ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା: ଜେଲ ଗଲେ କେସିସିଏସ୍‌ ସଭାପତି ପ୍ରମୋଦ

କେନ୍ଦ୍ରାପଡ଼ା ଅଫିସ,୫ା୧୧: ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି (କେସିସିଏସ୍‌) ସଭାପତି ପ୍ରମୋଦ ସାହୁ ସୋମବାର ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା ଟାଉନ ଥାନାପୋଲିସ ପ୍ରମୋଦଙ୍କୁ ଏସ୍‌ଡିଜେଏମ୍‌ ଦିଗ୍‌ବିଜୟ ଦାଶଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରବିବାର ବିଳମ୍ବିତ ରାତିରେ ପୋଲିସ ପ୍ରମୋଦଙ୍କୁ ବଣିଆମାଳସ୍ଥିତ ତାଙ୍କ ବାସଗୃହରୁ ଉଠାଇ ନେଇଥିଲା। ପରେ ଏକ ଅଜ୍ଞାତ ସ୍ଥାନରେ ରଖି ଅଭିଯୋଗ ସମ୍ପର୍କରେ ପଚରାଉଚରା କରିଥିଲେ। ସୋମବାର ଭୋର ସାଢେ ୪ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରମୋଦଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟାରେ କୋର୍ଟରେ ପୋଲିସ ତାଙ୍କୁ ହାଜର କରାଇଥିଲା। ଅପରପକ୍ଷରେ ରାଜ୍ୟ ସମବାୟ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ ସଭାପତି ପ୍ରମୋଦଙ୍କ ସଦସ୍ୟତା ଏବଂ ସଭାପତି ପଦ କାହିଁିକି ରଦ୍ଦ କରା ନ ଯିବ ତାହାର ଜବାବ ତଲବ କରିଛନ୍ତି। ୭ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କହିବା ସହ ସୋସାଇଟିର ଉପସଭାପତି ଅନୁସ୍ବୟା ସାମଲଙ୍କୁ ଅସ୍ଥାୟୀ ଭାବେ ସଭାପତି ଦାୟିତ୍ୱ ଦେବାକୁ ଏଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏ ସମ୍ପର୍କରେ ଏଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ୍‌ ମହାନ୍ତି କହିଛନ୍ତି, ସମ୍ପୃକ୍ତା ମହିଳା କର୍ମଚାରୀଙ୍କ ଅଭିଯୋଗ କ୍ରମେ ହୋଇଥିବା ମାମଲା (ନଂ-୧୩୮/୧୯)ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇପିସି ଧାରା ୩୫୪(କ) ଓ (ଘ), ୫୦୯, ୫୦୬ ଓ ୨୯୪ ଦଫା ଲାଗୁ ହୋଇ କୋର୍ଟ ଚାଲାଣ କରାଯାଇଛି। ପ୍ରମୋଦଙ୍କ ଗିରଫ ପରେ ଅଭିଯୋଗକାରିଣୀ କହିଛନ୍ତି ଯେ, ପୋଲିସର ଏହି ପଦକ୍ଷେପ ବିଳମ୍ବ ହୋଇଥିଲେ ମଧ୍ୟ ସ୍ବାଗତଯୋଗ୍ୟ। ଭାରତୀୟ ନ୍ୟାୟାଳୟର ଦଣ୍ଡବିଧାନ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଅଭିଯୁକ୍ତ କଠୋର ଦଣ୍ଡରେ ଦଣ୍ଡିତ ହେବା ଆଶା ରଖିଛି। ଏଥିସହ ସେ କହିଛନ୍ତି ଯେ, ପ୍ରମୋଦ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ତାଙ୍କ ନିକଟରେ ଲୋକବଳ, ବାହୁବଳ ଓ ଅର୍ଥବଳ ରହିଛି। ଗିରଫ ପରେ ତାଙ୍କ ସମର୍ଥକମାନେ କୌଣସି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢ଼ିଛିି। ଏଥିପାଇଁ ନିଜକୁ ଅସୁରକ୍ଷିତ ଓ ଜୀବନ ପ୍ରତି ବିପଦ ଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପ୍ରମୋଦଙ୍କ ଓକିଲ ଦେବୀପ୍ରସାଦ କର କହିଛନ୍ତି ଯେ, ଏହି ମାମଲାରେ ପୋଲିସ ଯେଉଁସବୁ ଦଫା ଲଗାଇଛି ,ସେହିସବୁ ଦଫାର କାରାଦଣ୍ଡ ଅବଧି ୭ ବର୍ଷରୁ କମ୍‌ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଦଫାରେ ପୋଲିସ ଅଭିଯୁକ୍ତଙ୍କୁ ଥାନାରୁ ଜାମିନ ଦେଇ ପାରିଥାନ୍ତା। ଏହି ମାମଲାରେ ଗିରଫ ପରେ ପ୍ରମୋଦଙ୍କ ସାମାଜିକ ସମ୍ମାନହାନୀ ହୋଇଥିବା ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ପୃକ୍ତା ଅଭିଯୋଗକାରିଣୀ ଏହି କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟିର କର୍ମଚାରୀ ଥିଲେ। ସେ କାର୍ଯ୍ୟରତ ଥିବା ସମୟରେ ସୋସାଇଟି ସଭାପତି ନିଜ ଚାମ୍ବରକୁ ତାଙ୍କୁ ଡାକି ଅସଦାଚରଣ କରିଥିଲେ। ଏପରି କି ପ୍ରମୋଦ ନିଜ ମୋବାଇଲରୁ ଅଶ୍ଳୀଳ ଭାବ ସହ କଥାବାର୍ତ୍ତା ହେବା , ଭିଡିଓ ଚାଟିଂ କରିବା, ସାନମଙ୍ଗଳାସ୍ଥିତ ଫାର୍ମ ହାଉସରେ ଅସଦାଚରଣ ପ୍ରଦର୍ଶନ କରିବା ଆଦି ଘଟଣା ନେଇ ମହିଳା କର୍ମଚାରୀ ଜଣକ ଏପ୍ରିଲ ୩୦ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏସମ୍ପର୍କିତ ଅଡିଓ, ଭିଡିଓ ସିଡ଼ୀ ଦାଖଲ କରିଥିଲେ। ତେବେ ଏହି ଅଭିଯୋଗକୁ ଟାଉନ ଥାନା ପୋଲିସ ପଞ୍ଜୀକୃତ ନ କରିବାରୁ ଗତ ଜୁଲାଇରେ ଅଭିଯୋଗକାରିଣୀ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଓ୍ବାନ୍‌ସିସି ମାମଲା ଦାଏର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ମାମଲା ରୁଜୁ କରାଯାଇଥିଲେ ସୁଦ୍ଧା ପୋଲିସ ତଦନ୍ତକୁ ଗୁରୁତ୍ୱ ଦେଇ ନ ଥିଲା କି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେତୁ ଅଭିଯୋଗକାରିଣୀ ମହିଳା କମିଶନ, ଜିଲା ପ୍ରଶାସନ ଓ ପରେ ଗଣମାଧ୍ୟମର ସହଯୋଗ ଲୋଡିଥିଲେ। ଗଣମାଧ୍ୟମରେ ଏହି ଘଟଣାର ପର୍ଦ୍ଦାଫାଶ ପରେ ଜିଲା ପୋଲିସ ଏନେଇ ତଦନ୍ତ କରିବା ସହ ପ୍ରମୋଦଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri