଲ କରିଥିଲେ। ଅଧିନାୟିକା ଟେଲର ଓ ଶାବିକା ଗଞ୍ଜାବି ୨ଟି ଲେଖାଏ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୩ ତାରିଖରେ ସମାନ ଭେନ୍ୟୁରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri