ମହାସିଂହ ପଞ୍ଚାୟତରେ ୨୯ଲକ୍ଷ ଟଙ୍କା ଘୋଟାଲା

ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାଲିଗୁଡା ବ୍ଲକରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଘଟଣା ପଦାକୁ ଆସିବା ପରେ କ.ନୂଆଗଁ। ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ୧୪ ଲକ୍ଷର ଦୁର୍ନୀତି ଲୋକାଲ ଅଡିଟ ପରେ ଏବେ କ.ନୂଆଗଁ। ବ୍ଲକର ମହାସିଙ୍ଗି ପଞ୍ଚାୟତରେ ପ୍ରାୟ ୨୯ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଛି । ମିଥ୍ୟା ବିଲ୍‌ ମାଧ୍ୟମରେ ୨୯ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାଯାଇଛି ।
ମହାସିଙ୍ଗି ପଞ୍ଚାୟତରେ ୨୦୧୬-୧୭ ଓ ୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥକମିଶନ ପକ୍ଷରୁ ଆସିଥିବା ଟଙ୍କାରେ ଏହି ଜାଲିଆତି କରାଯାଇଛି । ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ହଡ଼ପ ନେଇ ଲୋକାଲ ଅଡ଼ିଟ ଫଣ୍ଡରେ ପ୍ରକାଶ ପାଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଓ ସରପଞ୍ଚ ଏହି ମହା ଘୋଟାଲାରେ ସାମିଲ ଥିବା ନେଇ ଅଡ଼ିଟ୍‌ ରିପୋର୍ଟରେ ପ୍ରକାଶ ପାଇଛି। ବିଭିନ୍ନ ଚେକ ମାଧ୍ୟମରେ ଏହି ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଯାହା ପଞ୍ଚାୟତ କ୍ୟାସ ବୁକ୍‌ରେ ଉଲ୍ଲେଖ ନାହିଁ। କ୍ୟାସ ବୁକରେ ଲେଖା ନ ହୋଇ କିପରି ଏହି ଟଙ୍କାଙ୍କୁ ଚେକ ମାଧ୍ୟମରେ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ଟଙ୍କା ନିର୍ବାହି ଅଧିକାରୀମାନେ ପାଖରେ ରଖି ପଞ୍ଚାୟତରୁ ବଦଳି ପରେ ମଧ୍ୟ ଉପରିସ୍ଥ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରି ନାହାନ୍ତି । ଅର୍ଥ ଅତ୍ମସାତ କରା ଯାଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି।
ଏନେଇ ଅଡ଼ିଟ ସୁପରିଟେଣ୍ଡେଣ୍ଟ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ସମସ୍ତେ ଚାହିଁ ବସିଛନ୍ତି । ସେହିପରି ଗଞ୍ଜିବାଡ଼ି, କଞ୍ଜାମେଣ୍ଡି ପଞ୍ଚଚାୟତରେ ମଧ୍ୟ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ(ଡିପିଓ) କିଶୋର ଚନ୍ଦ୍ର ପାଢୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଆମେ ଜିଲାପାଳଙ୍କୁ ଅବଗତ କରିଛୁ। ଜିଲାପାଳଙ୍କ ସ୍ବତନ୍ତ୍ର ଅଡ଼ିଟ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି,୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା ବ୍ରାହ୍ମଣୀଗାଁଠାରେ ଗତ ଏକ ଦଶନ୍ଧି ହେଲା ବିଏସଏନଏଲ ମୋବାଇଲ ସେବା ଉପଲବ୍ଧ। ତେବେ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri